ଶୋଇବା ସମୟରେ ତକିଆ ତଳେ ରଖନ୍ତୁ ଏହି ୪ଟି ଜିନିଷ ଧନୀ ହେବାର ସମ୍ଭାବନା ଯଥେଷ୍ଟ ଅଧିକ !…

put these 4-things under the pillow

ସଂସ୍କାର : ଆଜିକାର ବ୍ୟସ୍ତବହୁଳ ଜୀବନରେ ଶାନ୍ତିରେ ଶୋଇବାକୁ କିଏ ବା ନ ଚାହେଁ। ରାତିରେ ବିଛଣାରେ ଶାନ୍ତିରେ ଶୋଇବାକୁ ହେଲେ ତକିଆ ତ ନିଶ୍ଚୟ ଆବଶ୍ୟକ। କାରଣ ତକିଆ ବିନା ସୁଖ ନିଦ୍ରା ଅସମ୍ଭବ। ରାତିରେ ସୁଖନିଦ୍ରାରେ ଶୋଇବା ପାଇଁ ପ୍ରତ୍ୟେକ ବ୍ୟକ୍ତିଙ୍କୁ ତକିଆର ନିହାତି ଆବଶ୍ୟକତା ରହିଥାଏ। ଯଦିଓ ତକିଆ ଦେଖିବାକୁ ସାମନ୍ୟ ହୋଇଥାଏ, କିନ୍ତୁ ଏହି ସାମନ୍ୟ ଜିନିଷ ଯେ ଆପଣଙ୍କୁ ରାତାରାତି କୋଟିପତି କରି ପାରିବ ତାହା ଆପଣ ଜାଣି ନ ଥିବେ।

ତେବେ ଆଜି ଆମେ ଆପଣ ମାନଙ୍କୁ କିଛି ଏଭଳି ଜିନିଷ ସମ୍ବନ୍ଧରେ କହିବାକୁ ଯାଉଛୁ ଯାହା ଆପଣ ଶୋଇବା ସମୟରେ ନିଜର ତକିଆ ତଳେ ରଖିବା ଦ୍ୱାରା ଆପଣଙ୍କ ଭାଗ୍ୟ ଖୋଲିଯିବ, ଆପଣ ସଫଳତା ହାସଲ କରିବା ସହିତ ରାତାରାତି କୋଟିପତି ହୋଇଯିବେ। ତେବେ ଆସନ୍ତୁ ଜାଣିବା ସେହି ଜିନିଷ ଗୁଡ଼ିକ ସମ୍ବନ୍ଧରେ।

୧. ପ୍ରଥମ ଜିନିଷ ଟି ହେଉଛି, ‘ମୟୁର ପର’। ମୟୁର ପର କୁ ରାତିରେ ଶୋଇବା ପୂର୍ବରୁ ନିଜ ତକିଆ ତଳେ ରଖନ୍ତୁ। ଏହାଦ୍ବାରା ଆପଣଙ୍କ ଜୀବନ ସକରାତ୍ମକ ଉର୍ଜା ରେ ପରିପୂର୍ଣ୍ଣ ହୋଇଯିବ ଏବଂ ଆପଣଙ୍କୁ ଜୀବନରେ ସଫଳତା ହାସଲ ହେବ। ଆପଣ ସକାଳୁ ଉଠିବା ପରେ ତକିଆ ତଳେ ଥିବା ମୟୁର ପର ର ଦର୍ଶନ ଅବଶ୍ୟ କରନ୍ତୁ। ଏହାର ପରିଣତି ଶୁଭ ଦାୟକ ହୋଇଥାଏ।ଏହାଦ୍ବାରା ଆପଣଙ୍କ କୁଣ୍ଡଳୀ ଦୋଷ ମଧ୍ୟ ଦୁର ହୋଇଥାଏ। ଆଉ ଆପଣ ୩୦ ଦିନ ଏହିପରି କରିବା ଦ୍ୱାରା କୋଟିପତି ହୋଇଯିବେ।

୨. ଦ୍ଵିତୀୟଟି ହେଉଛି, ‘ତୁଳସୀ ପତ୍ର’। ରାତିରେ ଶୋଇବା ସମୟରେ ନିଜ ତକିଆ ତଳେ ୪ ରୁ ୫ ଟି ତୁଳସୀ ପତ୍ରକୁ ରଖି ଶୁଅନ୍ତୁ। ଏହା ଦ୍ଵାରା ଆପଣଙ୍କ ଆଖପାଖରେ ଥିବା ସମସ୍ତ ନକରାତ୍ମକ ଉର୍ଜାର ବିନାଶ ହୋଇଥାଏ ଏବଂ ଆପଣଙ୍କ ଚାରିପାଖର ବାତାବରଣ ଶୁଦ୍ଧ ଓ ସକରାତ୍ମକ ଉର୍ଜାରେ ପୂର୍ଣ୍ଣ ହୋଇଯିବ। ଆଉ ଆପଣ ଏହି କାମ ୨ ମାସ କରିବା ଦ୍ୱାରା ଲକ୍ଷପତି ହୋଇଯିବେ।

୩. ତୃତୀୟଟି ହେଉଛି, ‘ଏକ ଟଙ୍କିଆ ମୁଦ୍ରା’। ରାତିରେ ଶୋଇବା ପୂର୍ବରୁ ଏକ ଟଙ୍କିଆ ମୁଦ୍ରା ନିଜ ତକିଆ ତଳେ ରଖି ଦିଅନ୍ତୁ ଏବଂ ଏହାକୁ ସକାଳୁ ଉଠି କୌଣସି ଗରିବ କୁ ଦାନ କରି ଦିଅନ୍ତୁ। ଏପରି କରିବା ଦ୍ୱାରା ଆପଣଙ୍କ ସମସ୍ତ ସମସ୍ୟା ତଥା ଅସୁବିଧା ଦୁର ହେବ ଏବଂ ଏପରି ଏକ ବର୍ଷ କରିବା ପରେ ଧୀରେ ଧୀରେ ଆପଣଙ୍କ ଟଙ୍କା ଦୋଷ ଦୂର ହେବ ଏବଂ ଆପଣଙ୍କ ମଧ୍ୟରେ ସକରାତ୍ମକ ଶକ୍ତି ର ସଞ୍ଚାର ହେବ। ଆଉ ଆପଣ ବହୁତ ଶୀଘ୍ର ଧନୀ ହୋଇଯିବେ।

୪. ଚତୁର୍ଥ ଟି ହେଉଛି, ଚାନ୍ଦି ଓ ସୁନା ରୁ ନିର୍ମିତ ସାମଗ୍ରୀ। ଯଦି ଆପଣଙ୍କ କୁଣ୍ଡଳୀ ରେ ଚନ୍ଦ୍ରମା ର ସ୍ଥିତି ଠିକ ଭାବରେ ନାହିଁ ତେବେ ଆପଣ ରାତିରେ ଶୋଇବା ପୂର୍ବରୁ ନିଜ ତକିଆ ତଳେ ଚାନ୍ଦିର ମୁଦ୍ରା ରଖନ୍ତୁ। ଆଉ ଏହି ମୁଦ୍ରାକୁ ପ୍ରତ୍ୟେକ ଦିନ ଜଣେ ଭିକାରୀକୁ ଦିଅନ୍ତୁ। ଆଉ ଏହିପରି ୧ ବର୍ଷ କରିବା ଦ୍ୱାରା ଆପଣ କୋଟିପତି ହୋଇଯିବେ।

Leave a Reply

Your email address will not be published. Required fields are marked *