ରାତିରେ ଭଲ ନିଦ ହେବା ପାଇଁ ଉତ୍ତମ ଉପାୟ…

ଆଜିର ବ୍ୟସ୍ତବହୁଳ ଓ ଇଣ୍ଟରନେଟ୍ ଯୁଗରେ ଭଲ ନିଦ ହେବା ଓ ଶାନ୍ତିର ଶୋଇବା ମଧ୍ୟ ଏକ ସମସ୍ୟା ପାଲଟିଗଲାଣି । ହେଲେ କ’ଣ କଲେ, କେଉଁ କେଉଁ ଦିଗ ପ୍ରତି ଧ୍ୟାନ ଦେଲେ ଆପଣଙ୍କୁ ଭଲ ନିଦ ହେବ, ସେଥିପ୍ରତି ଧ୍ୟାନ ଦେବା ଦରକାର । ଶୋଇବା ପାଇଁ ଏକ ନିର୍ଦ୍ଦିଷ୍ଟ ସମୟ, ବିଳମ୍ବିତ ରାତି ଯାଏଁ ଚେଇଁ ନରହିବା ଏବଂ ଅନ୍ୟ କିଛି ବିଷୟ ପ୍ରତି ଦୃଷ୍ଟି ଦେଲେ ଭଲ ନିଦ ହେବ ।

ଭଲ ନିଦ ହେବା ପାଇଁ କରନ୍ତୁ ଏହି ଉପାୟ :

  • ଶୋଇବାର ଏକ ନିର୍ଦ୍ଦିଷ୍ଟ ସମୟ ରଖିବାକୁ ପଡ଼ିବ।
  • ୧୦ରୁ ୧୧ଟା ଭିତରେ ଶୋଇଲେ ସକାଳ ୬ଟା ୭ଟା ଭିତରେ ଉଠିବେ।
  • ଫଳରେ ନିଦ ପାଇଁ ପର୍ଯ୍ୟାପ୍ତ ସମୟ ମିଳିବ।
  • ଆପଣ ୬ରୁ ୭ ଘଣ୍ଟା ଶୋଇପାରିବେ।
  • ରାତି ୧୦ଟା ପରେ ମୋବାଇଲ ବା ଟିଭି ବ୍ୟବହାର କରନ୍ତୁ ନାହିଁ।
  • କାରଣ ମୋବାଇଲ ଚଳାଇବା ଦ୍ୱାରା ବ୍ରେନ ଆକ୍ଟିଭ ରହିଥାଏ, ଯାହା ନିଦ ହେବାରେ ବ୍ୟାଘାତ ସୃଷ୍ଟି କରେ।
  • ବରଂ ଆପଣ ଭଲ ବହିଟିଏ ପଢ଼ନ୍ତୁ, କିମ୍ବା ମନପସନ୍ଦର ଗୀତ ଶୁଣନ୍ତୁ।
  • ସଂଧ୍ୟା ସମୟରେ ବେଶୀ ଚା’ କି କଫି ପିଅନ୍ତୁ ନାହିଁ।
  • ଅଧିକ ସିଗାରେଟ ପିଅନ୍ତୁ ନାହିଁ।
  • ଦିନରେ ୩୦ରୁ ୪୫ ମିନିଟ୍ ଶାରୀରିକ ବ୍ୟାୟାମ ଓ ଧ୍ୟାନ କରନ୍ତୁ।
  • ରାତିରେ ଗରିଷ୍ଠ ଖାଦ୍ୟ ଖାଆନ୍ତୁ ନାହିଁ।
  • ଯଦି ନିଦ ହେଉ ନାହିଁ, ମନ ଇଚ୍ଛା ମେଡିସିନ କିଣି ଖାଆନ୍ତୁ ନାହିଁ।
  • ବରଂ ଡାକ୍ତରଙ୍କ ସହ ପରାମର୍ଶ ପରେ ହିଁ କୌଣସି ମେଡିସିନ ଖାଆନ୍ତୁ।