ଏବେ ଆଉ ମନମାନି କରିପାରିବେ ନାହିଁ ଯାନବାହନ ଚାଳକ । ପୂର୍ବରୁ ହୋଇ ଯାଆନ୍ତୁ ସତର୍କ । ନଚେତ୍ ଆଗକୁ ଧରା ପଡ଼ିଲେ ହୋଇ ପାରେ ଏମିତି କିଛି । ଠକିବାର ସମସ୍ତ ବାଟ କରାଯିବ ବନ୍ଦ୍ ।
ରାଜ୍ୟ ପରିବହନ ପ୍ରାଧିକରଣ – STA ଜାରି କଲା ନୂଆ ନିୟମ । ଏ ନେଇ ସମସ୍ତ RTO ଓ ଅତିରିକ୍ତ RTO ଙ୍କୁ ଲେଖିଲା ଚିଠି । ଡ଼ିସେମ୍ବର ମାସରେ କଡ଼ା କଡ଼ି ଭାବେ ପାଳନ କରାଯିବ ସମସ୍ତ ଟ୍ରାଫିକ ନିୟମ । ଏଣିକି ସଡକ ଦୁର୍ଘଟଣା ଜନିତ ମୃତ୍ୟୁ ରୋକିବାକୁ କଡ଼ା କଡ଼ି ନିର୍ଦ୍ଦେଶ ।
ସଡକ ଦୁର୍ଘଟଣା ଜନିତ ମୃତ୍ୟୁ । ଶୂନ୍ୟ ସପ୍ତାହ ଆରମ୍ଭ ପୂର୍ବରୁ ହିଁ କେନ୍ଦୁଝରରେ ସଡକ ଦୁର୍ଘଟଣାରେ ଯାଇଥିଲା ୮ ଜୀବନ । ହେଲେ ଏଠି କିନ୍ତୁ ଦୋଷ ନେବାକୁ ରାଜି ନାହାନ୍ତି କେହି । ରାଜ୍ୟ ପରିବହନ ବିଭାଗ ଓ ଜାତୀୟ ପରିବହନ ବିଭାଗ ଦୋଷ ଲଦା ଲଦି ହେଉଛନ୍ତି । ଏଥି ମଧ୍ୟରେ ରାଜ୍ୟ ପରିବହନ ବିଭାଗ ଚିଠି ଲେଖିଛି RTO କୁ । ଆଗକୁ ଆଉ ଅଡୁଆରେ ନ ଫସିବା ପାଇଁ ଚାଲିଛି ଯୋଜନା ।
ଏଥିର ଡିସେମ୍ବର ମାସରେ କରାଯିବ କଡ଼ା ପେଟ୍ରୋଲିଙ୍ଗ । ଦରକାର ପଡିଲେ ରାଜ୍ୟ ଯୋଗାଇ ଦେବ ପୋଲିସ୍ ବାହିନୀ । ହେଲମେଟ୍ ବିହୀନ ଗାଡ଼ି ଚାଳନା , ମଦ ପିଇ ଗାଡ଼ି ଚାଳନା , ମୋବାଇଲ୍ ବ୍ୟବହାର କରି ଗାଡ଼ି ଚାଳନା କରୁଥିବା ଲୋକାଙ୍କୁ କଡ଼ା କଡ଼ି ଯାଞ୍ଚ୍ କରାଯିବ ଓ ଦରକାର ପଡିଲେ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯିବ ।