ମୁମ୍ବାଇ : ଦୀର୍ଘ ଦିନ ଧରି କର୍କଟ ରୋଗ ସହିତ ସଂଗ୍ରାମ କରୁଥିବା ବଲିଉଡ ଅଭିନେତା ଋଷି କପୁର ଆଜି ଗୁରୁବାର ସକାଳେ ମୁମ୍ବାଇର ଏକ ଡାକ୍ତରଖାନାରେ ଶେଷ ନିଶ୍ଵାସ ତ୍ୟାଗ କରିଛନ୍ତି । ୬୭ ବର୍ଷରେ ତାଙ୍କର ଆକାଳ ବିୟୋଗରେ ମର୍ମାହତ ହେଇ ଗାୟକ ଲତା ମଙ୍ଗେଶ୍କର ଟ୍ୱିଟ୍ କରି ଏହି ଫଟୋ ଶେୟାର କରିଛନ୍ତି ।
ଲତା ମଙ୍ଗେଶ୍କର ତାଙ୍କ ଟ୍ଵିଟରେ ଲେଖିଛନ୍ତି ଯେ କିଛି ସମୟ ପୂର୍ବରୁ ଋଷି ତାଙ୍କୁ ନିଜ ସହିତ ଲତାଜୀ ଏହି ଫଟୋ ପଠାଇଥିଲେ । ସେଦିନ ଓ ସେଦିନର କଥା ସବୁ ମନେ ପଡ଼ିଯାଉଛି । ମୁଁ ଶବ୍ଦହୀନ ପାଳଟିଯାଇଛି । କ’ଣ କହିବି ? କିଛି ବୁଝିପାରୁନି ଯେ କଣ ଲେଖିବି । ଋଷିଙ୍କ ମୃତ୍ୟୁରେ ମୁଁ ଗଭୀର ମର୍ମାହତ । ତାଙ୍କ ବିୟୋଗରେ ଫିଲ୍ମ ଇଣ୍ଡଷ୍ଟ୍ରିକୁ ବହୁତ କ୍ଷତି ଦେଇଛି । ଏହି ଦୁଃଖ ସହିବା ମୋ ପାଇଁ ବହୁତ କଷ୍ଟକର ହେଇପଡ଼ିଛି । ଭଗବାନ ତାଙ୍କ ଆତ୍ମାକୁ ଶାନ୍ତି ଦିଅନ୍ତୁ ।
ଋଷିଙ୍କ ମୃତ୍ୟୁ ପରେ ପରିବାର ଲୋକେ ଏକ ବିବୃତ୍ତି ଦେଇ କହିଛନ୍ତି ଯେ ଦୁଇ ବର୍ଷ ଧରି ଲ୍ୟୁକେମିଆ ସହିତ ଯୁଦ୍ଧ କରିବା ପରେ ଆମର ପ୍ରିୟ ଋଷି ଜୀ ଆଜି ସକାଳ ୮ ଟା ବାଜି ୪୫ ମିନିଟରେ ଏହି ଦୁନିଆ ଛାଡିଥିଲେ । ଡାକ୍ତର ଏବଂ ହସ୍ପିଟାଲର କର୍ମଚାରୀମାନେ କହିଛନ୍ତି ଯେ ସେ ଶେଷ ନିଶ୍ୱାସ ପର୍ଯ୍ୟନ୍ତ ଯୁଦ୍ଧ ଜାରି ରଖିଥିଲେ । ତାଙ୍କର ଧ୍ୟାନ ସର୍ବଦା ପରିବାର, ବନ୍ଧୁ, ଖାଦ୍ୟ ଏବଂ ଚଳଚ୍ଚିତ୍ର ଉପରେ ଥିଲା । ଯିଏ ବି ତାଙ୍କୁ ଭେଟିଥିଲେ ସେ ସମୟରେ, ନିହାତି ଆଶ୍ଚର୍ଯ୍ୟ ହୁଅନ୍ତି ଯେ କିପରି ଋଷି ଏହି ରୋଗକୁ କେବେ ପ୍ରାଧାନ୍ୟ ଦିଅନ୍ତିନି ଭାବି ।