ସଂସ୍କାର : ମହାକାଳୀ ଉତ୍ସବ ପାଇଁ ଭଦ୍ରକରେ ହେଉଛି ଯାତ୍ରା। ତେବେ ଯାତ୍ରା ଦେଖିବା ପାଇଁ ପେଣ୍ଡାଲ ଚାରିପଟେ ଥିଲା ଅସମ୍ଭାଳ ଭିଡ଼ । କିନ୍ତୁ ଜଣେ ମହିଳା ତଳେ ଠିଆ ହୋଇ ଯାତ୍ରା ପେଣ୍ଡାଲକୁ ମାରିଥିଲେ ଯୋତାମାଡ଼। ତାହା ବି ପୁଣି ଯାତ୍ରା ଆଇଟମ୍ ଗାର୍ଲ ରାଣୀ ପ୍ରିୟଦର୍ଶିନୀଙ୍କ ଉପରେ।
ରାଣୀ ପ୍ରିୟଦର୍ଶିନୀଙ୍କ ଦୋଷ ଏତିକି ଥିଲା ଯେ ସେ ଯାତ୍ରା ପେଣ୍ଡାଲରେ ନିଆଁ ଲଗାଇଲା ଭଳି ଆଇଟମ୍ ଡ୍ୟାନ୍ସ କରିଥିଲେ । ଯାହାକୁ ପେଣ୍ଡାଲ ତଳେ ଥିବା ଅନ୍ୟ ମହିଳା ଜଣେ ଅଶ୍ଳିଳ ନୃତ୍ୟ କହି ବିରୋଧ କରିଥିଲେ । ହେଲେ ଏହି ପ୍ରସଙ୍ଗରେ ଚର୍ଚ୍ଚିତ ଆଇଟମ୍ ଡ୍ୟାନ୍ସର ରାଣୀ ପଣ୍ଡା ମୁହଁ ଖୋଲିଛନ୍ତି । ଘଟଣାରେ ବିରକ୍ତ ହୋଇ ସେ ସମସ୍ତଙ୍କୁ ଗାଳି କରୁଥିବା ଦେଖିବାକୁ ମିଳିଛି ।
ସେ କହିଛନ୍ତି, “କିଛି ଜ’ଣ ରାଣୀ ପଣ୍ଡା ସହ ନିଜକୁ ତୁଳନା କରିବାକୁ ଚେଷ୍ଟା କରୁଛନ୍ତି । ତୁମ ସାରା ଜିନ୍ଦେଗି ଓ ୭ଟା ଜନ୍ମ ପଳେଇବ ପଛେ ତୁମେ ରାଣୀ ପଣ୍ଡାର ବାଳକୁ ସରି ହବ ନାହିଁ । କିଏ ଜୋତା ମାଡ ଖାଇଲାଣି ତ ତୁମେ ମାନେ କୋଉଠି ଜି-ମରେଇବ, କୋଉଠି ଶୋଇବ, କୋଉଠି ନଙ୍ଗଳା ହୋଇ ନାଚିବ । ଶଳା ରାଣୀ ପଣ୍ଡା କ’ଣ କୋଠ ଘର ଝିଅ । ଶଳା ରାଣୀ ପଣ୍ଡା କ’ଣ ଶସ୍ତା ଭାବୁଛ । ରାଣୀ ପଣ୍ଡା ନାଁ କାହିଁକି ଆଗକୁ ଆସୁଛି ବୋଲି ସେ ଖପ୍ପା ହୋଇ କହିଛନ୍ତି ।”
“ମୁଁ ଯଦି ଭଲ କାମ କରେ । ସେତେବେଳେ ତ କେହି ମୋ ନାଁ ଆଗକୁ ଆଣୁ ନାହାନ୍ତି । ଏବେ କିଏ ନଙ୍ଗଳା ହୋଇ ନାଚିଲାଣି କି କେହି କେତେ କ’ଣ କଲେଣି ହେଲେ ରାଣୀ ପଣ୍ଡା ନାଁ କାହିଁକି ସବୁବେଳେ ସାମ୍ନାକୁ ଆସୁଛି । “କୁଆଡେ ଗଲେ ସବୁ ନାରୀନେତ୍ରୀ, ସମାଜସେବୀ ଯେଉଁମାନେ ରାଣୀ ପଣ୍ଡାର ପୋଷ୍ଟର ପୋଡୁଥିଲେ, ଜାଳୁଥିଲେ, ପ୍ରତିବାଦର ସ୍ୱର ଉଠାଉଥିଲେ, କୁଆଡେ ସବୁ ଗଲେ…ସେ ମେଡିଆ ଭାଇମାନଙ୍କୁ ବି ଛାଡେଲେ ନାହିଁ ।” ୧.୩୦ ମିନିଟ୍ ର ଏହି ଭିଡିଓରୁ ଯେମିତି ଲାଗୁଛି ରାଣୀ ପଣ୍ଡା ସମସ୍ତଙ୍କ ଉପରେ ନିଜର କ୍ରୋଧ ଜାହିର କରୁଛନ୍ତି ।
ଯାତ୍ରା ପାର୍ଟି କୁ ବି ଛାଡିଲେନି ରାଣୀ ପଣ୍ଡା । କହିଲେ “କୁଆଡେ ଗଲ କି ହେ ଯାତ୍ରା ବାଲା । ବାଡିଖିଆ ଯାତ୍ରା ପାର୍ଟିବାଲା । ଶୋଇପଡିଛ ନା ଉଠୁନି ବେ ତୁମର… ଆଁ, ତୁମ ମୁହଁକୁ ଲଜ୍ଜା ନାହିଁ ବେ କହି ମା’ ଭଉଣୀ ଉଡାଇଲେ। ସେ ପୁଣି କହିଲେ “ସମାଜର ଭଦ୍ର ଲୋକ କୁଆଡେ ଗଲ । ରାଣୀ ପଣ୍ଡାକୁ ବେଶ୍ୟା ଓ ବହୁତ କିଛି ଖରାପ କରି କହିଲ । ଏବେ କୁଆଡେ ସବୁ ଗଲ । ମୁହଁ ଫିଟୁନି ନା ମୁହଁରେ ମଡ଼ା ହୋଇଛି।