ସଂସ୍କାର : ଆଜିର ସମୟରେ ବଙ୍ଗଳା ଗୀତ “କାଚ୍ଚା ବାଦାମ” ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ପଶ୍ଚିମବଙ୍ଗର ଜଣେ ଚିନାବାଦାମ ବିକ୍ରେତାଙ୍କର ଏହି ଗୀତ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଏହି ଗୀତ ବର୍ତ୍ତମାନ ଇଣ୍ଟରନେଟ ଜଗତରେ ଅଧିକ ଟ୍ରେଣ୍ଡରେ ରହିଛି। ଲୋକମାନେ ଏହି ଗୀତକୁ ବହୁତ ପସନ୍ଦ କରୁଛନ୍ତି ଏବଂ ଲୋକମାନେ ଏହି ଗୀତରେ ଗୋଟିଏ ପରେ ଗୋଟିଏ ଭିଡିଓ ମଧ୍ୟ ପ୍ରସ୍ତୁତ କରୁଛନ୍ତି। ବର୍ତ୍ତମାନ ଏହି ସମୟ ମଧ୍ୟରେ ରାନୁ ମଣ୍ଡଲ୍ ମଧ୍ୟ ଏହି ଗୀତ ଗାଇଛନ୍ତି ଏବଂ ସୋସିଆଲ ମିଡିଆରେ ତାଙ୍କର ଏହି ଭିଡିଓ ଭାଇରାଲ ହେଉଛି। କିନ୍ତୁ ରାନୁଙ୍କର ଏହି ଗୀତର ଭିଡ଼ିଓ ଦେଖିବା ପରେ ସୋସିଆଲ ମିଡ଼ିଆ ୟୁଜରମାନେ ରାନୁଙ୍କୁ ଟ୍ରୋଲ କରିବା ଆରମ୍ଭ କରିଛନ୍ତି।
ତେବେ ରାନୁ ଗାଇଥିବା ‘କାଚ୍ଚା ବାଦାମ’ ଭିଡିଓ ଇନଷ୍ଟାଗ୍ରାମର ଏକ ପେଜରେ ସେୟାର କରାଯାଇଛି। ଭିଡିଓରେ ରାନୁ ମଣ୍ଡଲ୍ କାଚା ବାଦାମ ଗୀତ ଗାଉଥିବାର ନଜର ଆସିଛନ୍ତି। ଆଉ ରାନୁଙ୍କର ଏହି ଭିଡିଓ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି ଏବଂ ଏପର୍ଯ୍ୟନ୍ତ ଏହି ଭିଡିଓକୁ ପାଖାପାଖି ୧.୧୦ ଲକ୍ଷ ଥର ଦେଖା ଯାଇଛି।
କିନ୍ତୁ ଉପଭୋକ୍ତାମାନେ ରାନୁ ମଣ୍ଡଲଙ୍କୁ ତୀବ୍ର ଟ୍ରୋଲ କରୁଛନ୍ତି। ଏହାପୂର୍ବରୁ, ରାନୁ ମଣ୍ଡଳ ବଚପନକା ପ୍ୟାର ଗୀତ ଗାଇଥିଲେ। ଏହା ସହିତ ସୋସିଆଲ ମିଡ଼ିଆ ୟୁଜରମାନେ ସେତେବେଳେ ମଧ୍ୟ ତାଙ୍କୁ ବହୁତ ଟ୍ରୋଲ କରିଥିଲେ। ଆଉ ବର୍ତ୍ତମାନ କାଚ୍ଚା ବାଦାମ ଗୀତକୁ ରାନୁ ମଣ୍ଡଳ ନିଜ ନିଜ ଶୈଳୀରେ ଗାଇଛନ୍ତି, ଯାହା ଲୋକଙ୍କୁ ଚକିତ କରିଦେଇଛି। ଆଉ ସୋସିଆଲ ମିଡ଼ିଆ ୟୁଜରମାନେ ମଧ୍ୟ ତାଙ୍କୁ ଟ୍ରୋଲ୍ କରିବା ଆରମ୍ଭ କରି ଦେଇଛନ୍ତି।