୫ କୋଟିର ମାନହାନି ମାମଲା ଦାୟର କଲେ ପ୍ରକୃତି, କହିଲେ YouTube ଦେବ ସବୁ ଟଙ୍କା !

ସଂସ୍କାର : ଗତ ଜୁଲାଇ ୨୩ ତାରିଖରେ ଭୁବନେଶ୍ୱର ସତ୍ୟନଗର ଅଞ୍ଚଳରେ ଦେଶରେ ଜଣାଶୁଣା ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ଉପରେ ହୋଇଥିଲା ମରଣାନ୍ତକ ଆକ୍ରମଣ। ଆଉ ଏହି ଆକ୍ରମଣ କରିଥିଲେ ଓଡ଼ିଶାର ଲୋକପ୍ରିୟ ଅଭିନେତା ବାବୁଶାନ୍ ମହାନ୍ତିଙ୍କର ଧର୍ମପତ୍ନୀ ତୃପ୍ତି ଶତପଥୀ। ଗତ ଏକ ମାସ ଧରି ଏହି ଖବର ରାଜ୍ୟ ଗଣମାଧ୍ୟମ ଆଉ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚାର ଶିରୋନାମା ପାଲଟିଛି।

ଜାତୀୟ ଗଣମାଧ୍ୟମରେ କାହିଁକି ଚାଲିଛି ଏହି ଖବର ?

ଆପଣ କହିବେ ଜାତୀୟ ଗଣମାଧ୍ୟମରେ କାହିଁକି ଏହି ଖବର ପ୍ରସାରିତ ହେଉଛି। ତେବେ ଆମେ ଆପଣଙ୍କୁ କହିଦେବାକୁ ଚାହିଁବୁ ଯେ, ଅଭିନେତ୍ରୀ ପ୍ରକୃତି ମିଶ୍ର ବର୍ତ୍ତମାନ ଓଡ଼ିଆ ଚଳଚ୍ଚିତ୍ର ସମେତ ହିନ୍ଦୀ ତଥା ବଲିଉଡରେ ବି ପାଦ ଦେଲେଣି, ଏହି କାରଣରୁ ଏହି ଖବର୍ ଜାତୀୟ ଗଣମାଧ୍ୟମ ବି ଚର୍ଚ୍ଚା ହେଉଛି।

ଅନ୍ୟପଟେ ତାଙ୍କ ( ପ୍ରକୃତି) ଉପରେ ହୋଇଥିବା ଆକ୍ରମଣ ଘଟଣାରେ ଅଭିଯୁକ୍ତଙ୍କ ଉପରେ ଏଯାଏଁ କାର୍ୟ୍ୟାନୁଷ୍ଠାନ ହୋଇନଥିବା ପ୍ରତିବାଦରେ ଗତକାଲି ହାଇକୋର୍ଟରେ ମାମଲା ଦାଏର କରିଥିଲେ ସେ । ପ୍ରକୃତି ଅଭିଯୋଗ କରିଥିଲେ ତାଙ୍କ ଏତଲା ଉପରେ ପୋଲିସ ବର୍ତ୍ତମାନ ପର୍ଯ୍ୟନ୍ତ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିନି।

କୋର୍ଟରେ ପ୍ରକୃତି କଲେ ମାନହାନୀ ଅଭିଯୋଗ :

ତେବେ ହାଇକୋର୍ଟଙ୍କ ନିକଟରେ ମାନହାନୀ ଅଭିଯୋଗ କରିଛନ୍ତି ବଲିଉଡ୍ ତଥା ଓଲିଉଡର ଅଭିନେତ୍ରୀ ପ୍ରକୃତି ମିଶ୍ର । ନିଜ ଉପରେ ହୋଇଥିବା ଆକ୍ରମଣ ଘଟଣାର ନ୍ୟାୟ ପାଇଁ ସେ ଉଚ୍ଚନ୍ୟାୟାଳୟକୁ ଯାଇଛନ୍ତି।

