ଗୋଟିଏ ବନ୍ଧୁକ ଆଣି ମୋତେ ଓ ମୋ ପରିବାରକୁ ଲାଇନ୍‌ରେ ଛିଡ଼ା କରି ଗୁଳି ମାରି ଦିଅ : ନଚେତ୍ ଆମେ ଆତ୍ମହତ୍ୟା କରିଦେଉଛୁ

ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାକୁ ବିତିଗଲାଣି ଅନେକଦିନ । ତେବେ ଶେଷରେ ଗଣମାଧ୍ୟମ ସାମ୍ନାରେ ମୁହଁ ଖୋଲିଛନ୍ତି ରିୟା ଚକ୍ରବର୍ତ୍ତୀ । ବିଭିନ୍ନ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଗତକାଲି ସେ ତାଙ୍କ ବିରୋଧରେ ଲାଗିଥିବା ଅଭିଯୋଗ ନେଇ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ସୁଶାନ୍ତ ଡିପ୍ରେସନରେ ଥିଲେ ବୋଲି ସେ ସୁଶାନ୍ତଙ୍କ ପରିବାର ଲୋକଙ୍କୁ ଜଣାଇଥିଲେ । ହେଲେ ସେମାନେ ଏ କଥାକୁ ଗୁରୁତ୍ୱ ଦେଇ ନଥିଲେ ।

ସୁଶାନ୍ତଙ୍କ ବାପାଙ୍କ ଉଦ୍ଦେଶ୍ୟରେ ରିୟା କହିଛନ୍ତି ଯେ ମୁଁ ତାଙ୍କ ପୁଅକୁ ଭଲ ପାଉଥିଲି, ତାଙ୍କର ଯତ୍ନ ନେଉଥିଲି, ସେ ଅତିକମରେ ମୋ ପ୍ରତି ମାନବିକତା ଦେଖାଇବା କଥା । ମାନବିକତା ବୋଲି ଗୋଟିଏ ଶବ୍ଦ ଅଛି ନା ନାହିଁ ! ସେ ମୋତେ ସୁଶାନ୍ତଙ୍କ ଗାର୍ଲଫ୍ରେଣ୍ଡ ହିସାବରେ ଦେଖିବାକୁ ଚାହୁଁ ନଥିଲେ, ହେଲେ ମୁଁ ତାଙ୍କ ପୁଅକୁ ଭଲପାଉ ଥିଲି । ମୋ ଭଲପାଇବାକୁ ଟିକେ ସମ୍ମାନ ତ କରନ୍ତୁ !

ରିୟା ଆହୁରି ବି କହିଛନ୍ତି ଯେ ସୁଶାନ୍ତଠାରୁ ମୁଁ ଟଙ୍କାଟିଏ ବି ନେଇନି । ଆମ ଦୁହିଁଙ୍କ ମିଳିତ ଉଦ୍ୟମରେ କେବଳ ଏକ କମ୍ପାନୀ ଚାଲୁଥିଲା । ଗଣମାଧ୍ୟମରେ ଯେଉଁ ଖବର ପ୍ରକାଶ ପାଉଛି ତାହା ସମ୍ପୂର୍ଣ୍ଣ ମିଛ । ମୋତେ ଓ ମୋ ପରିବାରକୁ ବଦନାମ କରିବାକୁ ଚେଷ୍ଟା କରନ୍ତୁ ନାହିଁ । ଏଭଳି ମିଛ ଅଭିଯୋଗ ଲାଗିବା ପରେ ମୁଁ ମାନସିକ ସ୍ତରରେ ଭାଙ୍ଗି ପଡ଼ିଛି । ମୋ ପରିବାର ମଧ୍ୟ ଏ ଅସହନୀୟ ମାନସିକ ଚିନ୍ତାର ସାମ୍ନା କରୁଛି ।

ଦୁଃଖର କଥା ଯେ ଏସବୁ ଅଭିଯୋଗ ନେଇ ମୋ ଉପରେ କ’ଣ ବିତୁଛି ଏକଥା କେହି ବୁଝିପାରୁ ନାହାନ୍ତି । ଏହି ମାମଲାରେ କିନ୍ତୁ ମୋ ସାଧାରଣ, ନିର୍ଦ୍ଦୋଶ, ମଧ୍ୟବିତ୍ତ ପରିବାର ବରବାଦ୍ ହେଉଛି । ମୁଁ ନିଜେ ଚାହୁଁଛି ଯେ ସତ ସାମ୍ନାକୁ ଆସୁ ହେଲେ ମୋତେ କାହିଁକି ମୋହରା କରାଯାଉଛି ? ସୁଶାନ୍ତଙ୍କ ଭଉଣୀ ନୀତୁ ବିଷୟରେ କିଏ କାହିଁକି କହୁନାହାନ୍ତି । ଯଦି ସୁଶାନ୍ତ ଅସୁସ୍ଥ ଥିଲେ, ତେବେ ସେ କାହିଁକି ତାଙ୍କୁ ଛାଡ଼ି ଚାଲିଗଲେ । ଏମିତିକି ସୁଶାନ୍ତଙ୍କ ପୂର୍ବ ପ୍ରେମିକା ଅଙ୍କିତା ଲୋଖଣ୍ଡେ ୪ ବର୍ଷ ଧରି ସୁଶାନ୍ତଙ୍କ ଟଚ୍‌ରେ ନଥିଲେ ମାତ୍ର ସେ ଏବେବି ସେହି ଫ୍ଲାଟ ବ୍ୟବହାର କରୁଛନ୍ତି ଯାହାର EMI ସୁଶାନ୍ତ ଦେଉଥିଲେ ।

