ସକୁନି ମାମୁଁ ର ଅଦ୍ଭୁତ ପଶାକାଠି ଦ୍ଵାରା ପଶା ଖେଳରେ କୌରବମାନେ ବିଜୟ ହୋଇଥିଲେ। କିନ୍ତୁ ମହାଭାରତ ଯୁଦ୍ଧରେ ସେମାଙ୍କର ପରାଜୟ ହୋଇଥିଲା। ସକୁନି ନିଜ ପିତା ସୁବଳ ଙ୍କ ହାଡ଼ରେ ତିଆରି କରିଥିଲେ ଏହି ପଶାକାଠି। ଯାହାଦ୍ଵାରା କୌରବ ଵଂଶ ର ନାଶ ହୋଇଥିଲା।
ମହାଭାରତ ରେ ସକୁନି ମାମୁଁ ର ପଶାକାଠି ର ତାଙ୍କ ମୃତ୍ୟୁ ପରେ କଣ ହେଲା ବହୁତ କମ ଲୋକ ଜାଣନ୍ତି। ତେବେ ଆସନ୍ତୁ ଜାଣିବା…
ଶ୍ରୀକୃଷ୍ଣ ଏହି ପଶାକାଠି କୁ ନଷ୍ଟ କରିବା ଚାଂହୁଥିଲେ। ତେଣୁ ସେ ଭୀମ କୁ କହିଲେ ଏହି ପଶାକାଠି କୁ ଏପରି ନଷ୍ଟ କରିଦିଅ, ଯେପରିକି ଏହା କେବେ କାହାକୁ ନ ମିଳିବ। ଏତିକି କହିବା ବେଳେ ଅର୍ଜୁନ ସେହି ରାସ୍ତା ଦେଇ ଯାଉଥିଲେ। ସେ ପଶାକାଠି କୁ ନଷ୍ଟ କରିବାର ଅଧା କଥା ଶୁଣି ପଶାକାଠି କୁ ନଦୀରେ ଫୋପାଡ଼ି ଦେଲେ।
ଶ୍ରୀକୃଷ୍ଣ ଅର୍ଜୁନ ଙ୍କୁ ଏହା ତୁମେ ବହୁତ ବଡ଼ ଭୁଲ କରିଲ ବୋଲି କହିଲେ। କାରଣ ଏହା ଯଦି କୌଣସି ବ୍ୟକ୍ତି ହାତରେ ପଡେ ତେବେ ପୁଣି ଥରେ ଜୁଆ ଖେଳ ଆରମ୍ଭ ହୋଇଯିବ।
ଏହି ପଶା କୌଣସି ସାଧାରଣ ବ୍ୟକ୍ତି କୁ ମିଳିଯାଇଥିଲା। ଯାହା ଫଳରେ ଏବେ ମଧ୍ୟ ଜୁଆ ଖେଳ କୌଣସି ନା କୌଣସି ରୂପରେ ଖେଳା ଯାଉଛି।