ଦୁଷ୍କର୍ମ ଅଭିଯୁକ୍ତ ଗିରଫ, ନାବାଳିକାଙ୍କୁ ଅପହରଣ କରି କରିଥିଲା ଦୁଷ୍କର୍ମ

ସଂସ୍କାର : ନାବାଳିକାଙ୍କୁ ଅପହରଣ। ଅପହରଣ ପରେ ନିଛାଟିଆ ସ୍ଥାନରେ ବଳାତ୍କାର। ନାବାଳିକାଙ୍କୁ ବଳାତ୍କାର କରିବା ପରେ ଫେରାର୍ ହୋଇଥିଲା ଅଭିଯୁକ୍ତ ଯୁବକ। ତେବେ ପୋଲିସ ବର୍ତ୍ତମାନ ଅଭିଯୁକ୍ତକୁ କାବୁ କରି ନେଇଛି। କୋରାପୁଟ ଜିଲ୍ଲା ଜୟପୁର ଟାଉନ ଥାନା ଅଞ୍ଚଳର ନାବାଳିକାକୁ ଅପହରଣ କରି ଦୁଷ୍କର୍ମ ମାମଲାରେ ଫେରାର ହୋଇଯାଇଥିବା ଅଭିଯୁକ୍ତକୁ ଗିରଫ କରିଛି ପୋଲିସ।

ଅଭିଯୁକ୍ତ ଯୁବକଙ୍କର ନାମ ଫାଲଗୁନୀ ତୁରକ। ତେବେ ଲକ୍ଷ୍ମୀପୁର ଅଂଚଳରୁ ପୁଲିସ ଗିରଫ କରିଥିବା କହିଛନ୍ତି ଟାଉନଥାନା ଆଇଆଇସି ସଂଜୟ ମଣ୍ଡଳ। ସୂଚନା ମୁତାବକ, ଗତ ଅକ୍ଟୋବର ମାସରେ ଜୟପୁର ଟାଉନଥାନା ଅଂଚଳର ଜଣେ ନାବାଳିକାକୁ ଲକ୍ଷ୍ମୀପୁର ଥାନା ଅଂଚଳର ଅଭିଯୁକ୍ତ ଫାଲଗୁନୀ ତୁରୁକ (୧୯) ଅପହରଣ କରିଥିଲା। ଏପରିକି ଅପହରଣ ପରେ ନାବାଳିକାଙ୍କୁ ଦୁଷ୍କର୍ମ କରି ଛାଡ଼ି ଫେରାର ହୋଇଯାଇଥିଲା ଫାଲଗୁନୀ।

ଏ ନେଇ ନାବାଳିକାଙ୍କର ପରିବାରବର୍ଗ ଟାଉନ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଲକ୍ଷ୍ମୀପୁରରେ ଚଢ଼ଉ କରି ପିଡ଼ୀତା ନାବାଳିକାଙ୍କୁ ଉଦ୍ଧାର କରିଥିଲା। ନାବାଳିକାକୁ ଡାକ୍ତରୀମାଇନା କରିବା ସହ ତାଙ୍କ ବୟାନ ଅନୁଯାୟୀ ଅଭିଯୁକ୍ତ ଫାଲଗୁନୀଙ୍କ ନାଁରେ ଦୁଷ୍କର୍ମ ମାମଲା ପୋଲିସ ରୁଜୁ କରିଥିଲା। ତେବେ ସାଢ଼େ ୨ମାସ ଫରେ ଫେରାର ଥିବା ଅଭିଯୁକ୍ତ ଫାଲଗୁନୀ ଲକ୍ଷ୍ମୀପୁର ଫେରିଥିବା ସୂଚନା ପୋଲିସ କୌଣସି ସୁତ୍ରରୁ ପାଇଥିଲା। ଟାଉନ ଥାନା ଆଇଆଇସିଙ୍କ ନିର୍ଦେଶରେ ତଦନ୍ତକାରୀ ଅଧିକାରୀ ସବଇନିସପେକ୍ଟର ମନୀଷା ସାହୁ ଲକ୍ଷ୍ମୀପୁର ପୁଲିସ ସହାୟତାରେ ଅଭିଯୁକ୍ତକୁ ଗିରଫ କରି ଜୟପୁର ଆଣିଥିଲେ। ଏଠାରେ ଅଭିଯୁକ୍ତ ଫାଲଗୁନୀର ଡାକ୍ତରୀ ମାଇନା ପରେ କୋର୍ଟକୁ ଚାଳାଣ କରାଯାଇଥିଲା। କୋର୍ଟ ଅଭିଯୁକ୍ତକୁ ବିଚାରବିଭାଗୀୟ ହାଜତକୁ ପଠାଇ ଦେଇଥିବା ପୁଲିସ ପକ୍ଷରୁ ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *