ବାସ୍ତୁ ଅନୁସାରେ ରାତିରେ ତକିଆ ତଳେ ରଖିଦିଅନ୍ତୁ ଗୋଟେ ଟଙ୍କାର କଏନ, ଧୀରେ ଧୀରେ ଦେଖାଯିବ ଭଲ ପରିଣାମ, ବଦଳିବ ଭାଗ୍ୟ

ଆଜି ଜାଣିବା କଣ କରିବା ଫଳରେ ଆମ ଭାଗ୍ୟ ଖୋଲିଯିବ । ଏମିତି ଭାଗ୍ୟ ବଦଳିବ କି ଆପଣ କେବେ ଜାଣି ନ ଥିବେ । ଶାସ୍ତ୍ର ରେ କୁହାଯାଇଛି ପ୍ରଥମ ସୁଖ ନିରୋଗ କାୟା । ଦିତୀୟ ସୁଖ ଘରେ ମାୟା । ଏହାର ଅନୁସାରେ ଯଦି ଆପଣ ଙ୍କ ସ୍ୱାସ୍ଥ୍ୟ ଭଲ ଅଛି ତ ଏହା ଆପଣଙ୍କ ପାଇଁ ଲାଭକାରୀ ଅଟେ । କାରଣ ଶରୀର ଦୁଆରl ହିଁ ଆପଣ ସଂସାର ର ସବୁ ସୁଖ ଭୋଗ କରିପାରିବେ ଅଉ ଯଦି ଆପଣ ଙ୍କ ଶରିର ଭଲ ନ ଥିବ ତ ଆପଣଙ୍କ ପାଖରେ ଯେତେ ସମ୍ପତ୍ତି ଥାଉ ତାହା ଆପଣ ଙ୍କ ପାଇଁ ଲାଭଦାୟକ ନୁହଁ ।

ଧନ ଆମ ଜୀବନ ରେ ବହୁତ ଗୁରୁତ୍ୱପୂର୍ଣ୍ଣ, ଯଦି ପାଖରେ ଧନ ନ ଥିବ ତାହେଲେ କେଉଁ ବି ସୁଖ ମିଳିପାରିବ ନାହିଁ । ଅନେକ ଧର୍ମଗ୍ରନ୍ଥ ରେ ଧନ ର ବର୍ଣ୍ଣନା କରାଯାଇଛି । ବାସ୍ତୁ ଶାସ୍ତ୍ର ରେ କେତେ ଏମିତି ଉପାୟ ବିଷୟ ରେ କୁହାଯାଇଛି, ଯାହାକୁ ପାଳନ କଲେ ଆପଣ ବି ଧନସମ୍ପଦ ର ଅଧିକାରୀ ହୋଇ ପାରିବେ । କେବଳ ଧନ ହିଁ ନାହିଁ ତା ସହିତ ଆପଣଙ୍କ ଶାରୀରିକ ସ୍ୱାସ୍ଥ୍ୟ ବି ଭଲ ରହିବା ଦରକାର । ଯଦି ଆପଣଙ୍କ ଘରେ କେହି ବେମାର ରହୁଛି ଯେତେ ଉପାୟ କଲେ ବି ଭଲ ହେଉନାହିଁ ଅଉ ଯଦି ଘରେ ଅଶୁଭ ଶକ୍ତି ପ୍ରଭାବ ପକାଉଛି ତ ଏଥିରୁ ବଞ୍ଚିବା ପାଇଁ ଆମେ ଆଜି ଏକ ଉପାୟ ରେ ଜାଣିବା ।

ଆପଣ କେବେ ଭାବିଛନ୍ତି ମାତ୍ର ଗୋଟେ ଟଙ୍କା ର କଏନ୍ ଆପଣଙ୍କ ଭାଗ୍ୟ ବଦଳେଇ ଦବ । ବାସ ଆପଣଙ୍କୁ ଗୋଟେ ଖାସ୍ ଉପାୟ କରିବାର ଅଛି । ତାହା ବି ଶୋଇବା ପୂର୍ବରୁ ଯଦି ଘରେ କାହାର ଦେହ ଖରାପ ଧନ ସମ୍ଵନ୍ଧୀୟ ସମସ୍ଯା ରହୁଛି ତ ଏହା ସେମାନଙ୍କ ପାଇଁ ଏହା ଗୁଣକାରୀ ଅଟେ । ଆପଣଙ୍କୁ ଗୋଟେ ଟଙ୍କା ର କଏନ୍ ନେବାର ଅଛି ଓ ତା ସହିତ ନିଜ ଉପରୁ ସାତଥର ବୁଲେଇ ବାର ଅଛି । ଏହି ଉପାୟ କୁ କରିବା ସମୟରେ ଆପଣଙ୍କୁ କାହା ସାଙ୍ଗରେ କଥା ହେବାର ନାହିଁ ।

କଏନ୍ କୁ ସାତଥର ବୁଲେଇ ବା ପରେ ଘରେ ଯିଏ ବେମାର ରେ ଅଛି ତା ତକିଆ ତଳେ ରଖି ଦେବାର ଅଛି, ତାପରେ ସକାଳ ରୁ ସେଇ କଏନ୍ କୁ ନେଇ ମଶାଣିରେ ପକାଇ ଦେବାର ଅଛି । ଯଦି ପାଖରେ ମଶାଣି ନାହିଁ ଆପଣ ଭୂମି ରେ ବି ପୋତି ପାରିବେ । ଏହି ଉପାୟ କୁ କରିବା ଫଳରେ ଘରର ନକାରାତ୍ମକ ଶକ୍ତି ନ ଷ୍ଠ ହୋଇଯିବ ଓ ରୋଗ ରୁ ମୁକ୍ତ ହେବେ । କେବଳ ଗୋଟେ ଟଙ୍କା ର କଏନ୍ ଆପଣ ଙ୍କ ଭାଗ୍ୟ ବଦଳେଇ ଦବ । ଧ୍ୟାନ ରଖିବେ ଏହି ଉପାୟ କୁ କରିବା ସମୟରେ ଆପଣଙ୍କୁ କେହି ନ ଦେଖେ ଓ ଏହି ଉପାୟ କରିବା ସମୟରେ ଆପଣ କାହା ସହ କଥା ହେବେ ନାହିଁ । ଏହି ଉପାୟ କରିବା ଫଳରେ ଆପଣ ଘରେ ଧନ ସମ୍ପତ୍ତି ମଧ୍ୟ ବଢିବ ।

Leave a Reply

Your email address will not be published. Required fields are marked *