ଦିନକୁ ଦୁଇରୁ ଚାରି ଘଣ୍ଟା ଜିମରେ ୱାର୍କଆଉଟ୍ କରୁଥିଲେ ସିଦ୍ଧାର୍ଥ ଶୁକ୍ଲା ; କିନ୍ତୁ କାହିଁକି ଆସିଲ ତାଙ୍କୁ ହାର୍ଟଆଟାକ୍ , ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା

ସଂସ୍କାର : ବଲିଉଡର ପ୍ରସିଦ୍ଧ ଟେଲି ଅଭିନେତା ତଥା ବିଗବସ୍ ୧୩ ର ବିଜେତା ସିଦ୍ଧାର୍ଥ ଶୁକ୍ଲା ଇହଧାମ ତ୍ୟାଗ କରିବାର ଆଜି ୧୨ ଦିନ ପୁରଣ ହୋଇଯାଇଛି। କିନ୍ତୁ ଆଜିବି ତାଙ୍କୁ ଝୁରୁଛନ୍ତି ଅନେକ ଲୋକ। ସିଦ୍ଧାର୍ଥଙ୍କର ବଡି ଫିଟ ଯୋଗୁଁ ଅନେକ ଯୁବତୀ ତାଙ୍କର ଫ୍ୟାନ ହୋଇଯାଇଥିଲେ। କ୍ରିକେଟର ବିରାଟ କୋହଲି ଠାରୁ ଅଧିକା ସେ ଯୁବତୀଙ୍କ ଗହଣରେ ଲୋକପ୍ରିୟ ଥିଲେ। କିନ୍ତୁ ଯିଏ ଦିନକୁ ଦୁଇରୁ ଚାରି ଘଣ୍ଟା ଜିମରେ ୱାର୍କ ଆଉଟ୍ କରୁଥିଲା , ତାକୁ କିପରି ହୃଦଘାତ ( ହାର୍ଟଆଟାକ୍ ) ଆସିଲା ତାକୁ ନେଇ ବର୍ତ୍ତମାନ ଚର୍ଚ୍ଚା ଜୋର ଧରିଛି।

ତେବେ ଜାତୀୟ ଗଣମାଧ୍ୟମ ” ଜି ନ୍ୟୁଜ୍” ରେ ପ୍ରକାଶିତ ଏକ ରିପୋର୍ଟରେ ସିଦ୍ଧାର୍ଥ ଶୁକ୍ଲାଙ୍କ ଦେହାନ୍ତ କେଉଁ କାରଣରୁ ହୋଇଛି ତାହା ଉଲେଖ୍ୟ ରହିଛି। ତଥ୍ୟ ଅନୁଯାୟୀ, ୪୦ ବର୍ଷ ବୟସ୍କର ଜଣେ ବ୍ୟକ୍ତି, ଯିଏକି ପ୍ରତିଦିନ ଦୁଇରୁ ଚାରି ଘଣ୍ଟା ଜିମରେ ଫିଟ୍ ରହିବାକୁ ସମୟ ଅତିବାହିତ କରୁଥିଲା, ଫିଟ ରହିବା ପାଇଁ ସ୍ୱତନ୍ତ୍ର ଖାଦ୍ୟ ଗ୍ରହଣ କରୁଥିଲା , ନିଜକୁ ଫିଟ୍ ରଖିବା ପାଇଁ ଯେଉଁ ବ୍ୟକ୍ତି ସବୁକିଛି କରୁଥିଲା ସେ କିପରି ହୃଦଘାତରେ ପ୍ରାଣତ୍ୟାଗ କରିପାରିଲା ? ତେବେ ଆଜି ଏହି ପ୍ରଶ୍ନଗୁଡିକର ଉତ୍ତର ବୁଝିବାକୁ ହେଲେ ଆପଣଙ୍କୁ ସମ୍ପୂର୍ଣ୍ଣ ଖବର ପଢିବାକୁ ହେବ।

