୧୯ ଦିନ ଧରି ଡାକ୍ତରଖାନାରେ ଆଡ଼ମିଟ୍ ହୋଇଥିବା ବଲିଉଡ଼ ଅଭିନେତା ରାହୁଲ ରୟ ସୋସିଆଲ ମିଡ଼ିଆରେ ଶେୟାର କରିଛନ୍ତି ନିଜ ଫଟୋ ଏବଂ କହିଛନ୍ତି …

ଗତ ୧୯ ଦିନ ଧରି ଡାକ୍ତରଖାନାରେ ଆଡ଼ମିଟ୍ ହୋଇଥିବା ବଲିଉଡ଼ ଅଭିନେତା ରାହୁଲ ରୟଙ୍କ ସ୍ୱାସ୍ଥ୍ୟ ବର୍ତ୍ତମାନ ଭଲ ଅଛି । ସୋସିଆଲ ମିଡ଼ିଆରେ ସେ ନିଜେ ନିଜର ଫଟୋ ପୋଷ୍ଟ୍ କରି ପ୍ରଶଂସକଙ୍କ ସହିତ ଜଡ଼ିତ ହୋଇଛନ୍ତି । ଭାଇରାଲ ଫଟୋରେ ରାହୁଲ ଡାକ୍ତରଖାନା ଶଯ୍ୟାରେ ନିଜର ଜଳଖିଆ ଖାଉଥିବା ଦେଖିବାକୁ ମିଳିବ ।

ଏହାସହିତ ଅଭିନେତା ରାହୁଲ ନିଜ ସ୍ୱାସ୍ଥ୍ୟ ନେଇ ମଧ୍ୟ ସୂଚନା ଦେଇଛନ୍ତି । ସେ କ୍ୟାପସନରେ ଲେଖିଛନ୍ତି ଯେ ଆଜି ମୋର ୧୯ ତମ ଦିନ ହସ୍ପିଟାଲରେ । ଜଳଖିଆ ଉପଭୋଗ କରୁଛି । ମୁଁ ଶୀଘ୍ର ସୁସ୍ଥ ହୁଏ ବୋଲି ଉଭୟ ଡାକ୍ତର ଏବଂ ମୋ ଭଉଣୀ ବହୁତ ଯତ୍ନ ନେଉଛନ୍ତି । ମୋର ଡାଏଟ୍ ପ୍ରତି ବହୁତ ଧ୍ୟାନ ଦେଉଛନ୍ତି । ସମସ୍ତଙ୍କୁ ମୋର ପ୍ରେମ ବୋଲି ଲେଖିଛନ୍ତି ରାହୁଲ । ଏହି ପୋଷ୍ଟରେ ପ୍ରଶଂସକମାନେ ମଧ୍ୟ କ୍ରମାଗତ ଭାବରେ ପ୍ରତିକ୍ରିୟା ରଖି ଚାଲିଛନ୍ତି ।

ଏହି ସମୟରେ ରାହୁଲଙ୍କ ସ୍ୱାସ୍ଥ୍ୟକୁ ନେଇ ମଧ୍ୟ ବିବାଦ ଦେଖାଦେଇଛି । ରାହୁଲଙ୍କ ଅସୁସ୍ଥତାର ସୁଯୋଗ ନେଉଛନ୍ତି ବୋଲି ଫିଲ୍ମ ନିର୍ଦ୍ଦେଶକ ନିତିନ ଗୁପ୍ତାଙ୍କ ଉପରେ ଅଭିଯୋଗ ଲଗାଯାଇଛି । ତାଙ୍କ ଅବହେଳା ଯୋଗୁ ରାହୁଲଙ୍କ ସ୍ୱାସ୍ଥ୍ୟ ଖରାପ ହୋଇଥିବା ନେଇ ରାହୁଲଙ୍କ ଭାଉଜ ରୋମେନ ସେନ ଏହି ଅଭିଯୋଗ କରିଛନ୍ତି । କିନ୍ତୁ ନିତିନ ଗୁପ୍ତା ଏସବୁ ଅଭିଯୋଗକୁ ନିରର୍ଥକ ବୋଲି କହିଛନ୍ତି । ନିର୍ଦ୍ଦେଶକ ନିତିନଙ୍କ କହିବାନୁସାରେ ରାହୁଲଙ୍କୁ ସେ ଗତ ୮ ବର୍ଷ ଧରି ଜାଣିଛନ୍ତି । ଅନେକ ଚଳଚ୍ଚିତ୍ରରେ ସେ ତାଙ୍କ ସହିତ କାମ କରିଛନ୍ତି । ବର୍ତ୍ତମାନ ତ ସେ ରାହୁଲଙ୍କ ସହ ଫିଲ୍ମ “ଷ୍ଟ୍ରୋକ୍” କରିବାକୁ ଚାହୁଁଛନ୍ତି ଯେଉଁଥିରେ ଅଭିନେତାଙ୍କୁ ଷ୍ଟ୍ରୋକ୍ ପୀଡ଼ିତାର ଭୂମିକା ଦିଆଯିବ ।

ସୂଚନା ଥାଉ ଯେ ଅଭିନେତା ରାହୁଲ ରୟ କାର୍ଗିଲରେ ଏକ ଫିଲ୍ମ ସୁଟିଂ କରୁଥିବା ସମୟରେ ତାଙ୍କ ମସ୍ତିଷ୍କରେ ଆଘାତ ଲାଗିଥିଲା । ସୁଟିଂ ସମୟରେ ହଠାତ୍ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡ଼ି ଯିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।

Leave a Reply

Your email address will not be published. Required fields are marked *