ପ୍ରଧାନମନ୍ତ୍ରୀ ମୋଦିଙ୍କୁ ହାତୀ ଉପରେ ଦେଖି ତାଯୁବ ହେଲେ ଲୋକେ, ଜାଣନ୍ତୁ ଏହା ପଛରେ ଥିବା କାରଣ, ଦେଖନ୍ତୁ ଭିଡ଼ିଓ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେତେବେଳେ ବିହାରର ସାମସ୍ତିପୁର ଜିଲ୍ଲାରେ ଏକ ହାତୀ ଉପରେ ଚଢି ରାସ୍ତା ଉପରକୁ ଆସିଲେ, ଦେଖଣାହାରୀଙ୍କୁ ନିଜ ଆଖି ଉପରେ ବିଶ୍ୱାସ ହେଉ ନଥାଏ । କରୋନା ବିରୋଧରେ ବିଜୟର ଉଚ୍ଚ ଉଦ୍ଦେଶ୍ୟ, ସକରାତ୍ମକ ଚିନ୍ତାଧାରା ଏବଂ ମନରେ ସଂକଳ୍ପ ଥିଲା ତାଙ୍କର ।  ଲକଡାଉନ ଭିତରେ ସାମାଜିକ ଦୂରତା ବଜାୟ ରଖିବା ନେଇ ଏଥିରେ ଲୋକଙ୍କ ପାଇଁ ବାର୍ତ୍ତା ଥିଲା ।

ପ୍ରଧାନମନ୍ତ୍ରୀଙ୍କ ପରି ଦେଖାଯାଉଥିବା ପଟୋରୀ ବାସିନ୍ଦା ପ୍ରଫେସର ଭୁପେନ୍ଦ୍ର ଯାଦବ ଗୁରୁବାର ଦିନ ଏହିପରି ଅନ୍ଦାଜ ଉପସ୍ଥାପନା କରିଥିଲେ । ପ୍ରଧାନମନ୍ତ୍ରୀଙ୍କ ଅଙ୍ଗଭଙ୍ଗୀରେ ଲୋକଙ୍କୁ ଘରେ ରହିବାକୁ ପରାମର୍ଶ ଦେଇଥିଲେ । ହାତୀ ଉପରେ ବସି ସହର ଭ୍ରମଣ  ଏବଂ ଉର୍ଜାବାନ ତାଙ୍କ ଭାଷଣ ଲୋକଙ୍କୁ ଆକର୍ଷିତ କରି ପ୍ରେରଣା ଦେଇଥିଲା । ବୃତ୍ତିରେ ସେ ଜଣେ ଶିକ୍ଷକ । ଭୁପେନ୍ଦ୍ରଙ୍କୁ ସହରର ରାସ୍ତାରେ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଏମିତିକି କେବଳ ତାଙ୍କ ସ୍ଵର ଶୁଣି ଲୋକେ ଝରକାରୁ ହିଁ ତାଙ୍କୁ ଅଭିବାଦନ ଦେବା ଆରମ୍ଭ କରିଦେଇଥିଲେ । ଭୁପେନ୍ଦ୍ରଙ୍କ ସହିତ ପଶୁପ୍ରେମୀ ମହେନ୍ଦ୍ର ପ୍ରଧାନ ମଧ୍ୟ ଥିଲେ । ଏହି ଅନନ୍ୟ ପଦକ୍ଷେପକୁ ସମାଜର ସବୁ ବିଭାଗରୁ ପ୍ରଶଂସା ମିଳିଛି ।

ମଥୁରପୁରରୁ ବାହାରିଥିବା ମହିଳା ହାତୀ ଗୌରୀ ଶୁଣ୍ଢରେ ନିର୍ମିତ ଭାରତ ମାନଚିତ୍ର ଅତ୍ୟନ୍ତ ଆକର୍ଷଣୀୟ ଥିଲା । ଜାତୀୟ ପତାକାର ରଙ୍ଗରେ ରଙ୍ଗେଇ ହେଇଥିବା ମାନଚିତ୍ର ଦେଶପ୍ରେମ ଏବଂ ଏକତା ସୃଷ୍ଟି କରୁଥିଲା, ସେଥିରେ ଘରେ ରହିବା କଥା ବି ଲେଖାଯାଇଥିଲା । ଏଥିସହିତ ହାତୀ ଉପରେ ଲାଗିଥିବା ସିଂହାସନ ଓ ରାଜକୀୟ ଛତା ସମସ୍ତଙ୍କ ପାଇଁ ଆକର୍ଷଣର କେନ୍ଦ୍ର ହୋଇଥିଲା । ଫୁଲମାଳାରେ ସୁସଜ୍ଜିତ ହାତୀ ଉପରେ ଗୋଟେ ସାଉଣ୍ଡ ବକ୍ସ ରଖାଯାଇଥିଲା । ସାଉଣ୍ଡ ବକ୍ସ ଦ୍ଵାରା ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ ମିଳିଥିଲା । ପଛେ ପଛେ ଜିଲ୍ଲା ପୋଲିସର ଏକ ଦଳ ବି ଚାଲିଥିଲା ।

ପ୍ରଧାନମନ୍ତ୍ରୀ ମୋଦିଙ୍କ ପରି ଦେଖାଯାଉଥିବା ବିହାରର ସାମସ୍ତିପୁର ଜିଲ୍ଲାର ପ୍ରଫେସର ଭୁପେନ୍ଦ୍ର ଯାଦବ ଲୋକଙ୍କୁ କରୋନାଭାଇରସ  ବିଷୟରେ ଅବଗତ କରାଇଛନ୍ତି । ଲକଡାଉନ ଉପରେ ଏବଂ ଶାରୀରିକ ଦୂରତା ବଜାୟ ରଖିବା ନେଇ ବାର୍ତ୍ତା ଦେଉଥିଲେ । ଗୁରୁବାର ଦିନ ପ୍ରଧାନମନ୍ତ୍ରୀଙ୍କ ଶୈଳୀରେ ହାତୀ ଚଢି ସହର ଭ୍ରମଣ କରିବା ଓ ନେପଥ୍ୟରେ ଅଭିଭାଷଣ ଲୋକଙ୍କୁ ଆକର୍ଷିତ କରିଥିଲା । ଭୁପେନ୍ଦ୍ର ପ୍ରଧାନମନ୍ତ୍ରୀ ପରି ଦେଖାଯିବାକୁ ଚେଷ୍ଟା କରିଥିଲେ ।

Leave a Reply

Your email address will not be published. Required fields are marked *