ସଂସ୍କାର : ବହୁତ ଦିନ ପର୍ଯ୍ୟନ୍ତ ଯଦି ଗୋଟିଏ ପୁରୁଷ ଆଉ ମହିଳା ଉଭୟେ ଶାରିରୀକ ସମ୍ବନ୍ଧ ରଖିବା ପରେ ଯଦି କୌଣସି କାରଣରୁ ପୁରୁଷ ଜଣଙ୍କ ବିବାହ ପାଇଁ ମନା କରୁଛି ତେବେ ତାକୁ ଅପରାଧ ବୋଲି ଧରାଯିବ ନାହିଁ। ଏପରି ଏକ ମାମଲାର ଶୁଣାଣି କରିବା ସମୟରେ ବମ୍ବେ ହାଇକୋର୍ଟ ଏହିଭଳି ମନ୍ତବ୍ୟ ଦେଇଛନ୍ତି ଏବଂ ଶାରିରୀକ ସମ୍ପର୍କ ରଖି ମହିଳା ଜଣଙ୍କୁ ଛାଡି ଦେଇଥିବା ପୁରୁଷକୁ ନିର୍ଦୋଷରେ ଖଲାସ କରିଛନ୍ତି କୋର୍ଟ । ତଳ କୋର୍ଟର ନିଷ୍ପତ୍ତିକୁ ଭୁଲ୍ ଦର୍ଶାଇ ଏପରି ଏକ ମତ ଦେଇଛନ୍ତି ବମ୍ବେ ହାଇକୋର୍ଟ।
ସୂଚନାଯୋଗ୍ୟ ଯେ, ପାଳଘରରେ ରହୁଥିବା ଜଣେ ମହିଳା ଏକ ଯୁବକଙ୍କ ବିରୋଧରେ ବଳାତ୍କାର ଆଉ ବିବାହ କରିବା ପାଇଁ କହି ଧୋକା ଦେଇଥିବା ଅଭିଯୋଗ ଆଣିଥିଲେ। ପୋଲିସ୍ ଏହି ମାମଲାରେ ଧାରା ୩୭୬ ଓ ୪୧୭ ଅଧୀନରେ ମାମଲା ରୁଜୁ କରିଥିଲା। ତେବେ ଏହି ଯୁବକଙ୍କ ନାଁ ହେଉଛି କାଶୀନାଥ ଘରାତ। କାଶୀନାଥଙ୍କ ଗାର୍ଲଫ୍ରେଣ୍ଡ ଅଭିଯୋଗ ଆଣିଛନ୍ତି ଯେ, କାଶୀନାଥ ବିବାହର ପ୍ରତିଶ୍ରୁତି ଦେଇ ତାଙ୍କ ସହିତ ୩ ବର୍ଷ କାଳ ଶାରୀରିକ ସମ୍ବନ୍ଧ ରଖିଥିଲା ଓ ପରେ ବିବାହ କରିବାକୁ ମନା କରିଦେଇଛି।
ତେବେ ଏହି ମାମଲାରେ ତଳ କୋର୍ଟ କାଶୀନାଥକୁ ଦୋଷୀ ଭାବରେ ଦର୍ଶାଇ ୧ ବର୍ଷ ଜେଲ୍ ଦଣ୍ଡ ଦେଇଥିଲେ। ହେଲେ ତଳ କୋର୍ଟର ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି କାଶୀନାଥ ବମ୍ବେ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲା। ସେଠାରେ ନ୍ୟାୟାଧୀଶ ତାକୁ ନିର୍ଦ୍ଦୋଶ ଦର୍ଶାଇ ମୁକ୍ତ କରିଦେଇଛନ୍ତି।