ସଂସ୍କାର : ଗଂଜେଇ ଚାଲାଣ କରି ଗିରଫ ହୋଇଛନ୍ତି ରାନୀ ପଣ୍ଡା। ଆଉ ସବୁବେଳେ ପୋଲିସକୁ ଚକମା ଦେଇ ଏଭଳି ଗଂଜେଇ ବେପାର କରୁଥିଲେ ରାନୀ। ଏହା ସହିତ ଲୋକଙ୍କୁ ଧମକ ଦେଇ ବଟି ମଧ୍ୟ ଆଦାୟ କରୁଥିଲେ ରାନୀ। ଆଉ ଶେଷରେ ପୋଲିସ ତାଙ୍କୁ ଗିରଫ କରିବାରେ ସଫଳ ହୋଇଛି।
ଗଞ୍ଜେଇ ଚାଲାଣ କରୁଥିବା ସମୟ ରେ ରାଣୀ ପଣ୍ଡା ଙ୍କୁ ଗି-ର-ଫ କରିଛି ପୋଲିସ। ତେବେ ସଦ୍ୟତମ ସୂଚନା ଅନୁଯାୟୀ, ରାନୀ ପଣ୍ଡା ଗି-ର-ଫ ହେବା ପରେ ତାଙ୍କ ପାଖରୁ ୨୦ କେଜି ଗଞ୍ଜେଇ ଜବତ ହୋଇଛି। ଏହା ସହ ଗୋଟିଏ ବାଇକ ମଧ୍ୟ ଜବତ କରିଛି ପୋଲିସ।
ସୂଚନାଯୋଗ୍ୟ ଯେ, ଏହି ରାଣୀ ପଣ୍ଡା ହେଉଛି ଜଣେ ଗୁଣ୍ଡା , ଗଞ୍ଜେଇ ଚାଲାଣ କରିବା ସହ ବଟି ଆଦାୟ କରିବା ତାର ପେସା। ଆଉ ବ୍ରହ୍ମପୁରରେ ସେ ଲୋକଙ୍କୁ ଡ଼ରାଇ ଏଭଳି ବଟି ଆଦାୟ କରୁଥିଲା। ଆଉ ଶେଷରେ ଗଞ୍ଜେଇ ଚାଲାଣ ବେଳେ ପୋଲିସ ତାକୁ କାବୁ କରିବାରେ ସକ୍ଷମ ହୋଇଛି।
ତେବେ ରାଜ୍ୟ ଗଣମାଧ୍ୟମର ଖବର ଅନୁଯାୟୀ, ଯେଉଁ ମାନେ ବଟି ଦେଉ ନଥିଲେ ସେମାନଙ୍କୁ ଲୋକ ପଠାଇ ମରଣାନ୍ତକ ଆକ୍ରମଣ କରୁଥିଲା ରାନୀ। ତେବେ ବାରମ୍ବାର ପୋଲିସ କୁ ଚକମା ଦେଇ ଖସି ଯାଉଥିଲା ରାନୀ ପଣ୍ଡା । କିନ୍ତୁ ଆଜି ରାନୀ ପଣ୍ଡା ଙ୍କୁ ବ୍ରହ୍ମପୁର ବଡ ବଜାର ଉତ୍ତରାମୁଖୀ ଠାରେ ପୋଲିସ ତାକୁ ଗିରଫ କରିଛି। ଅନ୍ୟପଟେ ଗତ କିଛି ଦିନ ତଳେ କୈଳାସ ନଗର ରେ ଗୋପାଳ କୃଷ୍ଣ ପଣ୍ଡାଙ୍କୁ ରାନୀ ଫୋନରେ ଧମକ ଦେଇ ବଟି ମାଗିଥିଲା କିନ୍ତୁ ସେ ନ ଦେବା ରୁ ରାନୀ ପଣ୍ଡା ଲୋକ ପଠାଇ ଗୋପାଳ କୃଷ୍ଣଙ୍କୁ ଖଣ୍ଡାରେ ଆକ୍ରମଣ କରିଥିଲା। ଅନ୍ୟପଟେ ରାନୀ ପଣ୍ଡା ନାମରେ ୭ ରୁ ଅଧିକ ମାମଲା ରହିଛି , ତେବେ ବର୍ତ୍ତମାନ ସମୟ ରେ ପୋଲିସ ରାନୀ ପଣ୍ଡାକୁ ଗିରଫ କରିଛି।