ଏକ ଇଣ୍ଟରଭ୍ୟୁରେ ରିୟା କହିଛନ୍ତି ଯେ ସୁଶାନ୍ତ ମୋତେ ଘରୁ ବାହାର କରିଦେବା ପରେ ମୁଁ ଭାଙ୍ଗି ପଡ଼ିଥିଲି । ମୋ ମନ ଭାଙ୍ଗିଗଲେ କ’ଣ ମୁଁ କାହାର ପରାମର୍ଶ ନେଇପାରିବି ନାହିଁ । ତେଣୁ ମୁଁ ମହେଶ ଭଟ୍ଟଙ୍କ ପରାମର୍ଶ ନେଇଥିଲି । ସେ ମୋର ବାପା ସମାନ । ମୋତେ ସେ ଝିଅ କହି ହିଁ ଡ଼ାକି ଥା’ନ୍ତି । ହେଲେ ମୋତେ ତାଙ୍କ ଗର୍ଲଫ୍ରେଣ୍ଡ କରିଦିଆଗଲା ଯାହା ସତରେ ବହୁତ ଦୁଃଖର କଥା ।

https://www.instagram.com/p/CAKA32AH_zM/?utm_source=ig_web_copy_link

ଡ୍ରଗ୍ କାରବାର ଅଭିଯୋଗକୁ ଉପରେ ରିୟା କହିଛନ୍ତି ଯେ ବାକି ଖାଲି ଏଇଟା ହିଁ ଥିଲା । ଗୋଟିଏ ବନ୍ଧୁକ ଆଣନ୍ତୁ, ମୋତେ ଓ ମୋ ପରିବାରକୁ ଲାଇନ୍‌ରେ ଛିଡ଼ା କରି ଗୁଳି ମାରି ଦିଅନ୍ତୁ । ନଚେତ୍ ଆମେ ଆତ୍ମହତ୍ୟା କରିଦେଉଛୁ । ହେଲେ ଏଥିପାଇଁ ଦାୟୀ କିଏ ରହିବ ? ତଦନ୍ତକୁ ବାଟବଣା କରିବା ପାଇଁ ମୋଟେ ନେଇ ଏସବୁ ଅଭିଯୋଗ । ଏମିତି ଲାଞ୍ଛନା, ଅପବାଦରେ ବଞ୍ଚିବା ଅପେକ୍ଷା ଆତ୍ମହତ୍ୟା କରିଦେବା ଭଲ । ଆମ ମିଡିଲ୍‌ କ୍ଲାସ୍‌ ପରିବାରରେ ମାନସମ୍ମାନ ସବୁଠାରୁ ବଡ଼ କଥା । କିଏ କହୁଛି ଆଜି ମୁଁ ଡ୍ରଗ୍‌ ଡିଲର୍‌, କିଏ କହୁଛି ମର୍ଡରର୍‌ ଏବଂ ଆଉ କିଏ … ମୋ ଉପରେ ଲାଗିଥିବା ସବୁ ଅଭିଯୋଗ ମିଛ ଓ ଭିତ୍ତିହୀନ ।

ଅନ୍ୟପକ୍ଷରେ କିନ୍ତୁ ସୁଶାନ୍ତଙ୍କ ଭଉଣୀ ଶ୍ୱେତା ସିଂଙ୍କ କହିବାନୁସାରେ ସୁଶାନ୍ତ ସ୍ୱାସ୍ଥ୍ୟବସ୍ଥା ଭଲ ନଥିବା ଖବର ଜାଣିବା ପରେ ହିଁ ସେ ରାତିଅଧିଆ ବ୍ୟବସାୟ କାମ ଓ ଛୁଆ ଛାଡ଼ି ଆମେରିକାରୁ ଚଣ୍ଡୀଗଡ଼ ଆସିଥିଲେ । ଏହି ସମୟରେ ସେ ବଡ଼ ଭଉଣୀ ଘରେ ସୁଶାନ୍ତଙ୍କୁ ଭେଟିଥିଲେ । ନ୍ୟୁଜ୍‌ ଚ୍ୟାନେଲ ମାଧ୍ୟମରେ ସୁଶାନ୍ତଙ୍କ ଛବିକୁ ରିୟା ଖରାପ କରିବାକୁ ଚେଷ୍ଟା କରୁଛନ୍ତି ।

Leave a Reply

Your email address will not be published. Required fields are marked *