ଏଥର ବିନା ହେଲମେଟରେ ଗାଡି ଚଳାଇଲେ ଗଣିବେ ଦୁଇଗୁଣା ଜୋରିମାନା, ଏହି ତାରିଖରୁ ହେଲମେଟ ଚେକିଂ ହେବ କଡାକଡି…

ସଂସ୍କାର : ରାଜ୍ୟ ପରିବହନ ବିଭାଗ ତରଫରୁ ନୂଆ ନିୟମ ଜାରି ହୋଇଛି । ବିନା ହେଲମେଟରେ ଗାଡି ଚଲାଇଲେ ଜୋରିମାନା ଦୁଇଗୁଣା ଦେବାକୁ ପଡିବ ଏଥର। ପୂର୍ବରୁ ୫୦୦ଟଙ୍କା ଜୋରିମାନା ଦେବାକୁ ପଡୁଥିଲା କିନ୍ତୁ ଏଥର ୧୦୦୦ ଟଙ୍କା ହୋଇଛି । ଅଗଷ୍ଟ ୧୬ରୁ ୩୦ ତାରିଖ ଯାଏ ରାଜ୍ୟ ପରିବହନ ପକ୍ଷରୁ ସ୍ପେଶିଆଲ ଡ୍ରାଇଭ ଆରମ୍ଭ କରାଯିବ ।

ସେହିପରି ବାଇକ ଚାଳକ ପିଲଅନ ହେଲମେଟ ପିନ୍ଧିନଥିଲେ ଚାଳକଙ୍କ ଲାଇସେନ୍ସ ୩ମାସ ବାତିଲ କରାଯିବ । ରାଜ୍ୟଦେଇ ଯାଇଥିବା ସମସ୍ତ ଜାତୀୟ ରାଜପଥ ଓ ରାଜ – ରାଜପଥ ଏସଟି ପକ୍ଷରୁ ସ୍ପେଶାଲ ଡ୍ରାଇଭ କରାଯିବ । ଯଦି କେହି ବାଇକରେ ୩ ଜଣ ଧରାପଡିଲେ ଦଣ୍ଡିତ କରାଯିବ। ସେହିପରି ୧୮ ବର୍ଷ ରୁ କମ ବୟସର ପିଲା ଗାଡି ଚଲାଉଥିଲେ ମଧ୍ୟ ସେମାନଙ୍କୁ ଦଣ୍ଡିତ କରାଯିବ ।

Leave a Reply

Your email address will not be published. Required fields are marked *