ଏହି ସ୍ଵାଧୀନତା ସଂଗ୍ରାମୀଙ୍କ ଜୀବନୀକୁ ନେଇ ହେବାକୁ ଯାଉଛି ଚଳଚ୍ଚିତ୍ର, ଯେଉଁଥିରେ ଲିଡ୍ ରୋଲ୍ କରିବେ ରାମାୟଣର ସୀତା (ଦିପିକା)

ରାମାନନ୍ଦ ସାଗରଙ୍କ ରାମାୟଣରେ ସୀତା ଚରିତ୍ରରେ ଅଭିନୟ କରି ସୁନାମ ଅର୍ଜନ କରିଥିବା ଟିଭି ଅଭିନେତ୍ରୀ ଦୀପିକା ଚିଖଲିୟା ଅଭିନୟ କରିବାକୁ ପ୍ରସ୍ତୁତ ହେଉଛନ୍ତି ସ୍ଵାଧୀନତା ସଂଗ୍ରାମୀ ସରୋଜିନୀ ନାଇଡୁଙ୍କ ବାୟୋପିକରେ । ଏହି ଚଳଚ୍ଚିତ୍ରଟି ନିର୍ଦ୍ଦେଶକ ଧୀରଜ ମିଶ୍ରଙ୍କ ଦ୍ୱାରା ଲିଖିତ ଏବଂ ନିର୍ଦ୍ଦେଶିତ ହେବାକୁ ଯାଉଛି । ସୂଚନା ଅନୁଯାୟୀ ଦିପିକାଙ୍କ ଆଗାମୀ ଦୁଇଟି ଚଳଚ୍ଚିତ୍ର – ‘ଗାଲିବ’ ଏବଂ ‘ଦୀନଦୟାଲ ଏକ ଯୁଗପୁରଷ’ ମଧ୍ୟ ସେହି ନିର୍ଦ୍ଦେଶକ ଧୀରଜ ମିଶ୍ରଙ୍କ ଦ୍ଵାରା ନିର୍ଦ୍ଦେଶିତ ହେବ ।

ଲକଡାଉନ ଯୋଗୁ ସରୋଜିନୀ ନାଇଡୁଙ୍କ ବାୟୋପିକର କାହାଣୀ ନିର୍ଦ୍ଦେଶକ ଧୀରଜ ମୋତେ ଶୁଣେଇ ନାହାନ୍ତି । ଯଦି ଲକଡାଉନ ପରେ ସବୁକିଛି ଠିକ୍ ହୋଇଯାଏ ତେବେ ମୁଁ ଏ ଚଳଚିତ୍ର କରିବାକୁ ଉତ୍ସୁକ ଅଛି ବୋଲି ଦୀପିକା କହିଛନ୍ତି । ନିର୍ଦ୍ଦେଶକ ଧୀରଜ ମିଶ୍ରଙ୍କୁ ଦିଆଯାଇଥିବା ବୟୋପିକ ଯଦି ଚୂଡାନ୍ତ ହୋଇଯାଏ ତେବେ ଏହା ହେବ ଭାରତର ନାଇଟିଙ୍ଗଲେଙ୍କ ପ୍ରଥମ ବାୟୋପିକ ।

ସରୋଜିନୀ ଭାରତର ସ୍ୱାଧୀନତା ସଂଗ୍ରାମରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବାବେଳେ ଦୀପିକା ଉଲ୍ଲେଖ କରିଛନ୍ତି ଯେ ସେ ତାଙ୍କ ବିଷୟରେ ଅଧିକ ତଥ୍ୟ ପାଇପାରୁ ନାହାନ୍ତି । ସରୋଜିନୀ ନାଇଡୁଙ୍କ ଉପରେ ଗବେଷଣା କଲି କିନ୍ତୁ ଅନଲାଇନରେ ଅଧିକ କିଛି ତଥ୍ୟ ଉପଲବ୍ଧ ନାହିଁ ବୋଲି ଦୀପିକା କହିଛନ୍ତି ।

ଦୀପିକାଙ୍କ ଶେଷ ଚଳଚ୍ଚିତ୍ର ଥିଲା ‘ବାଳ’ ଯେଉଁଥିରେ ସେ ୟାମି ଗୌତମଙ୍କ ମାଆ ଚରିତ୍ରରେ ଦେଖିବାକୁ ମିଳିଥିଲେ । ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ଗାଲିବ’ରେ ସେ ଆଫଜଲ ଗୁରୁଙ୍କ ପତ୍ନୀ ଭୂମିକାରେ ଅଭିନୟ କରିବେ । ତାଙ୍କର ପରବର୍ତ୍ତୀ ଚଳଚ୍ଚିତ୍ର, ‘ଦୀନଦୟାଲ ଏକ ଯୁଗପୁରଷ’ ଚଳଚ୍ଚିତ୍ରରେ ସେ ଏକ ଖବରକାଗଜର ସମ୍ପାଦିକା ଚରିତ୍ରରେ ଚିତ୍ରଣ ହେବେ ଆଉ ଏହା ଏକ ନେଗେଟିଭ ରୋଲ ।

Leave a Reply

Your email address will not be published. Required fields are marked *