ସଂସ୍କାର : ନିକଟରେ ବିବାଦୀୟ ଅଭିନେତ୍ରୀ ରାଣୀ ପଣ୍ଡାଙ୍କ କାର୍ ଦୁର୍ଘଟଣା ଗସ୍ତ ହୋଇଥିଲା। ଏହି ଦୁର୍ଘଟଣାରେ ସୁକାନ୍ତ ନାମକ ଜଣେ ଯୁବକ ପ୍ରାଣ ହରାଇଛନ୍ତି। ତେବେ ଘଟଣା ଘଟିବାର କିଛି ଦିନ ପରେ ରାଣୀ ନିଜର କାରକୁ ଦେଖି କାନ୍ଦିଛନ୍ତି। ସେ ସୋସିଆଲ ମିଡ଼ିଆରେ ନିଜର କଷ୍ଟ ଅର୍ଜିତ ଧନର କାରକୁ ଦେଖି କାନ୍ଦିଛନ୍ତି।
ଏହି କାରଟି କିଣିବାକୁ ରାଣୀ ପଣ୍ଡା କେତେ ରାତି ଦିନ ଏକ କରି ଖଟିଛନ୍ତି। ନାଚିଛନ୍ତି, ନିଜର ଅଭିନୟର ଯାଦୁରେ ଲୋକଙ୍କର ମନୋରଞ୍ଜନ କରିଛନ୍ତି। କିନ୍ତୁ ବର୍ତ୍ତମାନ ନିଜର କାରର ଅବସ୍ଥା ଦେଖି ନିଜର କୋହ ସମ୍ଭାଳି ପାରି ନାହାନ୍ତି ରାଣୀ।
ରାଣୀ ନିଜର ସୋସିଆଲ ମିଡ଼ିଆ ଆକାଉଣ୍ଟରେ ଅଳ୍ପ ଖରାପ ଭାଷାରେ ନିଜର କୋହକୁ ପ୍ରକାଶ କରି ରାଣୀ ଲେଖିଛନ୍ତି ଯେ, “କୋଉ ଖରାପ ଲୋକଙ୍କର ନଜର ମୋ ଗାଡି ଉପରେ ପଡ଼ିଗଲା। ଆଜି ମୋ ଗାଡିର ଅବସ୍ଥା ଖରାପ ହୋଇଗଲା। କେତେ କଷ୍ଟ କରି ଖଟି ଖଟି ରାତି ଅନିଦ୍ରା ହୋଇ ଏହି ଗାଡି ଟିକୁ ଆଣିଥିଲି।
କିନ୍ତୁ ଏ ଦୁନିଆର କିଛିଟା ଅସହ୍ୟ ଲୋକଙ୍କ ନଜର ପାଇଁ ମୋ କାର ଆଜି ଭାଙ୍ଗିଗଲା। ସେମାନେ ମୋର ଖୁସି ସହି ପାରୁନାହାନ୍ତି। ହେଲେ ଯେମିତି ମୋର ସୁଖକୁ ନଜର ଲଗେଇ ଛଡାଇ ନେଇଛ, ସେମିତି ତୁମ ଜୀବନରେ ବି ଦୁଃଖ ଆସୁ। ମୋର ଅଭିଶାପ ତୁମ ଉପରେ ପଡିବ।”