ଏହି କାରଣରୁ ରୁଷିଆ କରୋନା ଟିକାକୁ ନେଇ WHO ଦେଲା ବଡ଼ ଚେତାବନୀ : କହିଲା ରୁଷିଆର ଟିକା ଭୟାନକ ଏବଂ…

ପ୍ୟାରିସ : କରୋନା ଟିକା ପ୍ରସ୍ତୁତି ଦୌଡ଼ରେ ରୁଷ ଜିତିଥିବାବେଳେ ଗତକାଲି ମଙ୍ଗଳବାର ଦିନ ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଘୋଷଣା କରିଛନ୍ତି ଯେ ‘ଆମେ କରୋନା ପାଇଁ ସୁରକ୍ଷିତ ଟିକା ପ୍ରସ୍ତୁତ କରିଦେଇଛୁ ଏବଂ ଦେଶରେ ପଞ୍ଜିକୃତ ମଧ୍ୟ କରାଇ ସାରିଛୁ । ମୁଁ ମୋର ଦୁଇ ଝିଅଙ୍କ ମଧ୍ୟରୁ ଜଣଙ୍କୁ ଏହି ଟିକା ଦେଇଛି ଏବଂ ସେ ଭଲ ଅନୁଭବ କରୁଛି ।’ ତେବେ ବର୍ତ୍ତମାନ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) କହିଛି ଯେ ରୁଷ ବିକଶିତ କରିଥିବା କରୋନା ଟିକା ବିଷୟରେ ଏପର୍ଯ୍ୟନ୍ତ କୌଣସି ସୂଚନା ନାହିଁ । ବରଂ ରୁଷକୁ କରୋନା ଟିକା ମାମଲାରେ ଶୀଘ୍ରତା ନଦେଖାଇବାକୁ ପରାମର୍ଶ ଦେଇଛି । କେବଳ ସେତିକି ନୁହେଁ ରୁଷର ଏପରି ମନୋଭାବକୁ ବିପଜ୍ଜନକ ବୋଲି କହିଛି WHO ।

ରୁଷ ତାର କରୋନା ଟିକାର ନାମ ‘ସ୍ପୁଟନିକ୍ ଭି’  ରଖିଛି ଯାହା ତାର ପ୍ରଥମ ଉପଗ୍ରହର ନାମ । ରୁଷର ସ୍ୱୟଂଶାସିତ ଅର୍ଥ ପାଣ୍ଠିର ମୁଖ୍ୟ କହିଛନ୍ତି ଯେ ଏହି ଟିକା ପାଇଁ ସେ ୨୦ ରୁ ଅଧିକ ଦେଶରୁ ୧ ବିଲିୟନ ଡୋଜ ପାଇଁ ଅନୁରୋଧ ଗ୍ରହଣ କରିଛନ୍ତି । ଅନ୍ୟପକ୍ଷରେ WHO କହିଛି ଯେ ରୁଷର ଏହି କରୋନା ଟିକା ଏବଂ ପରୀକ୍ଷା ପ୍ରକ୍ରିୟା ସହ ଜଡିତ କୌଣସି ସୂଚନା ସେମାନଙ୍କ ସହିତ ବାଣ୍ଟି ନାହାନ୍ତି । ଏହି ଟିକାର ତୃତୀୟ ପର୍ଯ୍ୟାୟ ପରୀକ୍ଷା ବିଷୟରେ WHO ସନ୍ଦେହ ପ୍ରକାଶ କରିଛି । ଏକ ସାମ୍ବାଦିକ ସମ୍ମିଳନୀରେ ସଂଗଠନର ମୁଖପାତ୍ର ଖ୍ରୀଷ୍ଟିଆନ ଲିଣ୍ଡମିୟର କହିଛନ୍ତି ଯେ ଯଦି ଟିକାକରଣର ତୃତୀୟ ପର୍ଯ୍ୟାୟ ପରୀକ୍ଷା ବିନା ଉତ୍ପାଦନ ପାଇଁ ଲାଇସେନ୍ସ ପ୍ରଦାନ କରାଯାଇଥାଏ ତେବେ ଏହା ବିପଜ୍ଜନକ ବୋଲି ଧରାଯିବ ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନ୍ତର୍ଗତ ପେନ-ଆମେରିକୀୟ ସ୍ୱାସ୍ଥ୍ୟ ସଂଗଠନର ସହକାରୀ ନିର୍ଦ୍ଦେଶକ ଜରବାସ ବାରବୋସା କହିଛନ୍ତି ଯେ ସୂଚନା ମିଳିଛି ବ୍ରାଜିଲ ଏହି ଟିକା ତିଆରି ଆରମ୍ଭ କରିବ । କିନ୍ତୁ ପରବର୍ତ୍ତୀ ପରୀକ୍ଷା ସମାପ୍ତ ନହେବା ପର୍ଯ୍ୟନ୍ତ ଏହା କରିବା ଉଚିତ୍ ନୁହେଁ । ଟିକା ତିଆରି କରୁଥିବା କୌଣସି ଦେଶକୁ ଏହି ପଦ୍ଧତି ଅନୁସରଣ କରିବା ପୂର୍ବରୁ ସୁନିଶ୍ଚିତ କରିବା ଉଚିତ ଯେ ଟିକା ସୁରକ୍ଷିତ ଏବଂ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ତାର ସୁପାରିଶ କରିଛି । ଗତ ସପ୍ତାହରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ରୁଷକୁ କରୋନା ବିରୋଧରେ ଟିକା ପ୍ରସ୍ତୁତ କରିବା ପାଇଁ ଆନ୍ତର୍ଜାତୀୟ ନିର୍ଦ୍ଦେଶାବଳୀ ଅନୁସରଣ କରିବାକୁ ଅନୁରୋଧ କରିଥିଲା ।

