ସଂସ୍କାର : ଜଣେ ବଳାତ୍କାର ପୀଡ଼ିତାଙ୍କୁ ପରିବାର ଲୋକେ କିରୋସିନୀ ତେଲ ଢାଳି ହତ୍ୟା ଉଦ୍ୟମ କରିବା ଘଟଣା ବର୍ତ୍ତମାନ ଆତଙ୍କ ସୃଷ୍ଟି କରିଛି। ଏଭଳି ଲୋମଟାଙ୍କୁରା ଘଟଣା ଝାଡ଼ଖଣ୍ଡର ଗିରିଡ଼ିହୀ ଜିଲ୍ଲାର ବେଙ୍ଗାବାଦା ଥାନା ଅର୍ନ୍ତଗତ ମହୁଆରଠାରେ ଘଟିଛି ।
ପୋଲିସର ସୂଚନାନୁଯାୟୀ ବେଙ୍ଗାବାଦ ଥାନା ଅର୍ନ୍ତଗତ ମହୁଆର ଗ୍ରାମର ଜଣେ ମହିଳା ଶୌଚ ହେବା ପାଇଁ ରାତିରେ ବିଲକୁ ଯାଇଥିବାବେଳେ ସୁନୀଲ ଚୌଧୁୁରୀ ନାମକ ଜଣେ ବ୍ୟକ୍ତି ତାଙ୍କୁ ବଳାତ୍କାର କରିଥିଲା।ମହିଳାଜଣଙ୍କର ଚିତ୍କାର ଶୁଣି ପରିଜନ ଓ ଆଖପାଖ ଲୋକେ ଘଟଣାସ୍ଥଳରେ ପହଁଚିଥିଲେ ଫଳରେ ଅଭିଯୁକ୍ତ ଜଣକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ ।
ଗିରିଡ଼ିହର ଏସଡ଼ିପିଓଙ୍କ କହିବାନୁସାରେ ଉକ୍ତ ମହିଳାଙ୍କୁ ପରିବାର ଲୋକେ ଘରକୁ ଆଣିବାକୁ ସାହାର୍ଯ୍ୟ କରିବା ପରିବର୍ତ୍ତେ ତାଙ୍କୁ କିରୋସିନୀ ତେଲ ପକାଇ ନିଆଁ ଲଗାଇଦେଇଥିଲେ । ଏଥିରେ ମହିଳାଙ୍କର ଅଧିକାଂଶ ଶରୀର ପୋଡ଼ିଯାଇଛି। ତାଙ୍କ ସ୍ୱାମୀ ମାନସିକ ବିକାରଗ୍ର୍ରସ୍ତ ହୋଇଥିବାରୁ ତାଙ୍କର ପରିବାରରେ କୌଣସି ଦବଦବା ନାହିଁ। ଯାହା ଫଳରେ ଏହି ଅଘଟଣ ଘଟିଛି।