୯ ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ : ଆସନ୍ତାକାଲିଠାରୁ ଏହି ସବୁ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷିବ ବର୍ଷା

ଭୁବନେଶ୍ଵର : ଆସନ୍ତାକାଲିଠାରୁ ୪ ଦିନ ଯାଏଁ ବର୍ଷା ଆଶଙ୍କା ଥିଲେ ସୁଦ୍ଧା ୩ ୟ ଓ ୪ର୍ଥ ଦିନ ବର୍ଷା ସହିତ ବିଜୁଳି ଓ ଘଡ଼ଘଡ଼ି ବି ମାରିବ ବୋଲି ପାଣିପାଗ ବିଭାଗ ତରଫରୁ ସୂଚନା ମିଳିଛି ।

ଆସନ୍ତା କାଲିଠାରୁ ୪ ଦିନ ଯାଏଁ କିଛି କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା । ରାୟଗଡ଼ା, କୋରାପୁଟ, ମାଲକାନଗିରି, କଳାହାଣ୍ଡି, ଗଜପତି, ଗଞ୍ଜାମ, କେନ୍ଦୁଝର, କନ୍ଧମାଳ ଓ ମୟୂରଭଞ୍ଜ ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି । ତଥାପି ଉତ୍ତର-ପଶ୍ଚିମ ଓ ପଶ୍ଚିମ ଦିଗରୁ ଶୁଷ୍କ ବାୟୁ ପ୍ରବାହିତ ହେଉଥିବାରୁ ଉପକୂଳ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାରେ ଆହୁରି ୨ରୁ ୩ ଡିଗ୍ରୀ ତାପମାତ୍ରା ବଢିବା ନେଇ ଆଶଙ୍କା ।

ଗତ ୨୪ ଘଣ୍ଟା ଭିତରେ ଓଡ଼ିଶାର ୧୨ ଟି ସ୍ଥାନରେ ୪୧ ଡିଗ୍ରୀ ଉପରେ ରହିଛି ପାରଦ । ଟିଟିଲାଗଡ଼ରେ ସର୍ବାଧିକ ୪୧.୨ ଡିଗ୍ରୀ ତାପମାତ୍ରା ରେକର୍ଡ଼ କରାଯାଇଥିଲା ବେଳେ ଭୁବନେଶ୍ଵରରେ ତାପମାତ୍ରା ୩୫.୪ ଡିଗ୍ରୀ ରହିଛି । ମୋଟାମୋଟି ରୂପରେ ସାରା ରାଜ୍ୟରେ ପାଗ ଶୁଖିଲା ରହିଛି । ଅନୁଗୁଳ, ସୋନପୁର, ବୌଦ୍ଧ, ବଲାଙ୍ଗୀର ଏବଂ କଳାହାଣ୍ଡି ତାପମାତ୍ରା ବୃଦ୍ଧି ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

Leave a Reply

Your email address will not be published. Required fields are marked *