ବିବାହ ଉତ୍ସବକୁ ଆସିଥିବା ନାବାଳିକାଙ୍କୁ ଉଠାଇ ନେଇ ଗଣ ବଳାତ୍କାର, ୫ ଜଣ କରିଥିଲେ ଦୁଷ୍କର୍ମ…

ସଂସ୍କାର : ବିବାହ ଉତ୍ସବରେ ଲଜ୍ୟା। ମାନବିକତାର ସୀମା ପାର୍ ହୋଇଗଲେ ବଳାତ୍କାରୀମାନେ। ଜଣେ ୧୬ ବର୍ଷୀୟ ନାବାଳିକା ହେଲେ ବିବାହ ଉତ୍ସବରେ ଗଣଦୁଷ୍କର୍ମର ଶିକାର। ଜଣଙ୍କ ପରେ ଜଣେ ଏମିତି ୫ ଜଣ କଲେ ନାବାଳିକାଙ୍କ ସହିତ ବଳାତ୍କାର। ଗୋଟିଏ ପଟେ ବିବାହ ଉତ୍ସବରେ ସମସ୍ତେ ମସଗୁଲ୍ ଥିବା ବେଳେ , ଅନ୍ୟପଟେ ନାବାଳିକାଙ୍କୁ ଉଠାଇ ନେଇ ପାଖ ଜଙ୍ଗଲରେ ବଳାତ୍କାର କଲେ ୫ ଜଣ ଦୁଷ୍କର୍ମକାରୀ। କେହି ବି କିଛି ଜାଣିପାରିଲେ ନାହିଁ। କାରଣ ବିବାହ କାରଣରୁ ବାଜୁଥିବା ଡିଜେ ଶବ୍ଦରେ ନାବାଳିକାଙ୍କର ପାଟିର ଶବ୍ଦ ଫିକା ପଡିଯାଇଥିଲା। ଆଉ ଯାହାର ଭରପୁର ଫାଇଦା ଉଠାଇଥିଲେ ୫ ବଳାତ୍କାରୀ।

ବିବାହ ଉତ୍ସବ ଚାଲିଥିବା ସମୟରେ ଜଣେ ନାବାଳିକାଙ୍କୁ ବଳପୂର୍ବକ ଉଠାଇ ନେଇ ଜଙ୍ଗଲରେ ଗଣଦୁଷ୍କର୍ମ କରାଯାଇଛି। ତେବେ ଏହି ଘଟଣାରେ ୫ ଜଣ ଅଭିଯୁକ୍ତ ସାମିଲ ଥିବା ବେଳେ ଦୁଇ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି ସ୍ଥାନୀୟ ପୋଲିସ୍। ଆଉ ବାକି ୩ ଜଣ ଫେରାର୍ ଅଛନ୍ତି। ଖବର ଲେଖିବା ପର୍ଯ୍ୟନ୍ତ ସେମାନେ ଏପର୍ଯ୍ୟନ୍ତ ଧରାପଡ଼ି ନାହାନ୍ତି ବୋଲି ପୋଲିସ କହିଛି। ତେବେ ଅପହରଣ କରି ନେଉଥିବା ସମୟରେ ନାବାଳିକା ଜଣକ ଖୁବ୍ ଜୋରରେ ପାଟି କରିଥିଲେ ଓ ସେଠାରୁ ଦୌଡ଼ି ପଳାଇ ଯିବାକୁ ଚେଷ୍ଟା କରିଥିଲେ । କିନ୍ତୁ ଅଭିଯୁକ୍ତ ମାନେ ତାଙ୍କୁ ମାଡ଼ ମାରିଥିଲେ। ଆଉ ମାଡ଼ ମାରିବା ସହିତ ନାବାଳିକାଙ୍କୁ ବଳାତ୍କାର କରିଥିଲେ। ତେବେ ବିବାହ ଉତ୍ସବରେ ଡିଜେ ବାଜୁଥିବାରୁ ଯୁବତୀଙ୍କର ପାଟି ଉଠାଇ ନେଉଥିବା ବେଳେ ଶୁଣାଯାଇନଥିଲା ।

ତେବେ କୌଣସି ପ୍ରକାରରେ ନାବାଳିକା ଜଣକ ଏହି ରାକ୍ଷସଙ୍କ କବଳରୁ ରକ୍ଷା ପାଇ ଦୌଡ଼ି ପଳାଇବାକୁ ଚେଷ୍ଟା କରୁଥିବା ସମୟରେ ଏକ ଗାତରେ ପଡ଼ିଯାଇଥିଲେ । ଫଳରେ ତାଙ୍କ ଶରୀରରେ କ୍ଷତ ହୋଇଯାଇଛି। ଆଉ ସେ ବର୍ତ୍ତମାନ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ଏହି ଘଟଣା ଫେବୃଆରୀ ୧୭ ତାରିଖରେ ଘଟିଥିବା ଜଣାପଡ଼ିଛି ।

୧୭ ତାରିଖ ଦିନ ନାବାଳିକା ଜଣକ ନିଜ ସାଙ୍ଗ ଘରକୁ ବିବାହ ଉତ୍ସବରେ ସାମିଲ ହେବାକୁ ଯାଇଥିବା ସମୟରେ ଏହି ଘଟଣା ଘଟିଥିଲା । ନାଚଗୀତ ହେଉଥିବା ବେଳେ ନାବାଳିକାଙ୍କୁ ଉଠାଇ ନେଇଥିଲେ ଅଭିଯୁକ୍ତ । ଏହାପରେ ପୀଡ଼ିତାଙ୍କ ସାଙ୍ଗ ମାନେ ତାଙ୍କୁ ଖୋଜିବାକୁ ଲାଗିଲେ । ଅନେକ ସମୟ ଧରି ଖୋଜାଖୋଜି କରିବା ପରେ ପାଇନଥିଲେ । ସକାଳ ପାହିବା ପରେ ନାବାଳିକା ଜଣକ ଲହୁଲୁହାଣ ଅବସ୍ଥାରେ ଘରେ ପହଞ୍ଚିଥିଲେ ଓ ପୂରା ଘଟଣା ସମ୍ପର୍କରେ ପରିବାର ଲୋକଙ୍କୁ କହିଥିଲେ ।

ଏହାପରେ ପରିବାର ଲୋକେ ପୋଲିସ୍ ପାଖରେ ଅଭିଯୋଗ କରିଥିଲେ ଓ ପୀଡ଼ିତାଙ୍କ ଗୁପ୍ତାଙ୍ଗରେ ଗଭୀର କ୍ଷତ ,ହୋଇଥିବାରୁ ତାଙ୍କୁ ମେଡିକାଲକୁ ନିଆଯାଇ ଚିକିତ୍ସା କରାଯାଇଥିଲା । ଅନ୍ୟପଟେ ପୋଲିସ୍ ମାମଲା ରୁଜୁ କରିଥିଲା । ୫ ଅଭିଯୁକ୍ତଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ଗିରଫ କରିଥିଲା ଏବଂ ଅନ୍ୟ ୩ ଜଣ ଏବେ ବି ଫେରାର୍ ଅଛନ୍ତି । ସେମାନଙ୍କୁ ଖୋଜିବା ପାଇଁ ସ୍ୱତନ୍ତ୍ର ଟିମ୍ ପ୍ରସ୍ତୁତ କରିଛି ପୋଲିସ୍ ।

Leave a Reply

Your email address will not be published. Required fields are marked *