ସଂସ୍କାର : ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ର ଗ୍ରାହକଙ୍କ ପାଇଁ ଖୁସି ଖବର । ବ୍ୟାଙ୍କ କାମ ପାଇଁ ଆଉ ଲାଇନ ହୋଇ ଛିଡା ହେବାକୁ ପଡିବନି । ଏସବିଆଇ ଗ୍ରାହକଙ୍କ ପାଇଁ ହ୍ୱାଟସଆପ ବ୍ୟାଙ୍କିଙ୍ଗ ସେବା ଆରମ୍ଭ କରିବ ବୋଲି ସୂଚନା ଦେଇଛି। ଏହାଦ୍ୱାରା ଗ୍ରାହକ ମାନେ ନିଜ ହ୍ୱାଟସଆପ ମଧ୍ୟମରେ ନିଜର ଆକାଉଂଟ ବାଲାନ୍ସ ଓ ମିନି ଷ୍ଟେଟମେଂଟ ଚେକ କରିପାରିବେ।
ଏହା ମାଧ୍ୟମରେ ଆପଣ ଶେଷ ୫ ଟ୍ରାନାକ୍ସନ ଚେକ କରିପାରିବେ। ଏସବିଆଇ ପ୍ରକାଶ କରିଛି କି yono ଆପରେ ଲଗଇନ ନକରି କିମ୍ବା ଏଟିଏମ ନ ଯାଇ ଏସବିଆଇ ମିନି ଷ୍ଟେଟମେଂଟ ସଂପର୍କରେ ତଥ୍ୟ ପାଇପାରିବେ ।
ଆପଣଙ୍କର ଯଦି ଏସବିଆଇ ବ୍ୟାଙ୍କରେ ଆକାଉଂଟ ଥିବ ତାହେଲେ ଆପଣଙ୍କୁ ଏସବିଆଇ ଆକାଉଂଟକୁ ରେଜିଷ୍ଟର କରିବାକୁ ପଡିବ । ଗୋଟେ sms ମାଧ୍ୟମରେ ସହମତି ଦେବାକୁ ପଡିବ ।
୧- ରେଜିଷ୍ଟର ଥିବା ମୋବାଇଲ ନମ୍ବରରୁ WAREG ଆକାଉଂଟ ନମ୍ବର ଦେଇ ୯୧୭୨୦୮୯୩୩୧୪୮ ନମ୍ବରକୁ ପଠାନ୍ତୁ ।
୨- ରେଜିଷ୍ଟର ହୋଇସାରିଲା ପରେ Hi ଲେଖି +୯୧୯୦୨୨୬୯୦୨୨୬ ନମ୍ବରରେ ପଠାନ୍ତୁ ।
୩- ଆପଣ ହ୍ୱାଟସଆପ ମେସେଜ ରେ ମଧ୍ୟ ରିପ୍ଲେ ଦେଇପାରିବେ ।
୪- ଏହାପରେ ଆପଣଙ୍କ ହ୍ୱାଟସଆପକୁ କିଛି ଅପସନ ଯିବ, କିମ୍ବା ଆପଣ କିଛି ପ୍ରଶ୍ନ ଟାଇପ କରି ପଠାଇପାରିବେ ।
୫- SBI Whatsapp bot ରେ ଆପଣ ଆକଉଂଟ ବାଲାନ୍ସ ଓ ମିନି ଷ୍ଟେଟମେଂଟ ପାଇପାରିବେ ।
୬- ଯଦି ହ୍ୱାଟସଆପ ବ୍ୟାଙ୍କିଙ୍କ ସେବାରୁ ଡିରେଜିଷ୍ଟର କରିବାକୁ ଚାହୁଁଛନ୍ତି ତାହେଲେ ଅପସନ ୩ ଚୟନ କରିବେ ।