କେନ୍ଦ୍ରାପଡ଼ାରେ ଏହି ସାଙ୍ଘାତିକ କାରଣ ପାଇଁ ମଝି ରାସ୍ତାରେ ଗାଡ଼ିକୁ ଜାଳିଦେଲେ ଉତ୍ତ୍ୟକ୍ତ ଲୋକେ, ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା ବିଷୟରେ

ଆଜି ସକାଳେ କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ଥାନା ଅନ୍ତର୍ଗତ ୫ ନମ୍ବର ଜାତୀୟ ରାଜପଥ ହଳଦିଆଗଡ଼ା ନିକଟରେ ଘଟିଯାଇଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏହି ଦୁର୍ଘଟଣାରେ ଗୋଟିଏ ସ୍କୁଟିକୁ ଧକ୍କା ଦେଇଛି ଗୋଟିଏ ବସ ଯେଉଁଥିରେ ଘଟଣାସ୍ଥଳରେ ଉଡ଼ିଯାଇଛି ସ୍କୁଟି ଚାଳକର ପ୍ରାଣବାୟୁ ।

ଖବର ଅନୁସାରେ ୫ ନମ୍ବର ଜାତୀୟ ରାଜପଥର ବାମ ପାର୍ଶ୍ଵରେ ଟ୍ରକ ଭିଡ଼ ଥିବାରୁ ବସଟି ବଡ଼ପାଳ ଛକରୁ ରାସ୍ତାର ଡାହାଣ ପାର୍ଶ୍ଵ ଦେଇ ଆସୁଥିଲା । ଠିକ୍ ଏହି ସମୟରେ ଯୁବକ ଜଣେ ହଳଦିଆଗଡ଼ା ଗାଁରୁ ବଡ଼ପାଳ ଛକକୁ ଯାଉଥିଲେ ସ୍କୁଟିରେ । ବସର ବେଗ ଏତେ ଅଧିକ ଥିଲା ଯେ ଡ୍ରାଇଭର ସ୍କୁଟି ଚାଳକକୁ ଦେଖି ବି ବସଟିକୁ ନିୟନ୍ତ୍ରଣକୁ ଆଣି ପାରିନଥିଲେ । ଫଳରେ ଘଟିଗଲା ଏକ ମର୍ମଦୁନ୍ତ ଦୁର୍ଘଟଣା ।

ନିୟନ୍ତ୍ରଣହରା ହେଇ ବସ ଧକ୍କା ଦେଲା ସ୍କୁଟି ଚାଳକଙ୍କୁ ଏବଂ ଘଟଣାସ୍ଥଳରେ ଯୁବକର ମୃତ୍ୟୁ ହେଲା । ସୂଚନା ମୁତାବକ ମୃତକ ଜଣକ ହେଲେ ମାର୍ଶାଘାଇ ଥାନା ଅନ୍ତର୍ଗତ ହଳଦିଆଗଡ଼ା ଗାଁର ବିକାଶ ନାୟକ । ବିକାଶଙ୍କ ମୃତ୍ୟୁ ପରେ ସ୍ଥାନୀୟ ଲୋକ ଉତ୍ତ୍ୟକ୍ତ ହେଲେ ଓ ଲୋକନାଥ ନାମକ ବସଟିକୁ ନିଆଁ ଲଗାଇଦେଲେ । ବସଟି କଲିକତାରୁ ପାରାଦ୍ଵୀପ ଯାଉଥିଲା । ତେବେ ଘଟଣା ସ୍ଥଳରୁ ବସ ଡ୍ରାଇଭର ଓ କାଣ୍ଡକ୍ଟର ଫେରାର ।

Leave a Reply

Your email address will not be published. Required fields are marked *