ସଂସ୍କାର :- ନିକଟରେ ପର୍ଣ୍ଣ ବା ଅଶ୍ଳୀଳ ଶର୍ଟ ସିନେମା ତିଆରି କରିବା ଘଟଣାରେ ଗିରଫ ହୋଇଛନ୍ତି ବଲିଉଡ ଅଭିନେତ୍ରୀ ଶିଲ୍ପା ସେଟ୍ଟୀଙ୍କ ସ୍ୱାମୀ ରାଜ୍ କୁନ୍ଦ୍ରା। ରାଜ୍ କୁନ୍ଦ୍ରା ବର୍ତ୍ତମାନ ମୁମ୍ବାଇ ପୋଲିସର ହେପାଜତରେ ରହିଛନ୍ତି ବୋଲି ସୂଚନା ରହିଛି। ତେବେ କୁନ୍ଦ୍ରାଙ୍କ ମାମଲା ଏକ ନୂଆ ମୁହଁ ସାମ୍ନାକୁ ଆସିଛି। ସେ ନୁଆ ମୁହଁ ଜଣକ ହେଉଛନ୍ତି ଓଡ଼ିଶାର ଭୁବନେଶ୍ୱରରେ ରହୁଥିବା ଓଡ଼ିଆ ମଡେଲ ସେକ୍ସପିଅର ତ୍ରିପାଠୀ ।
ତେବେ ଏଠାରେ ଆମେ କହି ଦେବାକୁ ଚାହିଁବୁ ଯେ, ସେକ୍ସପିଅର ବର୍ତ୍ତମାନ ମାୟାନଗରୀ ମୁମ୍ବାଇରେ ନିଜର ଏକ ଭଲ କ୍ୟାରିଅର ଗଢିବାକୁ ଯାଇଛନ୍ତି। ମାତ୍ର ସେ ପର୍ଣ୍ଣ ମୁଭିରେ ଭଲ ଅର୍ଥ ଉପାର୍ଜ୍ଜନ କରୁଥିବାରୁ ଏହି ଲାଇନରେ ହିଁ ନିଜର କ୍ୟାରିଅର ଗଢିବେ ବୋଲି ଭାବି ନେଇଛନ୍ତି। ଯାହାକି ତାଙ୍କୁ ଆଗକୁ ମହଙ୍ଗା ପଡିପାରେ ବୋଲି ସୋସିଆଲ୍ ମିଡ଼ିଆରେ ବହୁତ ଲୋକ ଆଲୋଚନା କରିଥିବାର ଦେଖିବାକୁ ମିଳିଛି।
ଅନ୍ୟପକ୍ଷରେ ଆଉ ଜଣେ ଓଡ଼ିଆ ସିନେମା ନିର୍ଦେଶକଙ୍କ ନାମ ମଧ୍ୟ ଚର୍ଚ୍ଚା ପରିସରକୁ ଆସିଛି। କିନ୍ତୁ ତାଙ୍କ ନାମ ବର୍ତ୍ତମାନ ସୁଦ୍ଧା କାହାରିକୁ ଜଣାପଡିନାହିଁ। ମାତ୍ର ସବୁଠାରୁ ବଡ଼ କଥା ହେଲା ଏହା ଯେ ବଲିଉଡରେ ନିଜର କ୍ୟାରିୟର ଗଢିବା ପାଇଁ ମାୟାନଗରୀ ମୁମ୍ବାଇ ଯାଉଥିବା ନୂଆ ନୁଆ ଅଭିନେତା ଓ ଅଭିନେତ୍ରୀ ମାନେ ବହୁତ ଶୀଘ୍ର ଲୋକପ୍ରିୟ ହେବା ପାଇଁ ପର୍ଣ୍ଣ ମୁଭି ଭଳି ଏକ ଗଳା ବାଟ ଖୋଜୁଛନ୍ତି । ଯାହାକି ଭବିଷ୍ୟତରେ ସେମାନଙ୍କୁ ମହଙ୍ଗା ସାବ୍ୟସ୍ତ ହେବ।