ସ୍ବର୍ଗୀୟ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ମାମଲାରେ ସଲମାନ ଖାନଙ୍କ ପୂର୍ବତନ ସେଲିବ୍ରିଟି ମ୍ୟାନେଜର ରେଶମା ଶେଟ୍ଟୀଙ୍କ ବୟାନ ମୁମ୍ବାଇ ପୋଲିସ ରେକର୍ଡ କରିଛି। ରେଶମା ଶେଟ୍ଟୀ ବଲିଉଡରେ ସଲମାନ ଖାନ, ଅକ୍ଷୟ କୁମାର ଏବଂ ଆଲିଆ ଭଟ୍ଟଙ୍କ ସହ ମଧ୍ୟ କାମ କରିଛନ୍ତି। ଏପର୍ଯ୍ୟନ୍ତ ମୋଟ 35 ଜଣଙ୍କ ବୟାନ ରେକର୍ଡ କରିହୀ ମୁମ୍ବାଇ ପୋଲିସ।
ସୁଶାନ୍ତ ସିଂ ଆତ୍ମହତ୍ୟା ମାମଲାରେ ଶୁକ୍ରବାର ସଲମା ଖାନଙ୍କ ପୂର୍ବତନ ମ୍ୟାନେଜର ରେଶମା ଶେଟ୍ଟୀଙ୍କୁ 5 ଘଣ୍ଟା ଧରି ପୋଲିସ ପଚରାଉଚରା କରିଥିଲା। ସଲମାନ ଖାନଙ୍କଠାରୁ ଅଲଗା ହେବା ପରେ ରେଶମା ଶେଟ୍ଟି ନିଜର ଅଲଗା ଟ୍ୟାଲେଣ୍ଟ ପରିଚାଳନା କମ୍ପାନୀ ଆରମ୍ଭ କରିଛନ୍ତି, ଯେଉଁଥିରେ ଅନେକ ବଡ ବଲିଉଡ ଅଭିନେତା ଗ୍ରାହକ ଅଟନ୍ତି। ପୋଲିସର ଏକ ଧାରଣା ଥିଲା ଯେ, ଯେହେତୁ ରେଶମା ଶେଟ୍ଟୀ ଅନେକ ବଲିଉଡ ଅଭିନେତ୍ରୀଙ୍କ କାମ ଦେଖନ୍ତି, ସୁଶାନ୍ତ ସିଂଙ୍କ ବିଷୟରେ ହୁଏତ ଜାଣିପାରନ୍ତି ଯେ ବଲିଉଡରେ ସୁଶାନ୍ତ ଙ୍କ ପ୍ରତି କୌଣସି ପ୍ରକାରର ପ୍ରତିବନ୍ଧକ କରାଯାଇଥିଲା କି?
ରେଶମା ଶେଟ୍ଟୀ ପୋଲିସକୁ କହିଛନ୍ତି ଯେ ଆଜି ପର୍ଯ୍ୟନ୍ତ ସେ ସୁଶାନ୍ତ ସିଂଙ୍କ ସହ ମାତ୍ର 2 ଥର ଭେଟ ହୋଇଥିଲା। ସୁଶାନ୍ତ ସିଂଙ୍କ ମାନସିକ ସ୍ଥିତି ବିଷୟରେ ତାଙ୍କର କୌଣସି ଧାରଣା ନାହିଁ କିମ୍ବା ସୁଶାନ୍ତ ସିଂଙ୍କୁ ଇଣ୍ଡଷ୍ଟ୍ରି ରେ ଜାଣିଶୁଣି ଟାର୍ଗେଟ କରାଯାଉଥିବା କୌଣସି ମଧ୍ୟ ଧାରଣା ନାହିଁ।
ଏହା ଆପଣ ଜାଣିଥିବେ ଯେ ସୁବ୍ରମଣ୍ୟମ ସ୍ୱାମୀ ଙ୍କ ପୂର୍ବରୁ ମଧ୍ୟ ଶେଖର ସୁମନଙ୍କ ଠାରୁ ବଲିଉଡ ଏବଂ ରାଜନୀତି ସହ ଜଡିତ ଅନେକ ଲୋକ ଏହି ଘଟଣାରେ ସିବିଆଇ ତଦନ୍ତ ଦାବି କରିଛନ୍ତି, ଏହି ଘଟଣାରେ ସୁବ୍ରମଣ୍ୟମ ହସ୍ତକ୍ଷେପ କରି ସିବିଆଇ ତଦନ୍ତ ଦାବି କରିନାହାଁନ୍ତି,ବରଂ ତିନିଜଣ ବଡ ଖାନ ଅଭିନେତାଙ୍କ ସମ୍ପତ୍ତି ଯାଞ୍ଚ ପାଇଁ ମଧ୍ୟ ଦାବି କରୁଛନ୍ତି। କିନ୍ତୁ ଘଟଣାରେ ବର୍ତ୍ତମାନ ସୁଦ୍ଧା ମୁମ୍ବାଇ ପୋଲିସର ଚୂଡ଼ାନ୍ତ ରିପୋର୍ଟ କୁ ଅପେକ୍ଷା କରାଯାଇଛି ।