ରାଜବୀରର ମନର ଭାବନା , ନିଜର ମାଆକୁ ମନେ ମନେ ଏମିତି କିଛି କହୁଛି ରାଜବୀର , ଦେଖନ୍ତୁ ଭିଡ଼ିଓ

ସଂସ୍କାର : ରାଜବୀର ରାଣା। ଏହି ନାଆଁଟି ବର୍ତ୍ତମାନ ଓଡ଼ିଶାରେ ଖୁବ ଚର୍ଚ୍ଚାରେ ଅଛି। ଆଉ ଚର୍ଚ୍ଚାରେ କାହିଁକି ବା ରହିବନି, ଛୋଟ ପିଲାଟି । ଯିଏ ଦୁନିଆ କଣ ଏପର୍ଯ୍ୟନ୍ତ ଜାଣିନି। ତାକୁ ଭଗବାନ ବିରଳ ରୋଗରେ ପୀଡିତ କରାଇଛନ୍ତି। ବିରଳ ରୋଗରେ ପୀଡିତ ହୋଇ ରାଜବୀର ବର୍ତ୍ତମାନ ଛଟପଟ ହେଉଚି। ଆଉ ରାଜବୀରଙ୍କୁ ବଞ୍ଚାଇବା ପାଇଁ ହେଲେ ପାଖାପାଖି ୧୬ କୋଟିରୁ ଅଧିକ ଟଙ୍କା ଦରକାର। ଯାହା ତାଙ୍କ ବାପା ମାଆଙ୍କ ପାଇଁ ସଂଗ୍ରହ କରିବା ବହୁତ କଷ୍ଟକର। ତେଣୁ ଅନେକ ସ୍ବେଚ୍ଛାସେବ ସଂଗଠନ ଆଗକୁ ଆସିଛନ୍ତି ତାଙ୍କୁ ସାହାଯ୍ୟ କରିବା ପାଇଁ।

ବର୍ତ୍ତମାନ ସୁଦ୍ଧା ୫ କୋଟିରୁ ଅଧିକ ଟଙ୍କା ସଂଗ୍ରହ ହୋଇସାରିଛି। ଯାହାକି ରାଜ୍ୟ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ରାଜବୀରଙ୍କର ମାଆ। ପ୍ରାୟ ଏକ ମାସ ଧରି ରାଜବୀରଙ୍କ ଖବର ସୋସିଆଲ ମିଡିଆରେ ଘୁରି ବୁଲୁଛି।କୁନି ପୁଅ ରାଜବୀରଙ୍କୁ ଏକ ବିରଳ ରୋଗ ହୋଇଛି ଓ ଏହି ରୋଗର ଚିକିତ୍ସା ପାଇଁ ଅନେକ ଟଙ୍କାର ଆବଶ୍ୟକତା ରହିଛି ।

ତେବେ ବାପା ମା ଅସମର୍ଥ ଥିବାରୁ ପ୍ରଥମେ ଓଡିଶା ମୁଖ୍ୟମନ୍ତ୍ରୀ ଓ ପରେ ବଲିଉଡ ଅଭିନେତା ସୋନୁ ସୁଦଙ୍କ ପାଖକୁ ସହାୟତା ମାଗିବାକୁ ଯାଇଥିଲେ । ଏହା ପରେ ବାପା ମା ନିଜ ପୁଅର ଚିକିତ୍ସା ପାଇଁ ସୋସିଆଲ ମିଡିଆ ମାଧ୍ୟମରେ ଜନସାଧାରଣଙ୍କୁ ଆର୍ଥିକ ସହାୟତା ମାଗିଥିଲେ। ତେବେ ରାଜବୀରଙ୍କ ଚିକିତ୍ସା ପାଇଁ ବର୍ତ୍ତମାନ ଅନେକ ଲୋକ ଆର୍ଥିକ ସହାୟତା କରୁଛନ୍ତି ।

କିଏ ୧୦ ଟଙ୍କା ତ କିଏ ୧୦୦୦ ଟଙ୍କା ଯାହାର ଯେତିକି ସାମର୍ଥ୍ୟ ରହିଛି ସେ ସେତିକି ଟଙ୍କା ପ୍ରଦାନ କରୁଛି। ଏମିତି କି ଓଡିଆ ଅଭିନେତା ପ୍ରଜ୍ଞାନ ଖଟୁଆ ଓ ତାଙ୍କ ପତ୍ନୀ ସୁନନ୍ଦା ମଧ୍ୟ ରାଜବୀରଙ୍କ ପାଇଁ ଜନସାଧାରଣଙ୍କୁ ସୋସିଆଲ ମିଡିଆ ଜରିଆରେ ଆର୍ଥିକ ସହାୟତା ମାଗିଥିଲେ । ବନ୍ଧୁଗଣ ବର୍ତ୍ତମାନ ରାଜବୀରଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ସେହି ଭିଡିଓରେ ରାଜବୀର କହୁଛନ୍ତି-‘ମୁ ରାଜବୀର କହୁଛି ତୁମ ମାନଙ୍କ ସ୍ନେହର ରାଜବୀର । ମୋ ଦେହ ଭଲ ନାହିଁ । ମୋତେ ଏକ ବିରଳ ରୋଗ ହୋଇଛି ଯାହାକୁ ଭଲ କରିବାକୁ ହେଲେ ୧୬ କୋଟି ଟଙ୍କା ଦରକାର । ଆଉ ଏହି ଟଙ୍କା ପାଇଁ ମୋ ବାପା ମା ସମସ୍ତଙ୍କ ସାହାର୍ଯ୍ୟ ଲୋଡିଛନ୍ତି । ସମସ୍ତଙ୍କ ଭଲ ପାଇବା ମୋତେ ମିଳିଲା ଯାହାକୁ ଦେଖି ମୁ ଖୁସିରେ ଥିଲି । ହେଲେ ବାପା ତମେ କାହିଁକି ଏ ବିଶ ପିଉଛ’। ‘ମା ତୁ କାହିଁକି ମୋତେ ବାର ଦୁଆର ଶୁଣ୍ଢୀ ପିଣ୍ଢା କରୁଛୁ । ଆଜି ମୋତେ ବେଙ୍ଗାଲୋର ତ କାଲି ଭୁବନେଶ୍ବର ନେଇ ଯାଉଛୁ ମୁ ବହୁତ କଷ୍ଟରେ ଅଛି ମା । ଏମିତି କଲେ ମୋ ଜୀବନ ପ୍ରତି ବିପଦ ଅଛି ମା । ଏମିତି କରିଲେ ଏ ସମାଜ ତତେ ସନ୍ଦେହ ଦ୍ରୁଷ୍ଟିରୁ ଦେଖୁଛି ଆଉ ସମସ୍ତେ ଭାବୁ ଛନ୍ତି ମୁ ପଇସା ଗୋଟେଇବାର ଏକ ମାଧ୍ୟମ ପାଲଟି ଯାଇଛି’ । 


ଦେଖନ୍ତୁ ଭିଡ଼ିଓ :

Leave a Reply

Your email address will not be published. Required fields are marked *