ସଂସ୍କାର : ଗତ ୧୫ ଦିନ ହେବ ଭୁବନେଶ୍ୱରର ମଡେଲ୍ ତଥା ଯୁବ ବ୍ୟବସାୟୀ ସୌମ୍ୟରଞ୍ଜନ ପାଣିଗ୍ରାହୀଙ୍କ ଆତ୍ମହତ୍ୟା ମାମଲା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି। ତାଙ୍କ ଗାର୍ଲଫ୍ରେଣ୍ଡ ପାଇଁ ସେ ଆତ୍ମହତ୍ୟା କରିଥିବା ସୁଇସାଇଡ଼ ନୋଟରେ ଉଲେଖ୍ୟ କରିଛନ୍ତି ସୌମ୍ୟରଞ୍ଜନ। ଆଉ ଏହି ସୁଇସାଇଡ଼ ନୋଟରେ ସୌମ୍ୟରଞ୍ଜନଙ୍କର ଗାର୍ଲଫ୍ରେଣ୍ଡ ସୋନାଲିଙ୍କର ନାମ ଥିବାରୁ ସେ ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛନ୍ତି। ଏମିତିକି ପକ୍କା ପ୍ରମାଣ ଥାଇ ବି ପୋଲିସ କାହିଁକି ସୋନାଲିଙ୍କୁ ଗିରଫ କରୁନି ତାହା ସାଧାରଣରେ ଚର୍ଚ୍ଚା ହେଉଛି।
ନିଜର ଆତ୍ମହତ୍ୟା ପଛରେ ପ୍ରେମିକା ସୋନାଲି ଦାୟୀ ବୋଲି ସୌମ୍ୟ ଏକ ସୁସାଇଡ ନୋଟ ଲେଖି ଆତ୍ମହତ୍ୟା କରିଛନ୍ତି। ଗତ କିଛି ଦିନ ହେବ ଏହି ମାମଲାଟି ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଅନେକ ଲୋକ ଏହି ମାମଲାକୁ ନେଇ ନିଜର ପ୍ରତିକ୍ରିୟା ରଖୁଛନ୍ତି। ତେବେ ସୋମ୍ୟ ଯେଉଁ ଝିଅ ପାଇଁ ନିଜର ଜୀବନ ହାରିଛନ୍ତି ତାଙ୍କର ସମ୍ପୂର୍ଣ୍ଣ ନାମ ହେଉଛି ସୋନାଲି ନନ୍ଦ।
ତେବେ ବର୍ତ୍ତମାନ ସୌମ୍ୟଙ୍କ ଆତ୍ମହତ୍ୟା ମାମଲାରେ ରାଜ୍ୟ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି ଯାତ୍ରା ଅଭିନେତ୍ରୀ ରାନୀ ପଣ୍ଡା । ସୌମ୍ୟ ଆଉ ସୋନାଲିଙ୍କ ମାମଲାକୁ ନେଇ ନିଜର ଏକ ବଡ ପ୍ରତିକ୍ରିୟା ରଖିଛନ୍ତି ରାନୀ।
ରାନୀ କହିଛନ୍ତି ଯେ,-‘ମୁ ଭାବି ପାରୁନି ଯେ ପୋଲିସ ପ୍ରଶାସନ ବର୍ତ୍ତମାନ ପର୍ଯ୍ୟନ୍ତ କାହିଁକି ଚୁପ ଅଛି। ସୌମ୍ୟ ଜଣେ ଭଲ ପିଲା ଥିଲା। ଆଉ ତାର ବାପା ମା ବି ବହୁତ ଭଲ ଲୋକ । ପୁଅଟା ବହୁତ ସୁନ୍ଦର ଦେଖିବା ପାଇଁ। ସେ ଚାହିଁ ଥିଲେ ଅନ୍ୟ ଜଣେ ଝିଅକୁ ପ୍ରେମ କରି ପାରିଥାନ୍ତା। ଏ ନାଗୁଣୀ ସୋନାଲି ପଛରେ କାହିଁକି ଗୋଡାଉଥିଲା। ଆଜ୍ଞା କଥାରେ ଅଛି ପ୍ରେମ ଅମର, ପ୍ରେମ ଚିରନ୍ତନ, ପ୍ରେମ ଅନ୍ଧ, ଆଉ ଯିଏ ପ୍ରକୃତରେ ଭଲ ପାଏ ସେ ଭଲ ପାଇବାର ମହତ୍ଵ ଜାଣିଛି।
ରାନୀ ଆହୁରି ମଧ୍ୟ କହିଛନ୍ତି ଯେ,-‘ ଭଲ ପାଇବାଟିକୁ ମୁଣ୍ଡକୁ ନେଇଯାଇଥିଲେ ସୌମ୍ୟ। ଯାହାଫଳରେ ତାକୁ ସେହି ଝିଅ ଛଡା ଆଉ କେହି ଦେଖା ଗଲେ ନାହିଁ ସେଥିପାଇଁ ସେ ସେହି ଝିଅ ପଛରେ ହିଁ ଗୋଡେଇଲେ। ଭଲ ପାଇବା କଥା କହିଲେ ମୁ ମୋ ନିଜର କଥା କହିବି ରାନୀ ପଣ୍ଡା ଯେମିତି ଲଭ କରିଛି ସେମିତି ଲଭ ଦୁନିଆରେ କେହି କରିନଥିବେ’।
ଆଗକୁ ସେ କହିଛନ୍ତି-‘ମୁ ଜାଣିଛି ଲଭ କଲେ ବାମ୍ଫ ପୋଲିଓ ଟୀକା କେଉଁ ରେଟରେ ନେବାକୁ ପଡେ । ତ ସେ ସେହି ପରିସ୍ଥିତିର ସମ୍ମୁଖୀନ ହେଲା ଯେଉଁଠି ଝିଅ ତା ଲଭକୁ କଦର କଲା ନାହିଁ’। ଝିଅକୁ ମୋଟା ଦରକାର। ସୋନାଲିକୁ ମୋଟା ବିଡା ଟଙ୍କା ଦରକାର। ସେ ସୌମ୍ୟଙ୍କ ଠାରୁ ଆଉ ଏକ ମୋଟା ବିଡା ଟଙ୍କା ଵାଲା ପିଲା ଫସାଇ ସୌମ୍ୟଙ୍କୁ ମାରିଦେଲା।
ତେବେ ରାନୀ ଆହୁରି ଅନେକ କଥା ସୋନାଲି ଆଉ ସୌମ୍ୟଙ୍କୁ ନେଇ କହିଛନ୍ତି। ଚଳାନ୍ତୁ ଦେଖିବା ରାନୀ ଆଉ କଣ ସବୁ କହିଛନ୍ତି।