ତେବେ ରୁଷ ଅଧିକାରୀଙ୍କ କହିବାନୁସାରେ ଏହି ଟିକା ରୁଷ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏବଂ ନିୟାମକ ସଂସ୍ଥାର ଅନୁମୋଦନ ପାଇଛି । କୁହାଯାଉଛି ଯେ ଏହି ଟିକା ଫ୍ରଣ୍ଟଲାଇନ ମେଡିକାଲ କର୍ମଚାରୀ, ଶିକ୍ଷକ ଏବଂ ବିପଦରେ ଥିବା ଲୋକଙ୍କୁ ଦିଆଯିବ । ପୁଟିନ କହିଛନ୍ତି ଯେ ତାଙ୍କ ବୈଜ୍ଞାନିକମାନେ କରୋନା ଭାଇରସର ଏପରି ଟିକା ପ୍ରସ୍ତୁତ କରିଛନ୍ତି ଯାହା କରୋନା ଭାଇରସ ବିରୁଦ୍ଧରେ ପ୍ରଭାବଶାଳୀ । ତାଛଡ଼ା ଏହି ଟିକା ଦୁଇ ମାସ ଧରି ମଣିଷ ଉପରେ ପରୀକ୍ଷା କରାଯାଇଥିଲା ଏବଂ ସମସ୍ତ ସୁରକ୍ଷା ମାନଦଣ୍ଡ ପୂରଣ କରିଛି ।

ସୂଚନା ଥାଉ ଯେ ବିଶ୍ୱର ପ୍ରଥମ ଏହି ପ୍ରଥମ କରୋନା ଟିକା ପ୍ରତିରକ୍ଷା ମନ୍ତ୍ରଣାଳୟ ଏବଂ ଗାମାଲେୟା ନ୍ୟାସନାଲ ସେଣ୍ଟର ଫର ଏପିଡେମୋଲୋଜି ଏବଂ ମାଇକ୍ରୋବାୟୋଲୋଜି ଦ୍ୱାରା ପ୍ରସ୍ତୁତ କରାଯାଇଛି । ସେପ୍ଟେମ୍ବରରୁ ଏହାକୁ ଉତ୍ପାଦନ କରିବା ଏବଂ ଅକ୍ଟୋବରରୁ ଲୋକଙ୍କୁ ଦେବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି ।

Leave a Reply

Your email address will not be published. Required fields are marked *