ତପସ୍ଵିନୀଙ୍କ କେସରେ ରାଗିଗଲେ ପ୍ରମିଳା ତ୍ରିପାଠୀ , କହିଲେ ମୁଁ କାହାକୁ ଡରେନି…ଦେଖନ୍ତୁ Video

ସଂସ୍କାର: ବହୁଚର୍ଚ୍ଚିତ ଡାକ୍ତର ସୁମିତ ଓ ତାଙ୍କ ପତ୍ନୀ ତପସ୍ଵିନୀଙ୍କର ମାମଲା ଦିନକୁ ଦିନ ବଢ଼ିବାରେ ଲାଗିଛି। କୋର୍ଟଙ୍କର କଥା ମାନି ୭ ଦିନ ଗୋଟିଏ ଘରେ ରହିଲେ ସତ , କିନ୍ତୁ ବର୍ତ୍ତମାନ ସୁମିତ କେଉଁଆଡ଼େ ଫେରାର ହୋଇଯାଇଛନ୍ତି। ଆଉ ତାଙ୍କର ପତ୍ତା ମିଳୁନି। ପତି ନ ମିକିବାରୁ ପତ୍ନୀ ତପସ୍ଵିନୀ ସଂପୂର୍ଣ୍ଣ ରୂପେ ଭାଙ୍ଗି ପଡିଛନ୍ତି। କୋର୍ଟ ନିଷ୍ପତ୍ତି ଅନୁସାରେ ଉଭୟ ସୁମିତ ଓ ତପସ୍ଵିନୀ ଗୋଟେ ଘରେ ୭ ଦିନ ପର୍ଯ୍ୟନ୍ତ ରହିଥିଲେ ହେଲେ ଗତ କିଛି ଦିନ ତଳେ ସୁମିତ ତପସ୍ଵିନୀଙ୍କୁ ଛାଡି ଫେରାର ହୋଇଯାଇଛନ୍ତି। ଫେରାର ହେବା ପରେ ସୁମିତଙ୍କର କୌଣସି ଖୋଜ ଖବର ନାହି। ତେବେ ବର୍ତ୍ତମାନ ଏହି ମାମଲା ବିଷୟରେ ସମାଜସେବୀ ପ୍ରମିଳା ତ୍ରିପାଠୀ ଏକ ବଡ ବୟାନ ଦେଇଛନ୍ତି। ଏହି କେସର ପ୍ରଥମ ଦିନରୁ ହିଁ ସମାଜସେବୀ ପ୍ରମିଳା ତ୍ରିପାଠୀ, ତପସ୍ଵିନୀଙ୍କୁ ନିଜ ଝିଅ ଭଳି ଭାବି ତାଙ୍କ ସହ ଧାରଣାରେ ବସିଥିଲେ । ପ୍ରମିଳା ତପସ୍ଵିନୀଙ୍କ ପାଇଁ ବହୁତ କଷ୍ଟ କରିଛନ୍ତି। ସୁମିତଙ୍କ ଏଭଳି କାମକୁ ଦେଖି ପ୍ରମିଳା ନିଜର ପାଟି ଖୋଲିଛନ୍ତି ।

ପ୍ରମିଳା ଗଣମାଧ୍ୟମ ସାମ୍ନାରେ କହିଛନ୍ତି ଯେ ‘ଆମେ ତ ୧୧ ଦିନ ଯାଏଁ ଧାରଣାରେ ବସିଲୁ ବଡ ଘରେ ଲୋକଙ୍କର ଦାଣ୍ଡ ରୋଡ ମଝିରେ ଶୋଇଲୁ। ସୁମିତ ଓ ତାଙ୍କ ବାପା ଗୋଟିଏ କଥା କହୁଥିଲେ ଯେ, କୋର୍ଟ ନିଷ୍ପତ୍ତିର ସେମାନେ ପାଳନ କରିବେ। କୋର୍ଟ ରାୟ ଦେଲା ପରେ ସେମାନେ ସ୍ଵାମୀ ସ୍ତ୍ରୀ ହୋଇ ଆସିଲେ ବର୍ତ୍ତମାନ ତପସ୍ଵିନୀଙ୍କୁ ଜଙ୍ଗଲ ଭିତରେ ଯେଉଁ ଭଳି ଭାବରେ ରଖିଛନ୍ତି ତାହା ଠିକ ନୁହେଁ’ ।

ଆଗକୁ ପ୍ରମିଳା କହିଛନ୍ତି ଯେ ଆମେ କୋର୍ଟ ରାୟର ସମ୍ମାନ କରୁଛୁ ଏବେ ଆମ ଓକିଲ ଯାହା ବୁଝିବେ। ହେଲେ ଯଦି ମୋ ଝିଅକୁ କିଛି ହୁଏ ତେବେ ମୁ କାହାକୁ ଛାଡିବିନି। ମୋ ଝିଅ ମତେ ଫୋନ କଲା କହିଲା, ମା ମତେ ଅଧର୍ଜ୍ୟ ଲାଗୁଛି ଜଙ୍ଗଲ ଭିତରେ ଅଛି ପୋଲିସ ପ୍ରଶାସନ ନାହିଁ’। ଆଗକୁ ପ୍ରମିଳା କହିଛନ୍ତି-‘କିଛି ଡରିବା ଦରକାର ନାହିଁ ମୁ ତାକୁ କହିଛି । ମୁ ରହୁଛି ବାହାରେ ମୋ ଉପରେ ବି ପାଞ୍ଚଟା କେସ ଲଦି ସାରିଲେଣି ହେଲେ ମୁ ଡରିନାହିଁ ଆଉ ୪ଟା କେସ କଲେ ବି ମୁ ଜେଲ ଭିତରେ ଧାରଣା ଦେଇ ବସିବି ହେଲେ ମୁ କାହାକୁ ଡରିବି ନାହିଁ’ । ଆଉ ମୋ ଝିଅକୁ ନ୍ୟାୟ ଦେବି।

Leave a Reply

Your email address will not be published. Required fields are marked *