ସଂସ୍କାର : ପାଖାପାଖି ୧୫ ଦିନରୁ ଅଧିକ ସମୟ ବିତିଗଲାଣି। ହେଲେ ସୌମ୍ୟଙ୍କର ଆତ୍ମହତ୍ୟା ଘଟଣାକୁ ନେଇ ପୋଲିସ ହାତ ବାନ୍ଧି ବସିଛି। ଭୁବନେଶ୍ୱରର ଯୁବ ବ୍ୟବସାୟୀ ତଥା ମଡେଲ୍ ସୌମ୍ୟ ରଞ୍ଜନ ପାଣିଗ୍ରାହୀଙ୍କର ଆତ୍ମହତ୍ୟା ଘଟଣାର ଦୋଷୀ ହେଉଛନ୍ତି ତାଙ୍କର ବାନ୍ଧିବୀ ସୋନାଲି ନନ୍ଦ। ସୋନାଲିଙ୍କ ସପକ୍ଷରେ ସବୁ ପ୍ରମାଣ ଥିଲେ ମଧ୍ୟ ପୋଲିସ କାହିଁକି ଏପର୍ଯ୍ୟନ୍ତ ସୋନାଲିଙ୍କୁ ଗିରଫ କରି ନାହିଁ ତାକୁ ନେଇ ଆଲୋଚନା ଜୋର ଧରିଛି।
ସୌମ୍ୟ ଆତ୍ମହତ୍ୟା କରିବା ପଛରେ ତାଙ୍କ ପ୍ରେମିକାଙ୍କର ହସ୍ତକ୍ଷେପ ରହିଛି ବୋଲି ସୌମ୍ୟ ନିଜର ସୁଇସାଇଡ ନୋଟରେ ଉଲେଖ୍ୟ କରିଥିଲେ। ହେଲେ ସବୁ ଜାଣି ବି ଘଟଣାରେ ନିରବଦ୍ରଷ୍ଟା ସାଜିଛି ପୋଲିସ। ତେବେ ଗତ କିଛି ଦିନ ହେବ ଏହି ମାମଲାଟି ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଅନେକ ଲୋକ ଏହି ମାମଲାକୁ ନେଇ ନିଜର ପ୍ରତିକ୍ରିୟା ରଖୁଛନ୍ତି। ଏହି କ୍ରମରେ ବର୍ତ୍ତମାନ ଯାତ୍ରା ଅଭିନେତ୍ରୀ ରାନୀ ପଣ୍ଡା ଏହି ମାମଲାକୁ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି।
ରାନୀ ପଣ୍ଡା ନିଜର ବୟାନରେ କହିଛନ୍ତି ଯେ,-‘ଯିଏ ଦୋଷ କରିଥାଏ ସେ ଚୁପ ହି ରହେ ନା । ଏଣିକି ଯଦି ମୁଁ ଦୋଷ କରି ନଥିବି ତା ହେଲେ ମୁଁ ରୋଡ ଉପରକୁ ଯାଇ ଚିଲେଇକି କହିବି ଆଜ୍ଞା ମୁଁ ଠିକ । ମୁଁ ଯଦି ଦୋଷ କରି ନାହିଁ ମୁଁ ଏୟା । ମୁ ଯଦି ଦୋଷ କରିଛି ତା ହେଲେ ନିହାତି ଭାବରେ ମୋତେ ମାନିବା ଦରକାର।
ରାନୀ ଆହୁରି ମଧ୍ୟ କହିଛନ୍ତି-‘ତ ମୁଁ ସବୁ ଓଡିଶାବାସୀଙ୍କୁ କହୁଛି ଓଡିଶାରେ ଯେତେ ପୁରୁଷ ଜାତି ଅଛ ପୁରୁଷ ମାନେ ଅଛ ସମସ୍ତଙ୍କୁ କହୁଛି ଏଇ ଟାଇପର ନାରୀର ଶିକାର ହୁଅନ୍ତୁ ନାହିଁ । ଏହି ଭଲ ପାଇବାର ଶିକାର ହୋଇ ନିଜକୁ ତିଳ ତିଳ କରି ଜାଳି ମରିଯାଅ ନାହିଁ । ମୋ ଭାଇ ମାନେ ତମ ଜୀବନରେ ଯିଏ ବି ଆସୁ ତାକୁ ନେଇ ଖୁସିରେ ସଂସାର କର । ଯଦି ଭଲ ପାଉଛ ତା ହେଲେ ଦେଖି ଚାହିଁ ଟିକେ ଭଲ ପାଅ ।
ରାନୀ ନିଜର ଶେଷ ବୟାନରେ କହିଛନ୍ତି -‘ଆଉ ମୁଁ ପୁରୁଷ ଜାତିକୁ ଗୋଟେ କଥା କହିବି। ଯେଉଁମାନେ ପ୍ରକୃତରେ ପୁରୁଷ , ଯଦି ସୋମ୍ୟ ପାଇଁ ଆସି ରାଜରାସ୍ତାରେ ରାଲି କରିବ ତା ହେଲେ ମୁ ଜାଣିବି ତମ ପୁରୁଷ ଜାତିରେ ଦମ ଅଛି। ଆଉ ରାନୀ ପଣ୍ଡା ବି ସେ ଜାଗାକୁ ନିହାତି ଭାବରେ ଯିବ’। ଆଉ ପୁରୁଷ ଜାତିଙ୍କୁ ସମର୍ଥନ ଜଣାଇବ।
ଦେଖନ୍ତୁ ଭିଡ଼ିଓ :