ସିଦ୍ଧାର୍ଥ ୪୦ ବର୍ଷ ବୟସରେ ମଧ୍ୟ ସମ୍ପୂର୍ଣ୍ଣ ଫିଟ୍ ଦେଖାଯାଉଥିଲେ ଏବଂ ତାଙ୍କ ଅଭିନୟ କ୍ୟାରିୟରକୁ ଧ୍ୟାନରେ ରଖି ସେ ଏକ ନିଜର ଫିଟ ବଡି ତିଆରି କରିଥିଲେ। ଏଥିପାଇଁ ସେ ଜିମରେ ଅନେକ ଘଣ୍ଟା ବିତାଉଥିଲେ। ନିଜକୁ ସୁସ୍ଥ ଏବଂ ଫିଟ୍ ରଖିବା ପାଇଁ ସିଦ୍ଧାର୍ଥ ବିଶେଷ ଖାଦ୍ୟ ଗ୍ରହଣ କରୁଥିଲେ। ସେ ଭଲ ଦେଖାଯିବାକୁ ଚାହୁଁଥିଲେ ଏବଂ ସେ ଏଥିରେ ସଫଳ ହୋଇଥିଲେ, କିନ୍ତୁ ଏତେ କମ ବୟସରେ ହୃଦଘାତ ହେତୁ ତାଙ୍କର ମୃତ୍ୟୁ ଦର୍ଶାଏ ଯେ ହୃଦଘାତ ଯେକୌଣସି ବୟସର ବ୍ୟକ୍ତିଙ୍କୁ ଆସିପାରେ।

ଅଳ୍ପ ବୟସରେ ହୃଦଘାତ କାହିଁକି ଆସେ ?

ଡାକ୍ତରଙ୍କ କହିବା ଅନୁଯାୟୀ, ବର୍ତ୍ତମାନ ୧୮ ରୁ ୨୦ ବର୍ଷର ଯୁବକମାନେ ମଧ୍ୟ ହୃଦଘାତର ଶିକାର ହୁଅନ୍ତି। କାର୍ଡିଓଲୋଜି ସୋସାଇଟି ଅଫ୍ ଇଣ୍ଡିଆ ଅନୁଯାୟୀ, ଭାରତରେ ୩୫ ରୁ ୫୦ ବର୍ଷ ବୟସର ୪ ଜଣ ବ୍ୟକ୍ତି ପ୍ରତି ମିନିଟରେ ହୃଦଘାତରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରନ୍ତି ଏବଂ ଭାରତରେ ହୃଦଘାତରେ ମୃତ୍ୟୁବରଣ କରୁଥିବା ଲୋକଙ୍କ ମଧ୍ୟରୁ ୨୫ ପ୍ରତିଶତ ଲୋକ ୩୫ ବର୍ଷରୁ ଅଧିକା ହୋଇଥାନ୍ତି। ତେବେ ପୂର୍ବରୁ ହୃଦଘାତକୁ ବୟସ୍କ ବ୍ୟକ୍ତିଙ୍କ ରୋଗ ବୋଲି ବିବେଚନା କରାଯାଉଥିଲା, କିନ୍ତୁ ବର୍ତ୍ତମାନ ଯୁବକମାନେ ମଧ୍ୟ ଏହାର ଶିକାର ହେଉଛନ୍ତି। କିନ୍ତୁ , ହୃଦଘାତ ପ୍ରାୟତଃ ସେହି ଯୁବକମାନଙ୍କ ନିକଟକୁ ଆସିଥାଏ ଯେଉଁମାନେ କୌଣସି ପ୍ରକାର ବ୍ୟାୟାମ କରନ୍ତି ନାହିଁ ଏବଂ ଯାହାର ନିତ୍ୟକର୍ମ ଶାରୀରିକ କାର୍ଯ୍ୟକଳାପକୁ ଅନ୍ତର୍ଭୁକ୍ତ କରେ ନାହିଁ। କିନ୍ତୁ ଯେଉଁମାନେ ଭଲ ଦେଖାଯିବା ଏବଂ ଫିଟ୍ ହେବା କିମ୍ବା ଶରୀରକୁ ଏକ ନିର୍ଦ୍ଦିଷ୍ଟ ଆକୃତି ଦେବା ପାଇଁ ଅଧିକ ସମୟ ବ୍ୟାୟାମ କରନ୍ତି ସେମାନେ ମଧ୍ୟ ହୃଦଘାତର ଶିକାର ହୋଇଥାନ୍ତି।

କ୍ରମାଗତ ସିଗାରେଟ୍ ଟାଣିଲେ ହୃଦଘାତ ବିପଦ ବଢିଥାଏ କି ?

