ଆପଣ ମଧ୍ୟ ପ୍ଲାଷ୍ଟିକ ର ଚାଉଳ ଖାଉନାହାନ୍ତି ତ? ଏହି ଟ୍ରିକ ଦ୍ଵାରା ଅସଲି ଚାଉଳକୁ ଚିହ୍ନଟ କରନ୍ତୁ…

ଆଜିକାଲି ଆମେ ଖାଉଥିବା ଖାଦ୍ୟରେ ଅନେକ ଅପମିଶ୍ରଣ ହେବାରେ ଲାଗିଛି। ଆମେ ଖାଉଥିବା ଚାଉଳରେ ମଧ୍ୟ ଅପମିଶ୍ରଣ ହେଉଛି। ଏବେ ବଜାରରେ ନକଲି ଚାଉଳ ମିଳୁଛି, ଯାହା ପ୍ଲାଷ୍ଟିକରେ ତିଆରି। ଏହା ଆମ ପରିବେଶ ଏବଂ ସ୍ବାସ୍ଥ୍ୟ ପାଇଁ ହାନିକାରକ ଅଟେ। ଆମେ ଚାଉଳକୁ ଦେଖିଲେ ତାହା ନକଲି କି ଅସଲି ଜାଣିପାରିବା ନାହିଁ।

ଏପରି ପରିସ୍ଥିତିରେ, କେତୋଟି ଉପାୟ ଅଛି ଯାହା ମାଧ୍ୟମରେ ଆପଣ ଜାଣିପାରିବେ ଚାଉଳ ଅସଲି କି ନକଲି।

ଅସଲି ଚାଉଳ ଜାଣିବାର ଉପାୟ :

କିଛି ଚାଉଳକୁ ନେଇ ନିଆଁରେ ଜଳାନ୍ତୁ। ଯଦି ଜଳାଇବା ସମୟରେ ଚାଉଳରୁ ପ୍ଲାଷ୍ଟିକ ର ଗନ୍ଧ ବାହାରେ, ତେବେ ଜାଣି ନିଅନ୍ତୁ ଏହି ଚାଉଳ ନକଲି।

ଅସଲି ବା ନକଲି ଚାଉଳ ଜାଣିବା ପାଇଁ କିଛି ଚାଉଳକୁ ନେଇ ପାଣି ରେ ପକାଇ ହଲାନ୍ତୁ। ଯଦି ଚାଉଳ ପାଣି ଉପରକୁ ଆସିଯାଏ, ତେବେ ଚାଉଳ ପ୍ଲାଷ୍ଟିକରେ ତିଆରି। କାରଣ ପ୍ଲାଷ୍ଟିକ ପାଣିରେ ଭାସେ।

ଏହାଛଡା ଅସଲି ବା ନକଲି ଚାଉଳ ଜାଣିବା ପାଇଁ ଗୋଟିଏ କଡେଇରେ କିଛି ତେଲ ନେଇ ଗରମ କରନ୍ତୁ। ସେଥିରେ କିଛି ଚାଉଳ ପକାନ୍ତୁ। ଯଦି ଚାଉଳ ତରଳିବାରେ ଲାଗେ, ତେବେ ଏହା ପ୍ଲାଷ୍ଟିକରେ ତିଆରି ବୋଲି ଜାଣିବେ।