କଏଦୀ କୁ ହାତକଡ଼ି ପକେଇ ଠିଆ ହୋଇଥିଲା ପୋଲିସ, ଆଖି ଆଗରୁ ଅଦୃଶ୍ୟ ହୋଇଗଲା ଅଭିଯୁକ୍ତ, ପୋଲିସ ହାତରେ ହିଁ…

ସଂସ୍କାର : ପୋଲିସ ଆଖିରେ ଧୂଳି ଦେଇ ଫେରାର୍ ହେଲା କଏଦୀ। ପୋଲିସ କଏଦୀକୁ ଧରିଥିବା ବେଳେ, କଏଦୀ କିନ୍ତୁ ହାତକଡ଼ି ଛାଡି ଦୌଡ଼ିଛି। ହଁ କଥାଟି ଅଜବ ଲାଗୁଥିଲେ ବି ସତ।

ବିହାରର ହାଜିପୁରରୁ ପୋଲିସର ଅବହେଳାର ଏପରି ଏକ ମାମଲା ସାମ୍ନାକୁ ଆସିଛି, ଯାହା ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ। ବାସ୍ତବରେ, ଏଠାରେ ଜଣେ ଅଭିଯୁକ୍ତ ପୋଲିସକୁ ଚକମା ଦେଇ ଫେରାର୍ ହୋଇଛି। ପୋଲିସ ହାତକଡ଼ି ଧରି ଠିଆ ହୋଇଥିଲା ଏବଂ ଅଭିଯୁକ୍ତ ତାଙ୍କ ଆଖି ଆଗରୁ ଅଦୃଶ୍ୟ ହୋଇଯାଇଥିଲା।

ସୂଚନାନୁସାରେ, ରୋହିତ ନାମକ ଜଣେ ବ୍ୟକ୍ତିଙ୍କୁ ଭୈଶାଲୀ ପୋଲିସ ଷ୍ଟେସନରେ ହତ୍ୟା ମାମଲାରେ ପୋଲିସ ଗିରଫ କରିଥିଲା। ଯେତେବେଳେ ଅଭିଯୁକ୍ତକୁ ଜେଲକୁ ପଠାଇବାର ସମୟ ଆସିଲା, ପୋଲିସ କର୍ମଚାରୀମାନେ ଅଟୋରିକ୍ସା ଦ୍ୱାରା ହାଜିପୁରକୁ ଏହି ଅଭିଯୁକ୍ତକୁ ନେଉଥିଲେ। ତେବେ, ବାଟରେ, ପୋଲିସ କାଗଜପତ୍ର ପାଇଁ ଏକ ଜେରକ୍ସ ଦୋକାନ ନିକଟରେ ଅଟୋକୁ ଅଟକାଇଥିଲା।

ଯେତେବେଳେ ପୋଲିସ୍ କାଗଜପତ୍ରର ଜେରକ୍ସ ପାଇଁ ବ୍ୟସ୍ତ ଥିଲା ଠିକ ସେତେବେଳେ, ଅଭିଯୁକ୍ତ ରୋହିତ ଏହାର ସୁଯୋଗ ନେଇ ଅଟୋରୁ ଡେଇଁ ପଳାଇ ଯାଇଥିଲେ। ପୋଲିସ କର୍ମଚାରୀମାନେ ଏହା ଦେଖି ଅବାକ ହୋଇଥିଲେ। ସେମାନେ ଅଭିଯୁକ୍ତକୁ ଧରି ପାରିନଥିଲେ। ଏଥିସହ ଅଭିଯୁକ୍ତ ରାସ୍ତାରୁ ଫେରାର୍ ହୋଇଥିବା କାରଣରୁ ପୋଲିସ ବର୍ତ୍ତମାନ ବହୁ ଅସୁବିଧାର ସମ୍ମୁଖୀନ ହୋଇଛି।

Leave a Reply

Your email address will not be published. Required fields are marked *