ବିଶେଷକରି ଯେଉଁମାନେ ଉଚ୍ଚ ଇଣ୍ଟେନ୍ସିଟି ବ୍ୟାୟାମ କରନ୍ତି, ହଠାତ୍ ସେମାନଙ୍କର ହୃଦସ୍ପନ୍ଦନ ବଢିଯାଇଥାଏ ଏବଂ ତାଙ୍କୁ ହୃଦଘାତ ହେବାର ଆଶଙ୍କା ଥାଏ। ବିଶେଷଜ୍ଞମାନେ ବିଶ୍ବାସ କରନ୍ତି ଯେ ସୁସ୍ଥ ରହିବା ପାଇଁ ପ୍ରତିଦିନ ୨୦ ମିନିଟ୍ ବ୍ୟାୟାମ ଯଥେଷ୍ଟ, କିନ୍ତୁ ଅନେକ ଲୋକ ଆବଶ୍ୟକତାଠାରୁ ଅଧିକ ବ୍ୟାୟାମ କରନ୍ତି। ଯେଉଁଥିପାଇଁ ହୃଦଘାତ ଭଳି ଏକ ବଡ଼ ରୋଗ ନଜର ଆସେ। ସିଦ୍ଧାର୍ଥ ଶୁକ୍ଲା ମଧ୍ୟ ପ୍ରତିଦିନ ସକାଳେ ଏବଂ ସନ୍ଧ୍ୟାରେ ଅନେକ ଘଣ୍ଟା ଧରି ଜିମରେ ବ୍ୟାୟାମ କରୁଥିଲେ ତେଣୁ ଜିମରେ ଅଧିକ ସମୟ ରହିବା କାରଣରୁ ତାଙ୍କୁ ହୃଦଘାତ ଆସିଥାଇପାରେ ବୋଲି ବିଶ୍ୱାସ କରାଯାଉଛି। ଅନ୍ୟପଟେ କିଛି ଲୋକ ଦାବି କରନ୍ତି ଯେ ସିଦ୍ଧାର୍ଥ ଶୁକ୍ଲା ଜଣେ ଧୂମପାନକାରୀ ଥିଲେ।

ସେ ମାଦକ ଦ୍ରବ୍ୟ ଓ ସିଗାରେଟରେ ବୁଡି ରହୁଥିଲେ ବୋଲି ଶୁଣିବାକୁ ମିଳୁଛି। ସେ ଗୋଟିଏ ଦିନରେ କ୍ରମାଗତ ଭାବରେ ୩ ରୁ ୪ ପ୍ୟାକେଟ ସିଗାରେଟ୍ ଟାଣୁଥିଲେ। ତେଣୁ ସେ ହୃଦଘାତର ଶିକାର ହୋଇଛନ୍ତି ବୋଲି ଶୁଣିବାକୁ ମିଳୁଛି। ଅନ୍ୟପଟେ ସିଦ୍ଧାର୍ଥ ନିଜେ ଏକ ରିଆଲିଟି ସୋ’ରେ ସ୍ୱୀକାର କରିଥିଲେ ଯେ ସେ ସିଗାରେଟରେ ଅଭ୍ୟସ୍ତ। ଆଉ ପ୍ରତିଦିନ ୨ ପ୍ୟାକେଟ ସିଗାରେଟ ଟାଣି ଦିଅନ୍ତି। ଡାକ୍ତରମାନେ ବିଶ୍ବାସ କରନ୍ତି ଯେ ସିଗାରେଟ ଟାଣୁଥିବା ବ୍ୟକ୍ତିଙ୍କ ହୃଦଘାତ ହେବାର ସମ୍ଭାବନା ସାଧାରଣ ଲୋକ ଅପେକ୍ଷା ଦୁଇରୁ ତିନି ଗୁଣ ଅଧିକ ରହିଥାଏ।

ତେବେ ଜରୁରୀରୁ ଅଧିକ ସମୟ ଜିମରେ ୱାର୍କଆଉଟ୍ କରିବା ଓ ମାଦକ ଦ୍ରବ୍ୟ ଏବଂ ଅତ୍ୟଧିକ ସିଗାରେଟ୍ ଟାଣିବା କାରଣରୁ ସିଦ୍ଧାର୍ଥ ଶୁକ୍ଲାଙ୍କ ଦେହାନ୍ତ ହୋଇଛି ବୋଲି ବରିଷ୍ଠ ଡାକ୍ତରମାନେ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *