ବିଶ୍ୱର ସବୁଠୁ ବିପଜ୍ଜନକ ସିରିଏଲ କିଲରର ମୃତ୍ୟୁ, ଫୋଟ ଦ୍ୱାରା ଝିଅମାନଙ୍କ ସହ ରଖୁଥିଲା ଶାରୀରିକ ସମ୍ପର୍କ

ସଂସ୍କାର :- ଦୁନିଆର ସବୁଠାରୁ ବିପଜ୍ଜନକ ସିରିଏଲ କିଲର ରୋଡନି ଜେମ୍ସ ଅଲକାଲାର ଦେହାନ୍ତ ହୋଇଛି। ଆମେରିକାର କାଲିଫର୍ନିଆର ଏକ ଡାକ୍ତରଖାନାରେ ଅଲକାଲାଙ୍କର ମୃତ୍ୟୁ ହୋଇ ଯାଇଛି । ୨୦୧୦ ମସିହାରେ, ଅଲକାଲାକୁ କାଲିଫର୍ନିଆରେ ମୃତ୍ୟୁଦଣ୍ଡ ଶୁଣାଯାଇଥିଲା। ଅଲକାଲା ଝିଅମାନଙ୍କୁ ହତ୍ୟା କରୁଥିଲେ ଏବଂ ସେମାନଙ୍କ ସହିତ ଶାରୀରିକ ସମ୍ପର୍କ ରଖୁଥିଲା।

ସିଏନ୍ଏନ୍ ରିପୋର୍ଟ ଅନୁଯାୟୀ, କାଲିଫର୍ନିଆର ସାନ୍ ଜୋକୁନ୍ ଭ୍ୟାଲି ହସ୍ପିଟାଲର ଅଧିକାରୀମାନେ ଏହା ନିଶ୍ଚିତ କରିଛନ୍ତି ଯେ, ଅଲକାଲାର ଦେହାନ୍ତ ହୋଇଛି। ଗତ ୨୪ ତାରିଖର ଶନିବାର ଦିନ ତାଙ୍କର ମୃତ୍ୟୁ ହୋଇଥିବା କୁହାଯାଇଛି। ଅସୁସ୍ଥତା ହେତୁ ତାକୁ ଡାକ୍ତରଖାନା ନିଆଯାଇଥିଲା, ସେଠାରେ ଅଲକାଲାର ମୃତ୍ୟୁ ଘଟିଛି। ଅଲକାଲାର ୭୭ ବର୍ଷ ବୟସରେ ଦେହାନ୍ତ ହୋଇଛି।

କିଏ ଏହି ଅଲକାଲା ?

ଆମେରିକାର ବାସିନ୍ଦା ରୋଡନି ଜେମ୍ସ ଅଲକାଲା ବୃତ୍ତିରେ ଫଟୋଗ୍ରାଫର ଥିଲା। ସେ ଫଟୋ ଉଠାଇବା ଏବଂ ଝିଅମାନଙ୍କୁ ମଡେଲ କରିବା ପାଇଁ ପ୍ରଲୋଭିତ କରୁଥିଲା। ଅନ୍ୟପକ୍ଷରେ ଆମେରିକାର ଏକ ପ୍ରସିଦ୍ଧ ଟିଭି ରିଆଲିଟି ସୋ’ର ଅଲକାଲା ମଧ୍ୟ ବିଜେତା ହୋଇଛି। ଏହି ଶୋ’ରେ ସେ ଜଣେ ଝିଅକୁ ଡେଟରେ ନେବାକୁ ଚାହୁଁଥିଲା, ମାତ୍ର ସେ ଝିଅ ମନା କରିଦେଇଥିଲେ। ଏହା ପରେ ସେ ସାଇକୋ ବା ପାଗଳ ହୋଇଗଲା |

ଅଲକାଲା ଝିଅମାନଙ୍କୁ ଯୌନ ନିର୍ଯାତନା ଦେଉଥିଲା | ତା’ପରେ ସେ ସେମାନଙ୍କୁ ଗଳାକାଟି କିମ୍ବା ପିଟିପିଟି ହତ୍ୟା କରିବା ଆରମ୍ଭ କରିଥିଲା। ସେ ପ୍ରଥମେ ଝିଅ କିମ୍ବା ମହିଳାମାନଙ୍କୁ ହତ୍ୟା କରୁଥିଲା ଏବଂ ତା’ପରେ ସେମାନଙ୍କ ମୃତ ଶରୀର ସହିତ ଯୌନ ସମ୍ପର୍କ ସ୍ଥାପନ କରୁଥିଲା। ସେ ଝିଅମାନଙ୍କୁ ନିର୍ଯାତନା ଦେଇ ହତ୍ୟା କରୁଥିଲା।

ଏକ ରିପୋର୍ଟ ଅନୁଯାୟୀ, ସେ କେତେ ଝିଅ କିମ୍ବା ମହିଳାଙ୍କୁ ହତ୍ୟା କରିଛି କିଛି ଜଣାପଡିନାହିଁ। ଅନୁମାନ କରାଯାଉଛି ଯେ ଅଲକାଲା ହୁଏତ ୨୦୦ ରୁ ଅଧିକ ଲୋକଙ୍କୁ ହତ୍ୟା କରିଥାଇପାରେ।

Leave a Reply

Your email address will not be published. Required fields are marked *