ନିଜ ସ୍ଵାମୀଙ୍କ ବିରୋଧରେ ନିର୍ଯ୍ୟାତନାର ସଙ୍ଗୀନ ଅଭିଯୋଗ ଆଣିଲେ ଏହି ଅଭିନେତ୍ରୀ : ବିରୋଧ କରିବାରୁ ସ୍ଵାମୀ କଲେ ଏମିତି ଅବସ୍ଥା…

ଟେଲିଭିଜନ ଅଭିନେତ୍ରୀ ପ୍ରୀତି ତଲରେଜା ନିଜ ସ୍ୱାମୀ ଅଭିଜିତ୍ ପେଟକରଙ୍କ ବିରୋଧରେ ଆଣିଛନ୍ତି ସଙ୍ଗିନ ଅଭିଯୋଗ । ମାରପିଟ ବ୍ୟତୀତ ଶାରୀରିକ ଏବଂ ମାନସିକ ନିର୍ଯାତନା ଦିଅନ୍ତି ବୋଲି ପ୍ରୀତି ଅଭିଯୋଗ କରିଛନ୍ତି । କେବଳ ସେତିକି ମୁହେଁ ସୋସିଆଲ ମିଡ଼ିଆରେ ସେ ଘରୋଇ ହିଂସା ଏବଂ ତାଙ୍କ ଉପରେ ହୋଇଥିବା ଆକ୍ରମଣ ନେଇ ମଧ୍ୟ ଲେଖିଛନ୍ତି ।

ଖବର ମୁତାବକ ପୂର୍ବରୁ ମଧ୍ୟ ପୋଲିସ ନିକଟରେ ଅଭିଯୋଗ କରିଥିଲେ ପ୍ରୀତି । ହେଲେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବାରୁ ପରେ ସେ ସୋସିଆଲ ମିଡ଼ିଆରେ ମୁଖ୍ୟମନ୍ତ୍ରୀ ଉଦବ ଠାକରେ, ପିଏମଓଙ୍କୁ ଟ୍ୟାଗ କରି ଏନେଇ ସୂଚନା ଦେଇଛନ୍ତି । ସୋସିଆଲ ମିଡ଼ିଆରେ ଚର୍ଚ୍ଚାକୁ ଆସିଲା ପରେ ଏବେ ଖଡ଼କପାଡ଼ା କଲ୍ୟାଣ ପୋଲିସ ପ୍ରୀତିଙ୍କ ଅଭିଯୋଗକୁ ଭିତ୍ତି କରି ତାଙ୍କ ସ୍ୱାମୀଙ୍କ ବିରୋଧରେ ମାମଲା ରୁଜୁ କରିଛି।

ସୋସିଆଲ ମିଡ଼ିଆରେ ଭାଇରାଲ ହେଇଥିବା ପ୍ରୀତିଙ୍କ ଫଟୋରେ ଦେଖିବାକୁ ମିଳିଛି ତାଙ୍କ ମୁହଁରେ ମାଡ଼ ମରାଯାଇଥିବା ଚିହ୍ନ । ଫଟୋ ପୋଷ୍ଟ କରିବା ସହିତ ସେ ଲେଖିଛନ୍ତି ଯେ ସେ ଜଣେ ମୁସଲମାନ କିନ୍ତୁ ରୂପାନ୍ତରଣର କୌଣସି ଦଲିଲ ନାହିଁ । ଆଇନଗତ ଦଲିଲଗୁଡ଼ିକରେ ମୋତେ ୩ ବର୍ଷ ହେଲାଣି ପ୍ରେମ ନାଁରେ ବୋକା ବନାଇ ଆସୁଛନ୍ତି । କାହାକୁ ଭଲପାଇବା ଏବଂ ଭଲ ଭବିଷ୍ୟତ ପାଇଁ କାହାକୁ ଭରସା କରିବା କଣ ଭୁଲ୍ ?

ସୂଚନା ଥାଉ ଯେ ପ୍ରୀତି ଅଭିଜୀତ ପେଟକରଙ୍କୁ ୩ ବର୍ଷ ତଳେ ବିବାହ କରିଥିଲେ । ପ୍ରୀତି ନିଜ ପୋଷ୍ଟରେ ଉଲ୍ଲେଖ କରିଛନ୍ତି ଯେ, ତାଙ୍କ ସ୍ୱାମୀ ଅଭିଜିତ୍ ମୁସଲମାନ ଏବଂ ଉଭୟଙ୍କ ବିବାହ ମସଜିଦରେ ହୋଇଥିଲା । ମାତ୍ର ମୁସଲମାନ ନିୟମ ଅନୁଯାୟୀ ତାଙ୍କୁ ମସଜିଦରୁ ପ୍ରମାଣପତ୍ର ଦିଆଯାଇ ନଥିଲା, ବର୍ତ୍ତମାନ ଅଭିଜିତ୍ ପ୍ରୀତିଙ୍କୁ ଧର୍ମ ପରିବର୍ତ୍ତନ କଥା କହି କ୍ରମାଗତ ମାରପିଟ କରୁଛନ୍ତି ।

Leave a Reply

Your email address will not be published. Required fields are marked *