ଧୂମ୍ରପାନ ଆଜି ଆଧୁନିକ ଦୁନିଆଁରେ ଏକ ଫ୍ୟାସନ ପାଲଟି ଯାଇଛି । କିନ୍ତୁ ଧୁପ୍ରପାନ ଆମ ଶରୀର ପ୍ରତି ବହୁତ କ୍ଷତିକାରକ । ବିଡି, ସିଗାରେଟ୍, ଗଞ୍ଜେଇ ଭଳି ଧୂମ୍ରପାନ କରୁଥିବା ବ୍ୟକ୍ତିଙ୍କୁ କ୍ୟାନସର ହେବାର ଆଶଙ୍କା ଅଧିକ ରହିଥାଏ । ଧୂମ୍ରପାନ କରୁଥିଲେ ଫୁସଫୁସ କ୍ୟାନସର, ହାର୍ଟ ରୋଗ, ବ୍ଲକ ଭେସେଲ ନଷ୍ଟ, ଶ୍ୱାସ ପ୍ରଶ୍ୱାସ ନେବାର ଅସୁବିଧା, ପ୍ରଜନନ ସମସ୍ୟା, ଆଖି ରୋଗ ମଧ୍ୟ ହୋଇଥାଏ । ଧୂମ୍ରପାନ ଅଭ୍ୟାସ ମଧ୍ୟ ଛାଡିବା କଷ୍ଟକର । କିନ୍ତୁ ଏହା ଅସମ୍ଭବ ନୁହେଁ । ଡାକ୍ତରଙ୍କ ପରାମର୍ଶ ଅନୁସାରେ କିଛି ଟିପ୍ସ ଆପଣାଇଲେ ଆପଣ ବି ଧୁମ୍ରପାନ ଛାଡିପାରିବେ । ଦେଖନ୍ତୁ ଏହି ଭିଡିଓ…
ଧୂମ୍ରପାନ ଛାଡିବା ପାଇଁ ଏହି ଟିସ୍ପ ଗୁଡିକ ଅବଲମ୍ବନ କରନ୍ତୁ।
- ଧୁମ୍ରପାନ ଛାଡିବା ପାଇଁ ପ୍ରଥମେ ଏକ ତାରିଖ ନିର୍ଦ୍ଧାରଣ କରନ୍ତୁ।
- ୨ରୁ ୪ ସପ୍ତାହ ମଧ୍ୟରେ ଏହି ତାରିଖ ବାଛନ୍ତୁ।
- ଫଳରେ ଏଥିପାଇଁ ପ୍ରସ୍ତୁତ ହେବାକୁ ଓ ପ୍ଲାନ ବନାଇବାକୁ ସମୟ ମିଳିବ।
- କ’ଣ ପାଇଁ, କାହିଁକି ଏବଂ କେଉଁଠି ଆପଣ ଧୁମ୍ରପାନ କରୁଛନ୍ତି ତାହା ଲେଖନ୍ତୁ।
- ଏହାଦ୍ୱାରା ଧୁମପାନ ଛାଡିବା ପାଇଁ ଏକ ଷ୍ଟ୍ରାଟେଜି ବନାଇପାରିବେ।
- ସେହି ସମୟ ଏବଂ ସ୍ଥାନକୁ ଆପଣ ଅଣଦେଖା କରିପାରିବେ।
- ଧୁମପାନ ଛାଡିବା ନେଇ ତୁମର ସାଙ୍ଗ, ପରିବାର ଲୋକ, ସହର୍କମୀଙ୍କୁ ଜଣାଇଦିଅନ୍ତୁ।
- ଜଣାଇବା ସହ ସେମାନଙ୍କୁ ସହଯୋଗ କରିବାକୁ କୁହନ୍ତୁ।
- ଧୁମପାନ କଲେ ଶରୀର ପ୍ରତି କ’ଣ କ୍ଷତିକାରକ ଜାଣନ୍ତୁ।
- ଆବଶ୍ୟକ ସ୍ଥଳେ ନିକୋଟିନ୍ ରିପ୍ଲେସମେଂଟ୍ ଥେରାପି ଗ୍ରହଣ କରନ୍ତୁ।
- ଅର୍ଥାତ୍ ସିଗାରେଟ୍ ପରିବର୍ତ୍ତେ ନିକୋଟିନ୍ ଯୁକ୍ତ ଚୁଇଗମ୍ ଖାଆନ୍ତୁ।
- ନିଜର ଇଛାକୁ ନିୟନ୍ତ୍ରଣ କରିବାକୁ ଯୋଜନା ପ୍ରସ୍ତୁତ କରନ୍ତୁ।
- କିଛି ସମୟ ଚାଲିବା ଅବା କିଛି ସମୟ ଦିର୍ଘ ନିଶ୍ୱାସ ନିଅନ୍ତୁ।
- ନିଜକୁ ଯେତେ ସମ୍ଭବ ବ୍ୟସ୍ତ ରଖିବାକୁ ପ୍ରୟାସ କରନ୍ତୁ।
- ଜୀବନରେ ନୂଆ ହବି ତଥା ସଉକ, ନୂଆ କାର୍ଯ୍ୟକ୍ରମ ସାମିଲ କରନ୍ତୁ।
- କିଛି ବହି, ମେଗାଜିନ ପଢାପଢି କରିପାରିବେ।
- ମନେ ରଖନ୍ତୁ ଧୁମ୍ରପାନ ଛାଡିବା ଏକ ପ୍ରକିୟା।
- ଯଦି କେବେ ପୁଣି ଧୁମ୍ରାପାନ କରୁଛନ୍ତି ଏଥିପାଇଁ ବ୍ୟସ୍ତ ହଅନ୍ତୁ ନାହିଁ।
- ନିଜ ଉପରେ ବିଶ୍ୱାସ ରଖନ୍ତୁ ଏବଂ ପ୍ରକିୟା ଅବଲମ୍ବନ କରନ୍ତୁ।