ସଂସ୍କାର : ଆଫଗାନିସ୍ତାନରେ ଚାଲିଛି ତାଲିବାନ ଆତଙ୍କବାଦୀଙ୍କ ଶୋଷଣ। ଆଫଗାନର ମହିଳା ଓ ପୁରୁଷଙ୍କ ଉପରେ ନିଜର ଅଧିକାର ସାବ୍ୟସ୍ତ କଲେଣି ତାଲିବାନ। ଏହି ଆତଙ୍କ ଗୋଷ୍ଠି ରୀତିମନ୍ତ ଭାବରେ ସେମାନଙ୍କର ନିୟମ କାନୁନ ସେଠାରେ ଲାଗୁ କରିସାରିଲେଣି। ତେଣୁ ତାଲିବାନଙ୍କ ଶୋଷଣର ଶିକାର ନ ହେବା ପାଇଁ ଅନେକ ଆଫଗାନବାସୀ ଦେଶ ଛାଡି ଦେଇଛନ୍ତି।
ମାତ୍ର ଅନେକ ଲୋକ ଏବେବି ସେଠାରେ ଫସି ରହିଛନ୍ତି। ଏହି କ୍ରମରେ ଆଉ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ସୂଚନା ଅନୁଯାୟୀ ଜଣେ ଆଫଗାନିସ୍ତାନର ମହିଳାଙ୍କୁ ତାଲିବାନି ମାନେ ଜିଅନ୍ତା ଜାଳି ଦେଇଛନ୍ତି । ମହିଳା ଜଣକ ତିଆରି କରିଥିବା ଖାଦ୍ୟ ତାଲିବାନ ମାନଙ୍କୁ ପସନ୍ଦ ଆସିଲାନାହିଁ । ତେଣୁ ସେମାନେ ମହିଳାଙ୍କୁ ଜାଳିଦେଲେ। ମହିଳାଙ୍କ ଘରେ ସେମାନେ ଯାଇ ପହଞ୍ଚିଥିଲେ ଏବଂ ଖାଇବା ତିଆରି କରିବାକୁ କହିଥିଲେ ।
ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁଯାୟୀ, ତାଳିବାନି ମାନେ ଉକ୍ତ ମହିଳାଙ୍କ ଘରେ ପହଞ୍ଚି ଖାଇବା ତିଆରି କରିବାକୁ କହିଥିଲେ । ହେଲେ ଆତଙ୍କୀ ମାନଙ୍କୁ ମହିଳାଙ୍କର ହାତ ତିଆରି ଖାଇବା ପସନ୍ଦ ଆସିନଥିଲା । ଏହାପରେ ନିର୍ଦ୍ଦୟୀ ତାଳିବାନି ମାନେ ଉକ୍ତ ମହିଳାଙ୍କୁ ଜିଅନ୍ତା ଜାଳି ଦେଇଥିଲେ ।