ବଲିଉଡ୍‌-ଡ୍ରଗ୍‌ସ ଲିଙ୍କ୍‌ ମାମଲାରେ ଅଭିନେତ୍ରୀ ରାକୁଲପ୍ରୀତ ଏନ୍‌ସିବି କୁ ଦେଲେ ଏଭଳି ସଫେଇ କହିଲେ…

rakul preet singh admits drug chat with rhea chakraborty deny from taking drug

ବଲିଉଡ୍‌-ଡ୍ରଗ୍‌ସ ଲିଙ୍କ୍‌ ମାମଲାରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନ୍‌ସିବି) ଏହାର ତଦନ୍ତ କରିବାକୁ ଯାଇ ବୁଧବାର ୪ ଜଣ ଆଗ ଧାଡ଼ିର ଅଭିନେତ୍ରୀଙ୍କୁ ସମନ୍‌ ଜାରି କରିଥିଲା। ଏମାନେ ହେଲେ ଦୀପିକା ପାଦୁକୋନ, ଶ୍ରଦ୍ଧା କପୁର, ସାରା ଅଲ୍ଲୀ ଖାନ୍‌ ଏବଂ ରାକୁଲ ପ୍ରୀତ ସିଂହ । ଆଗାମୀ ୩ ଦିନ ମଧ୍ୟରେ ସେମାନଙ୍କୁ ହାଜର ହେବା ଲାଗି ନିର୍ଦ୍ଦେଶ ଦିଆଯାଇଥିଲା ।

ସୂଚନା ଅନୁଯାଇ ଆଜି ରକୁଲଙ୍କୁ ୪ ଘଣ୍ଟା ପଚରା ଉଚରା କରିଥିଲା ଏନସିବି। ଖବର ଅନୁସାରେ,ସେ ସ୍ପଷ୍ଟ ଭାବରେ ମନା କରିଛନ୍ତି ଯେ, ସେ କେବେ ଡ୍ରଗ୍ସ ନେଇ ନାହାନ୍ତି ରକୁଲ ସମସ୍ତ ଦୋଷ ଏବେ ରିୟାଙ୍କ ବୋଲି କହିଥିବା ଜଣା ପଡିଛି ।

ରିୟାଙ୍କ ସହିତ ୨୦୧୮ରେ ହୋଉଥିବା ଡ୍ରଗ୍ସ ଚାଟ୍ କଥା ରକୁଲ ସ୍ବୀକାର କରିଛନ୍ତି। ରକୁଲ ଏନସିବିକୁ କହିଛନ୍ତି, ରିୟା ଚାଟରେ ବିଡ୍ ମାଗିଥିଲେ। ରିୟାଙ୍କ ଡ୍ରଗ୍ସ ତାଙ୍କ ଘରେ ଥିଲା। ତେବେ ରକୁଲଙ୍କ ଏହି କଥାରେ କେତେ ସତ୍ୟତା ରହିଛି ତାହାର ତଦନ୍ତ ଏନସିବି ଟିମ୍ କରିବ। ଅନ୍ୟପକ୍ଷରେ ଡ୍ରଗ୍ସ କାରବାର କରିବା ଅଭିଯୋଗରେ ରିୟା ଏବେ ମୁମ୍ବାଇର ଭାଇଖଲା ଜେଲରେ ଅଛନ୍ତି ।

Leave a Reply

Your email address will not be published. Required fields are marked *