ମାଲିକର ହତ୍ୟା ମାମଲାରେ ଗୋଟିଏ ଗଞ୍ଜାକୁ ଅଟକ ରଖିଲା ପୋଲିସ

ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଘଟଣାଟି ସତ । ହାଇଦ୍ରାବାଦରର ଲୋତନୁରୁ ଗାଁରେ ଘଟିଛି ଏଭଳି ଏକ ଅଦ୍ଭୁତ ଘଟଣା ଯେଉଁଥିରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ପାଇଁ ଅଭିଯୁକ୍ତ ସାଜିଛି ଗୋଟିଏ ଗଞ୍ଜା । ଆଜ୍ଞା ହଁ, ତନୁଗାଲା ସତୀଶ ନାମକ ଜଣେ ବ୍ୟକ୍ତିଙ୍କର ଗତ ୨୨ ତାରିଖ ଦିନ ମୃତ୍ୟୁ ହୋଇଯାଇଛି ଏବଂ ମାଲିକର ହତ୍ୟା ଗୋଟିଏ ଗଞ୍ଜା କରିଛି ବୋଲି ଅଭିଯୋଗ ହୋଇଛି । ତେବେ ପୋଲିସ ଗଞ୍ଜାକୁ ଅଭିଯୁକ୍ତ ଦର୍ଶାଇ ଅଟକ ରଖିଛି ବୋଲି ସୂଚନା ମିଳିଛି ।

ତେବେ ଘଟଣାଟି ଘଟିଥିଲା କୁକୁଡ଼ା ଲଢେଇ ସ୍ଥାନରେ । ନିଜ ଗଞ୍ଜା ସହିତ ଗଞ୍ଜା ଲଢେଇରେ ସାମିଲ ହୋଇଥିଲେ ମୃତ ସତୀଶ । କେବଳ ସେତିକି ନୁହେଁ ନିଜ ଗଞ୍ଜା ଗୋଡ଼ରେ ଏକ ଧାରୁଆ ଅସ୍ତ୍ର ମଧ୍ୟ ବାନ୍ଧିଥିଲେ । ଗଞ୍ଜା ଲଢେଇ ଚାଲିଥିବା ସମୟରେ ଗଞ୍ଜା ଗୋଡ଼ରେ ବନ୍ଧା ହୋଇଥିବା ଧାରୁଆ ଅସ୍ତ୍ରରେ ମାଲିକ ସତୀଶଙ୍କର ବେକ କଟି ଯାଇଥିଲା । ପ୍ରବଳ ରକ୍ତସ୍ରାବ ଯୋଗୁ ସେ ଗୁରୁତର ହୋଇ ପଡ଼ିଥିଲେ ଏବଂ ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆ ଯାଇଥିଲା । ମାତ୍ର ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । 

ମିଳିଥିବା ଖବର ମୁତାବକ ସତୀଶଙ୍କ ମୃତ୍ୟୁ ଘଟଣା ପରେ ପୋଲିସ ମାମଲାର ତନାଘନା ଆରମ୍ଭ କରି ଦେଇଥିଲା । ଗଞ୍ଜା ଗୋଡ଼ରେ ବନ୍ଧା ଥିବା ଧାରୁଆ ଛୁରୀରେ ସତୀଶଙ୍କ ବେକ କଟି ଥିବା ଜାଣିବା ପରେ ପୋଲିସ ସତୀଶଙ୍କ ଗଞ୍ଜାକୁ ଗିରଫ କରିଥିଲା । ତେବେ ଏମିତି ଘଟଣା ସାରା ତେଲଙ୍ଗାନାରେ ଚର୍ଚ୍ଚାର ବିଷୟ ପାଲଟିଛି । 

Leave a Reply

Your email address will not be published. Required fields are marked *