ସଂସ୍କାର : ମାର୍କେଟରୁ ସଉଦା ଆଣି ଘରକୁ ଫେରୁଥିବା ବେଳେ ମହିଳା ଶିକାର ହେଲେ ଗଣଦୁଷ୍କର୍ମର। ମହିଳାଙ୍କୁ ବାଇକରେ ଅପହରଣ କରି ନେଇ ବଳାତ୍କାରୀମାନେ ପାଖ ଜଙ୍ଗଲରେ କଲେ ଦୁଷ୍କର୍ମ। ଆଉ ଶେଷରେ ବହୁତ ଛାନଭିନ୍ ପରେ ପୋଲିସ ହାତରେ ଧରପଡିଛନ୍ତି ଦୁଇ ଅଭିଯୁକ୍ତ। ଏପରି ଏକ ସମ୍ବେଦନଶୀଳ ଘଟଣା ଦେଖିବାକୁ ମିଳିଛି ରାଜ୍ୟର ଯୋଡ଼ା ଅଂଚଳରେ।
ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗରେ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ଯୋଡ଼ା ପୋଲିସ୍। ଗିରଫ ଦୁଇ ଅଭିଯୁକ୍ତ ହେଲେ, ଭନଗାଁ ଅଂଚଳର ସୁଧୀର ଓରାମ ଓ ନିରଞ୍ଜନ ବେହେରା। ଗତ ଶୁକ୍ରବାର, ସନ୍ଧ୍ୟାରେ ପୁରୁଷୋତ୍ତମପୁର ହାଟରୁ ମହିଳା ଜଣକ ଘରକୁ ଫେରିବା ବେଳେ ଅମାନୁଷିକ କାର୍ଯ୍ୟ କରିଥିଲେ ଏହି ଦୁଇ ଅଭିଯୁକ୍ତ।
ମହିଳାଙ୍କୁ ଏକାକି ପାଇ ଏହି ଦୁଇ ଅଭିଯୁକ୍ତ ଏକ ବାଇକରେ ଯୋର ଜବରଦସ୍ତ ଟେକିନେଇ ପୁଟୁଗାଁ ଜଙ୍ଗଲକୁ ପଳାଇ ଯାଇଥିଲେ। ଆଉ ସେଠାରେ ଦୁଇ ଜଣ ମିଶି ମହିଳାଙ୍କୁ ଦୁଷ୍କର୍ମ କରିଥିବା ମହିଳା ଜଣକ ପୋଲିସ ନିକଟରେ ଅଭିଯୋଗ କରିଥିଲେ। ଆଉ ମହିଳାଙ୍କର ଅଭିଯୋଗ ଆଧାରରେ ପୋଲିସ ଦୁଇଜଣ ଦୁଷ୍କର୍ମକାରୀଙ୍କୁ ଗିରଫ କରିବାରେ ସଫଳ ହୋଇଛି।