ନୂଆଦିଲ୍ଲୀ, ୧୫/୦୭ :- ଇଣ୍ଟରନେଟରେ ଭାଇରଲ୍ ହେଉଛନ୍ତି ଷ୍ଟାର୍ ଟେନିସ୍ ଖେଳାଳି ସାନିଆ ମିର୍ଜା । ସାନିଆଙ୍କର ଗୋଟିଏ ଭିଡ଼ିଓ ବର୍ତ୍ତମାନ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ପ୍ରାୟ ବହୁତ ଜନସାଧାରଣ ଦେଖିସାରିଲେଣି। ବୁଧବାର ଦିନ ସାନିଆ ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଭିଡ଼ିଓ ସେୟାର କରିଛନ୍ତି । ସେ ଏହି ଭିଡ଼ିଓରେ ଗ୍ରାଣ୍ଡସ୍ଲାମ ଚାମ୍ପିଅନ୍ ର ଅଲିମ୍ପିକ୍ କିଟ୍ ପିନ୍ଧି ନୃତ୍ୟ କରୁଥିବା ନଜର ଆସିଛନ୍ତି। ତେବେ ଏହି ଭିଡ଼ିଓଟି ସାନିଆ ନିଜର ସୋସିଆଲ ମିଡ଼ିଆ ଆକାଉଣ୍ଟ ଇନଷ୍ଟାଗ୍ରାମରେ ଅପଲୋଡ କରିବାର ୬ ଘଣ୍ଟା ମଧ୍ୟରେ ପ୍ରାୟ ୬ ଲକ୍ଷ ଲୋକ ଦେଖିଥିଲେ , ଏହା ସହିତ ସେହି ସମାନ ସମୟ ମଧ୍ୟରେ ୮୦ ହଜାରରୁ ଅଧିକ ଲୋକ ସାନିଆଙ୍କ ଏହି ସର୍ଟ ଭିଡ଼ିଓଟିକୁ ଲାଇକ ମଧ୍ୟ କରିଥିଲେ।
ଏହି ଭିଡିଓରେ ସାନିଆ ଆମେରିକୀୟ ରାପର୍ ଡୋଜା କ୍ୟାଟଙ୍କ ” କିସ୍ ମି ମୋର୍ ” ଗୀତର ତାଳେ ତାଳେ ନୃତ୍ୟ କରୁଥିବା ନଜର ଆସିଛନ୍ତି। ଅନ୍ୟପଟେ ଏହି ଗୀତ ସହ ସେ ନିଜର କେତେକ ଫୋଟକୁ ସଂଗ୍ରହ କରି ଏକ ସ୍ଲାଇଡ୍ ଶୋ ମଧ୍ୟ କରିଛନ୍ତି। ତେବେ ସେ ଏହି ଭିଡ଼ିଓ ଅପଲୋଡ କରିବା ବେଳେ ଏହାର କ୍ୟାପସନରେ ସେ ଲେଖିଛନ୍ତି – ମୋ ନାମରେ ଥିବା ଇଂରାଜୀ A ଶବ୍ଦ, ମୋ ଜୀବନରେ ବହୁତ ଗୁରୁତ୍ୱ ବହନ କରୁଛି। ଭିଡିଓ ମାଧ୍ୟମରେ ସାନିଆ ଇଂରାଜୀ ଶବ୍ଦ A ର ଅର୍ଥ ମଧ୍ୟ ବୁଝାଇଛନ୍ତି।
ସେ ଲେଖିଛନ୍ତି ଯେ , A ର ଅର୍ଥ ଆଗ୍ରେଶନ୍ ବା ଆକ୍ରୋଶ , ଆମ୍ବିଶନ ବା ଉଚ୍ଚାଭିଳାଷୀ , ଆଚିଭ୍ ବା ବିଜୟ ଏବଂ ଆଫେକ୍ସନ ବା ସ୍ନେହ | ତେବେ ଏଠାରେ ଆମେ ସୂଚନା ଦେବାକୁ ଚାହିଁବୁ ଯେ, ସାନିଆ ମିର୍ଜା ନିଜର ଟେନିସ୍ କ୍ୟାରିୟରରେ ଏପର୍ଯ୍ୟନ୍ତ ୬ଟି ଗ୍ରାଣ୍ଡସ୍ଲାମ ଟାଇଟଲ୍ ଜିତିସାରିଲେଣି।
ଏହି କ୍ରମରେ ମହିଳା ଡବଲ୍ସରେ ସାନିଆ ମିର୍ଜା ୨୦୧୬ ମସିହାରେ ଅଷ୍ଟ୍ରେଲିୟନ୍ ଓପନ୍, ୨୦୧୫ ମସିହାରେ ୱିମ୍ବଲଡନ୍ ଏବଂ ୟୁଏସ୍ ଓପନର ଟାଇଟଲ ଜିତିଥିଲେ |ଏବେ କିନ୍ତୁ ସାନିଆ ମିର୍ଜା ଆଗାମୀ ଟୋକିଓ ଅଲିମ୍ପିକ୍ସରେ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରିବେ।