ଶନିବାର ଦିନ ମହାରାଷ୍ଟ୍ରର ପାଲଘର ଜିଲ୍ଲାରୁ ଏକ ଅତ୍ୟନ୍ତ ସମ୍ବେଦନଶୀଳ ମାମଲା ସାମ୍ନାକୁ ଆସିଛି । ଜଣେ ନୌସେନା ଅଧିକାରୀଙ୍କୁ ପ୍ରଥମେ ଅପହରଣ କରାଯାଇଥିଲା ଏବଂ ପରେ ଜିଅନ୍ତା ଜାଳି ଦିଆଗଲା । ପାଲଘର ପୋଲିସ ତରଫରୁ ମିଳିଥିବା ସୂଚନା ଅନୁଯାୟୀ ଚେନ୍ନାଇ ବିମାନବନ୍ଦର ନିକଟରେ ସୁରଜ ଦୁବେ (୨୭ ବର୍ଷ) ନାମକ ଜଣେ ନୌସେନା ଅଧିକାରୀଙ୍କ ଅପହରଣ ହୋଇଥିଲା ।
ଅପହରଣ ପରେ ନୌସେନା ଅଧିକାରୀଙ୍କଠାରୁ ୧୦ ଲକ୍ଷ ଟଙ୍କା ମାଗିଥିଲେ । ଯେତେବେଳେ ଟଙ୍କା ମିଳି ନଥିଲା ଅପହରଣକାରୀ ମାନେ ତାଙ୍କୁ ଜଙ୍ଗଲକୁ ନେଇ ପେଟ୍ରୋଲ ଢାଳି ଜିଅନ୍ତା ଜାଳିଦେଲେ । ଗୁରୁତର ଭାବରେ ଜଳିଯିବା ପରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ତାଙ୍କୁ ହେଲେ ଚିକିତ୍ସା ସମୟରେ ଅଧିକାରୀଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି ।
ସେପଟେ ଅଜ୍ଞାତ ଅଭିଯୁକ୍ତଙ୍କ ବିରୋଧରେ ଏକ ମାମଲା ରୁଜୁ କରି ପୋଲିସ ସେମାନଙ୍କୁ ଖୋଜିବା ଆରମ୍ଭ କରିଛି । ମିଳିଥିବା ସୂଚନା ଅନୁଯାୟୀ, ରିଭଲଭର ଦେଖାଇ ଚେନ୍ନାଇ ବିମାନବନ୍ଦର ନିକଟରେ ଏକ କାରରେ ଅଭିଯୁକ୍ତମାନେ ସୁରଜ କୁମାରଙ୍କୁ ଅପହରଣ କରି ୩ ଦିନ ଧରି ଚେନ୍ନାଇର ଏକ ଅଜ୍ଞାତ ସ୍ଥାନରେ ବନ୍ଧକ ରଖିଥିଲେ ।
ଏହି ଘଟଣାରେ JMM ମୁଖପାତ୍ର ବିନୋଦ ପାଣ୍ଡେ କହିଛନ୍ତି ଯେ ମହାରାଷ୍ଟ୍ରର ପାଲଘରରେ ନୌସେନାଙ୍କ ସହିତ ଘଟିଥିବା ଘଟଣା ଅତ୍ୟନ୍ତ ନିନ୍ଦନୀୟ । କେନ୍ଦ୍ର ସରକାର ଅଭିଯୁକ୍ତମାନଙ୍କୁ ଯଥାଶୀଘ୍ର ଚିହ୍ନଟ କରିବା ଉଚିତ୍ । ଏହି ଘଟଣାର ଉଚ୍ଚ ସ୍ତରର ତଦନ୍ତ ହେବା ଜରୁରୀ ଏବଂ କେନ୍ଦ୍ର ସରକାର ଏହାକୁ ଗୁରୁତର ସହ ନେବା ଉଚିତ୍ । ଏହାସହିତ ପାଣ୍ଡେ ଜୀ ଆହୁରି ବି କହିଛନ୍ତି ଯେ ଯେତେବେଳେ ଝାରଖଣ୍ଡର ଜଣେ ଯବାନ ଦେଶ ପାଇଁ ନିଜକୁ ବଳିଦାନ ଦେଇଛନ୍ତି ସେ ସମୟରେ ସରକାର ଚୁପ୍ ରହିଛନ୍ତି, ଏହା ପ୍ରକୃତରେ ଦୁର୍ଭାଗ୍ୟଜନକ ।
ସରକାରଙ୍କୁ ସମାଲୋଚନା କରିବାକୁ ଯାଇ କଂଗ୍ରେସର କାର୍ଯ୍ୟକାରୀ ସଭାପତି ରାଜେଶ ଠାକୁର କହିଛନ୍ତି ଯେ ମହାରାଷ୍ଟ୍ରର ପାଲଘରରେ ନୌସେନାଙ୍କ ସହିତ ହୋଇଥିବା ଘଟଣାକୁ ଯେତେ ନିନ୍ଦା କରାଗଲେ ତାହା କମ୍ । ମହାରାଷ୍ଟ୍ର ସରକାର ଏହାକୁ ଗୁରୁତର ସହ ନେବା ଉଚିତ୍ । ଆମେ ମହାରାଷ୍ଟ୍ର ସରକାରଙ୍କୁ ଏକ ଚିଠି ଲେଖି ସେମାନଙ୍କ ଉଚ୍ଚ ସ୍ତରୀୟ ତଦନ୍ତ ଦାବି କରିବୁ ।
ଅନ୍ୟପକ୍ଷରେ ଭାରତୀୟ ଜନତା ପାର୍ଟି ମୁଖପାତ୍ର ପ୍ରଦୀପ ସିହ୍ନା କହିଛନ୍ତି ଯେ ଘଟଣାଟିର ଯେପରି ପୁରନାବୃତ୍ତି ନହେଉ ତେଣୁ ଏହାର ଏକ ଉଚ୍ଚ ସ୍ତରୀୟ ତଦନ୍ତ ହେବା ଉଚିତ୍ । ଯିଏ ଦୋଷୀ ତା’ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ହେବା ଉଚିତ୍ ।