ସଂସ୍କାର: ପିପିଲି ଉପ-ନିର୍ବାଚନରେ ବାଜି ମାରିଛନ୍ତି ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ । ନିକଟତମ ବିଜେପିର ପ୍ରତିନ୍ଦ୍ୱନ୍ଦୀ ଆଶ୍ରୀତ ପଟ୍ଟନାୟକଙ୍କଠାରୁ ୨୦,୯୧୬ ଭୋଟ୍ ବ୍ୟବଧାନ ବିଜୟ ହାସଲ କରିଛନ୍ତି ରୁଦ୍ର। ଗତ ବିଧାନସଭା ନିର୍ବାଚନରେ ଆଶ୍ରୀତ ପଟ୍ଟନାୟକଙ୍କଠାରୁ ୯୭୮୭ ବ୍ୟବଧାନରେ ସ୍ୱର୍ଗତ ପ୍ରଦୀପ ମହାରଥି ବିଜୟ ହାସଲ କରିଥିଲେ। ତେବେ ଭୋଟ ଗଣତିର ପ୍ରଥମ ରାଉଣ୍ଡରୁ ହିଁ ରୁଦ୍ର ମହାରଥୀ ଆଗରେ ରହିଆସିଥିଲେ। ଅନ୍ୟପଟେ କଂଗ୍ରେସ ପିପିଲିରେ ନିଜର ଅମାନତ ହରାଇଛି ।
୨୬ ରାଉଣ୍ଡ ସୁଦ୍ଧା ବିଜେଡିକୁ ୯୬,୯୭୨ ଖଣ୍ଡ ଭୋଟ୍ ମିଳିଥିବା ବେଳେ ବିଜେପିକୁ ୭୬,୦୫୬ ଏବଂ କଂଗ୍ରେସକୁ ୪୨୬୧ ଖଣ୍ଡ ଭୋଟ୍ ମିଳିଛି । ତେବେ ପ୍ରଥମରୁ ରୁଦ୍ର ଆଗରେ ରହିଥିଲେ ମଧ୍ୟ ୧୯ ଏବଂ ୨୦ ରାଉଣ୍ଡରେ ୩୦୯ ଖଣ୍ଡ ଭୋଟ୍ରେ ବିଜେପି ପ୍ରର୍ଥୀ ଆଶ୍ରୀତ ଆଗରେ ରହିଥିଲେ । ଏହା ପରେ ରୁଦ୍ର ବିଜୟ ମୁହାଁ ହୋଇ ଶେଷରେ ୨୦,୯୧୬ ଭୋଟ୍ ବ୍ୟବଧାନରେ ବିଜୟ ହାସଲ କରିଛନ୍ତି ।
ରାଜ୍ୟରେ ଆଗମାୀ ବର୍ଷ ପଞ୍ଚାୟତ ନିର୍ବାଚନ ଥିବାରୁ ପିପିଲି ନିର୍ବାଚନର ଗୁରୁତ୍ୱ ବେଶ ବଢିଯାଇଛି । ଏହି ନିର୍ବାଚନର ପ୍ରଭାବ ପଞ୍ଚାୟତ ନିର୍ବାଚନରେ ଦେଖାଯିବ ବୋଲି ରାଜନୈତିକ ବିଶେଷଜ୍ଞ ମାନେ ଆକଳନ କରୁଛନ୍ତି।