ସବୁ ଛାତି ଯନ୍ତ୍ରଣା ହାର୍ଟ ଆଟାକ୍ ର ଲକ୍ଷଣ ନୁହେଁ। ତେବେ ଆସନ୍ତୁ ଜାଣିବା କେଉଁ କେଉଁ କାରଣରୁ ହୋଇପାରେ ଛାତି ଯନ୍ତ୍ରଣା ?

ଛାତିରେ ଯନ୍ତ୍ରଣା ହେଲେ ଚିନ୍ତା ବଢ଼ିଯାଏ । ମନରେ ଭୟ ଆସେ, ହାର୍ଟ ଆଟାକ ହେଲା କି? ହେଲେ ଛାତିର ସବୁ ଯନ୍ତ୍ରଣା ହାର୍ଟ ଆଟାର୍କ ନୁହେଁ । ଏ ନେଇ କିଛି କଥା ଜାଣି ରଖିବା ଦରକାର । ଯଦିଓ ହାର୍ଟ ଆଟାକ ଛାତିରେ ଯନ୍ତ୍ରଣାର ଏକ ଗୁୁରୁ୍ତର କାରଣ, ଅନ୍ୟ କାରଣ ପାଇଁ ମଧ୍ୟ ଛାତିରେ ଯନ୍ତ୍ରଣା ହୋଇପାରେ।

ଯେପରିକି ଗ୍ୟାଷ୍ଟିକ, ଏସିଡିଟି, ଷ୍ଟୋମାକ ଅଲସର, ଗଲ୍ ବ୍ଲଡର ଷ୍ଟୋନ ହେଲେବି ଛାତି ଯନ୍ତ୍ରଣା ହୋଇପାରେ । ପାନକ୍ରିଆଜ୍ ପ୍ରଭାବିତ ହେଲେ କିମ୍ବା ନିମୋନିଆରେ ମଧ୍ୟ ଛାତି ଯନ୍ତ୍ରଣା ହୋଇପାରେ । ଫୁସଫୁସରେ କ୍ଲଟ ଜମା ହେଲେ କିମ୍ବା ଶ୍ୱାସ ରୋଗରେ ମଧ୍ୟ ଛାତିରେ ଯନ୍ତ୍ରଣା ହୁଏ । ତେବେ ଛାତିରେ ଯନ୍ତ୍ରଣା ହେବାରେ ହାର୍ଟ ଆଟାର୍କ ଏକ ବଡ଼ କାରଣ ।

  • ହାର୍ଟ ଆଟାକର ପ୍ରଧାନ ଲକ୍ଷଣ ହେଲା ଛାତି ଯନ୍ତ୍ରଣା।
  • ହାର୍ଟ ଆଟାକରେ ଯନ୍ତ୍ରଣା ହଠାତ୍ ଆରମ୍ଭ ହୁଏ।
  • ଏହା ମଝି ଛାତିରେ ହୋଇଥାଏ ଓ ବାମ ହାତକୁ ପ୍ରସାରିତ ହୋଇଥାଏ।
  • ଏହା ବେଳେ ବେଳେ ବେକ ପର୍ଯ୍ୟନ୍ତ ବା ଷ୍ଟୋମାକ ପର୍ଯ୍ୟନ୍ତ ଯାଇପାରେ।
  • ଏହାପରେ ଯଦି ରୋଗୀ ଜଣକ କାମ କରେ, ତାହେଲେ ଯନ୍ତ୍ରଣା ବଢ଼ିଯାଏ, ଆଉ ଯଦି ବିଶ୍ରାମ କରେ, ତାହେଲେ ଯନ୍ତ୍ରଣା କମିଯାଏ।
  • ଗ୍ୟାସ୍ ହେଲେ ପେଟର ଉପର ଭାଗ ଯନ୍ତ୍ରଣା ହେବ।
  • ପାଟି ଆମ୍ବିଳା ଲାଗେ, ଖଇ ହେକୁଟି ଦିଏ।
  • ଛାତିରେ ଯନ୍ତ୍ରଣା ହେଲେ ଅବହେଳା କରନ୍ତୁ ନାହିଁ।
  • ତୁରନ୍ତ ଯାଇ ଏହାର ପରୀକ୍ଷା କରାଇନେବା ଦରକାର।
  • ସନ୍ତୁଳିତ ଖାଦ୍ୟ ଖାଇବା ଉପରେ ଗୁରୁତ୍ୱ ଦେବା ଦରକାର।
  • ଅଧିକ କୋଲୋଷ୍ଟ୍ରଲ ଥିବା ଖାଦ୍ୟ ଠାରୁ ଦୂରେଇ ରହିବା ଦରକାର।