ସଂସ୍କାର : ପୁଣି ଚର୍ଚ୍ଚାରେ ରାନୁ ମଣ୍ଡଳ । ଦିନେ ଯିଏ ରେଳ ଷ୍ଟେସନରେ ବସି ଗୀତ ଗାଇ ଇଣ୍ଟରନେଟରେ ଲୋକପ୍ରିୟ ହୋଇଥିଲେ। ସେ ପୁଣି ଆଜି ଚର୍ଚ୍ଚାକୁ ଆସିଛନ୍ତି। ନିଜର ଅଲଗା ସ୍ୱର ପାଇଁ ଦର୍ଶକଙ୍କ ପ୍ରିୟପାତ୍ର ହୋଇଥିବା ଇଣ୍ଟରନେଟ ସେନସେସନ ରାନୁ ମଣ୍ଡଳ ପୁଣି ଥରେ ଭାଇରାଲ ହୋଇଛନ୍ତି । ୨୦୧୯ ମସିହାରେ ରାଣହାଟ ଷ୍ଟେସନରେ ଲତା ମଙ୍ଗେସକରଙ୍କ ଗୀତ ଗାଇ ଚର୍ଚ୍ଚାରେ ରହିଥିବା ରାନୁ ମଣ୍ଡଳ ପୁଣି ଥରେ ଏକ ଗୀତ ଗାଇଛନ୍ତି ।
ଦେଖନ୍ତୁ ଭିଡ଼ିଓ
ତେବେ ଏଥର ରାନୁ ଗାଇଛନ୍ତି ଭାଇରାଲ ହୋଇଥିବା ସିଂହଳୀ ଗୀତ ମାନିକେ ମାଗେ ହିଥେ । ୟୋହାନୀଙ୍କ ଏହି ଗୀତକୁ ରାନୁ ମଣ୍ଡଳ ଗାଇଥିବା ବେଳେ ୟୁଟ୍ୟୁବରେ ଦର୍ଶକ ଏହାକୁ ବେଶ ପ୍ରଶଂସା କରିଛନ୍ତି । ୟ୍ୟୁଟ୍ୟୁବର ରୋନ୍ଧାନ ପରିଚୟଙ୍କ ୟୁଟ୍ୟୁବ ଚ୍ୟାନେଲରେ ଏହି ଭିଡିଓଟି ରହିଥିଲା । ୟୋହାନୀଙ୍କ ଭିଡିଓକୁ ୩ ମାସରେ ୯୧ ମିଲିୟନ ଦର୍ଶକ ଦେଖିଥିବା ବେଳେ ରାନୁ ମଣ୍ଡଳଙ୍କ ଭିଡିଓକୁ ପ୍ରାୟ ୫୪ ହଜାର ଲୋକ ଦେଖି ସାରିଲେଣି ।