ଏହାରି ମଧ୍ୟରେ ଅଭିନେତ୍ରୀ ପ୍ରକୃତି ଆଜି ଭୁବନେଶ୍ୱର କୋର୍ଟରେ ୫ କୋଟି ୧୦ ଲକ୍ଷ ଟଙ୍କାର ମାନହାନୀ ମାମଲା ଦାୟର କରିଛନ୍ତି । ବାବୁସାନଙ୍କ ସ୍ତ୍ରୀ ତୃପ୍ତି ଶତପଥୀ ଓ ଶ୍ୱଶୁରଙ୍କ ସହିତ ଆଠ ଜଣଙ୍କ ବିରୋଧରେ ମୋକଦ୍ଦମା କରାଯିବ ବୋଲି ରାଜ୍ୟ ଗଣମାଧ୍ୟମ ସୁତ୍ରରୁ ଜଣାପଡିଛି। କିନ୍ତୁ ସେମାନେ ଚିହ୍ନଟ ହୋଇନଥିବାରୁ ତାଙ୍କ ନାଁ ଦିଆଯାଇ ନାହିଁ ।

କଣ କହିଲେ ପ୍ରକୃତିଙ୍କ ଓକିଲ :

ସେପଟେ ପ୍ରକୃତିଙ୍କ ଓକିଲ କହିଛନ୍ତି ୟୁଟ୍ୟୁବ , ବାବୁଶାନଙ୍କର ପତ୍ନୀ, ଆଉ ବାବୁଶାନଙ୍କର ଶଶୁର ମିଶି ଏହି ୫ କୋଟି ୧୦ ହଜାର ଟଙ୍କା ଦେବେ। ଏହି ୩ ଜଣ ମିଶି ଏଭଳି କାର୍ଯ୍ୟ କରିଥିବାରୁ ପ୍ରକୃତିଙ୍କ ମାନ ସମ୍ମାନ ଓ ଇଜତ ମାଟିରେ ମିଶି ଯାଇଛି । ପୋଲିସଠାରୁ ନ୍ୟାୟ ନମିଳିବାରୁ ପ୍ରକୃତି ବର୍ତ୍ତମାନ ହାଇକୋର୍ଟଙ୍କ ଦ୍ୱାରସ୍ତ ହୋଇଥିବା କହିଛନ୍ତି ପ୍ରକୃତିଙ୍କର ଓକିଲ।

ଘରୋଇ ସମସ୍ୟା ଥିବାରୁ ପ୍ରକୃତିଙ୍କ ବାପା ମା ନ୍ୟାୟ ଅପେକ୍ଷାରେ ଥିଲେ ବୋଲି କହିଛନ୍ତି ଓକିଲ । ହେଲେ ଉଭୟ ପରିବାର ମଧ୍ୟରେ ବୁଝାମଣାରେ କୌଣସି ରାସ୍ତା ବାହାରିନଥିଲା । ଯଦି ଦୁଇ ପକ୍ଷ ଆପୋଷ ବୁଝାମଣା କରିବେ ତାହେଲେ ସମଧାନ ହେବ ଏବଂ ତା ସହିତ ଅଭିଯୁକ୍ତମାନେ ଯଦି ଭୁଲ ମାଗିବେ ସମାଧାନ ହେବ।

ଜୁଲାଇ ୨୩ ତାରିଖ ଦିନ କଣ ହୋଇଥିଲା ?

ସୂଚନାଯୋଗ୍ୟ ତୃପ୍ତି-ପ୍ରକୃତି-ବାବୁସାନଙ୍କ ମଧ୍ୟରେ ଥିବା ପୁରୁଣା ପାରିବାରିକ ବିବାଦ ଗତ ଜୁଲାଇ ୨୩ ତାରିଖରେ ବିସ୍ପୋରକ ରୂପ ନେଇଥିଲା। ବାବୁସାନ୍ ଓ ପ୍ରକୃତି ଭୁବନେଶ୍ୱର ସତ୍ୟନଗରସ୍ଥିତ ଏକ ଗେଷ୍ଟ ହାଉସରୁ ସକାଳୁ ସକାଳୁ ଏୟାରପୋର୍ଟ ବାହାରିବା ରାସ୍ତାରେ ପୂର୍ବରୁ ଜଗି ରହିଥିଲେ ପତ୍ନୀ ତୃପ୍ତି ଶତପଥୀ । ନିଜ ବାପା ଓ ଆଉ କିଛି ସହଯୋଗୀଙ୍କ ସହ ମିଶି ବାବୁସାନଙ୍କ ଗାଡ଼ିକୁ ଅଟକାଇ ତାଙ୍କ ସହ ପ୍ରଥମେ ଯୁକ୍ତିତର୍କ ଓ ପରେ ଆକ୍ରମଣ ମଧ୍ୟ କରିଥିବା ଦେଖିବାକୁ ମିଳିଥିଲା ।

Leave a Reply

Your email address will not be published. Required fields are marked *