ସଂସ୍କାର : ପଶ୍ଚିମବଙ୍ଗ ସୀମାନ୍ତ ଦିଘା ସମୁଦ୍ର ମୁହାଣରେ ଏକ ବିରଳ ପ୍ରଜାତିର ଶଙ୍କର ଜାତୀୟ ମାଛ ଦେଖିବାକୁ ମିଳିଛି । ମାଛଟିର ଓଜନ ପ୍ରାୟ ୫୦୦ କିଲୋଗ୍ରାମ ବା ୫ ଟନ୍ରୁ ଅଧିକ ହେବ । ଏହାର ମୁହଁ ଦେଖିବାକୁ ଲମ୍ବା କରତ ଭଳି ।
ଏହି ବିରଳ ମାଛ ଗଭୀର ସମୁଦ୍ରରେ ଦେଖାଯାଇ ଥାଏ ବୋଲି ମତ୍ସ୍ଯଜିବୀମାନେ କହିଛନ୍ତି ।ଏହି ମାଛରୁ ଜଟିଳ ରୋଗର ଔଷଧ ତିଆରି କରାଯାଏ ବୋଲି ଜଣାପଡ଼ିଛି ।ପାରାଦ୍ବୀପରୁ ଏକ ଟ୍ରଲରରେ ଏହି ମାଛଟି ପଞ୍ଚିମବଙ୍ଗର ଦିଘା ମୁହାଁଣକୁ ଆସିଥିଲା ।
ଏହି ପ୍ରଜାତିର ମାଛ ଏବେ ପ୍ରାୟ ବିଲୁପ୍ତ ହୋଇ ଗଲେଣି।ତେଣୁ ବିରଳ ମାଛଟିକୁ ଦେଖିବା ପାଇଁ କୂଳରେ ଲୋକଙ୍କ ଭିଡ଼ ଜମି ଥିଲା। ଏହି ମାଛଟିକୁ ଦିଘା ମତ୍ସ୍ଯ ନିଲାମ କେନ୍ଦ୍ର ୧ ଲକ୍ଷ ଟଙ୍କାରେ ନିଲାମ କରିଥିବା ଜଣା ପଡିଛି ।