ପୋଲିସ୍ କଲା ବଳାତ୍କାର ; ଫେସବୁକରେ ଦେଖାସାକ୍ଷାତ, ପରେ ବିବାହର ପ୍ରତିଶ୍ରୁତି ଦେଇ ଜଣେ ପୋଲିସ୍ କନଷ୍ଟେବଳ କଲା ବଳାତ୍କାର

ସଂସ୍କାର : ରକ୍ଷକ ସାଜିଲା ଭକ୍ଷକ। ଉତ୍ତରପ୍ରଦେଶର ହମିରପୁର ଜିଲ୍ଲାରେ ପୋଷ୍ଟିଂ ପାଇଥିବା ଜଣେ ପୋଲିସ କନଷ୍ଟେବଳ ଏପରି କାର୍ଯ୍ୟ କରିଛନ୍ତି ଯାହା ଦ୍ୱାରା ତାଙ୍କର ସମଗ୍ର ପୋଲିସ୍ ବିଭାଗ ଲଜ୍ଜିତ ହେଇଛି। ୟୁପି ପୋଲିସ୍ ଜଣେ କନଷ୍ଟେବଳ ପ୍ରଥମେ ଫେସବୁକରେ ଜଣେ ଯୁବତୀଙ୍କ ସହିତ ବନ୍ଧୁତା ସ୍ଥାପନ କରିଥିଲେ। ତା’ପରେ ଯୁବତୀଙ୍କୁ ବିବାହର ପ୍ରତିଶୃତି ଦେଇ ଅନେକ ଥର ସେ ରହୁଥିବା ରୁମକୁ ଡାକି ବଳାତ୍କାର କରିଥିଲେ। କେବଳ ସେତିକି ନୁହେଁ ଅଭିଯୁକ୍ତ କନଷ୍ଟେବଳ ଯୁବତୀଙ୍କର ଏକ ଅଶ୍ଳୀଳ ଭିଡିଓ ମଧ୍ୟ ଉତ୍ତୋଳନ କରିଥିଲେ, ଯାହା ଆଧାରରେ ସେ ତାଙ୍କୁ ପଇସା ପାଇଁ ବ୍ଲାକମେଲ କରୁଥିଲେ।

ତେବେ ଯେତେବେଳେ ଯୁବତୀ ଜଣକ କନଷ୍ଟେବଳଙ୍କୁ ବିବାହ କରିବାକୁ ଚାପ ପକାଇଲା, ସେତେବେଳେ କନଷ୍ଟେବଳ ବିବାହ କରିବା ପାଇଁ ମନା କରିଦେଲା। ଆଉ ସେତେବେଳେ ଏହି ଘଟଣା ସମସ୍ତଙ୍କ ସାମ୍ନାକୁ ଆସିଲା। ଏହା ପରେ ପୀଡିତା ଯୁବତୀ ବିରକ୍ତ ହୋଇ ପୋଲିସ ଅଧୀକ୍ଷକ(ଏସପି)ଙ୍କ ନିକଟରେ ଅଭିଯୋଗ କରିଥିଲେ। ଏହା ପରେ ଅଭିଯୁକ୍ତ କନଷ୍ଟେବଳ ଏବଂ ତାଙ୍କ ସହଯୋଗୀଙ୍କ ବିରୋଧରେ ବଳାତ୍କାର ମାମଲା ରୁଜୁ ହୋଇଥିଲା। ଅଭିଯୁକ୍ତ କନଷ୍ଟେବଳଙ୍କୁ ଏସପି ନିଲମ୍ବିତ କରିଛନ୍ତି। ତେବେ ଏହି କାଣ୍ଡ ଘଟାଇ ଅଭିଯୁକ୍ତ କନଷ୍ଟେବଳ ଫେରାର୍ ଅଛି। ଆଉ ପୋଲିସ୍ ତାକୁ ବର୍ତ୍ତମାନ ଖୋଜୁଛି।

ସୂଚନା ଅନୁଯାୟୀ, ଏହି ମାମଲା ହମିରପୁରର ସିସୋଲାର ପୋଲିସ ଷ୍ଟେସନର। ଏହି ପୋଲିସ୍ ଥାନାରେ ପୋଷ୍ଟିଂ ହୋଇଥିବା କନଷ୍ଟେବଳ ଶ୍ୟାମ ସୁନ୍ଦର ଏହି କାଣ୍ଡ କରିଛି। ସେ ମଧ୍ୟପ୍ରଦେଶର ବିନ୍ଦରୁ ଆସିଥିବା ଜଣେ ଯୁବତୀଙ୍କ ସହ ଫେସବୁକରେ ବନ୍ଧୁତା କରିଥିଲା ​​ଏବଂ ତା’ପରେ ବିବାହର ମିଥ୍ୟା ପ୍ରତିଶୃତି ଦେଇ ଯୁବତୀଙ୍କୁ ଅନେକ ଥର ବଳାତ୍କାର କରିଥିଲା। ଅଭିଯୁକ୍ତ କନଷ୍ଟେବଳଙ୍କ ସହ ପୋଲିସ କନଷ୍ଟେବଳର ଭାଇ ଏବଂ ସମ୍ପର୍କୀୟ ଭାଇ ବିରୋଧରେ ମଧ୍ୟ ଏକ ମାମଲା ରୁଜୁ କରିଛି। ଆଉ ବର୍ତ୍ତମାନ ଶ୍ୟାମ ସୁନ୍ଦରକୁ ପୋଲିସ୍ ଖୋଜୁଛି।

Leave a Reply

Your email address will not be published. Required fields are marked *