ଏଣିକି କମିଯିବ ଘର ଋଣ ଓ ଅଟୋ ଋଣର ମାସିକ କିସ୍ତି

ଗତ ମାସରେ ଦର ବୃଦ୍ଧି ସତ୍ତ୍ୱେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଆର୍ଥିକ ନୀତିରେ ସ୍ଥିତାବସ୍ଥା ବଜାୟ ରଖିଥିଲେ । ବୁଧବାର ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଋଣ ଭିତ୍ତିକ ହାରର ନାମମାତ୍ର ପାଣ୍ଠି ୧୦ରୁ ୧୫ ପଏଣ୍ଟ ହ୍ରାସ ତଥା ଏହାର ସ୍ଥିର ଜମା ରାଶିର ସୁଧ ହାରକୁ ହ୍ରାସ କରିବାକୁ ଘୋଷଣା କରିଛି । ଚଳିତ ଆର୍ଥିକ ବର୍ଷ ଭିତରେ ଏପର୍ଯ୍ୟନ୍ତ ସୁଦ୍ଧା ଏମ୍.ସି.ଏଲ୍.ଆର୍. ଦଶମ ଥର ପାଇଁ କମିଛି । ବ୍ୟାଙ୍କ କହିଛି ଯେ ଘର ଋଣ ଓ ସ୍ଥିର ଜମା ରାଶି ପାଇଁ ନୂତନ ହାର ମାର୍ଚ୍ଚ ୧୦ ତାରିଖରୁ ଲାଗୁ ହେବ । ଅନ୍ତିମ ସଂଶୋଧନ ସହିତ, ଏକ ବର୍ଷିଆ ଏମ୍.ସି.ଏଲ୍.ଆର୍. ମାର୍ଚ୍ଚ ୧୦ ୨୦୨୦ରୁ ୭.୮୫ ପ୍ରତିଶତରୁ ୭.୭୫ ପ୍ରତିଶତକୁ ଖସି ଆସିଛି ବୋଲି ଏସ.ବି.ଆଇ. ଏକ ପ୍ରେସ ବିଜ୍ଞପ୍ତିରେ କହିଛି ।

ଫଳସ୍ୱରୂପ, ଘର ଋଣ ପାଇଁ ଯୋଗ୍ୟ ବିବେଚିତ ଆକାଉଣ୍ଟରେ ଥିବା ମାସିକ କିସ୍ତିଗୁଡ଼ିକ (ଏମ୍.ସି.ଏଲ୍.ଆର୍. ସହିତ ସଂଯୁକ୍ତ) ୩୦ ବର୍ଷିଆ  ଋଣରେ ୧ ଲକ୍ଷ ପିଛା ପ୍ରାୟ ୭ ଟଙ୍କା ହ୍ରାସ ପାଇବ ବୋଲି ଏସ.ବି.ଆଇ. କହିଛି । କାର ଋଣ ଉପରେ ବି ୭ ବର୍ଷିଆ  ଋଣରେ ମାସିକ କିସ୍ତି ୧ ଲକ୍ଷ ପିଛା ୫ ଟଙ୍କାକୁ ହ୍ରାସ କରାଯିବ ।

ବ୍ୟବସ୍ଥାରେ ଉପଯୁକ୍ତ ଲିକ୍ୟୁଡିଟି ଥିବା ଦର୍ଶାଇ ମିଆଦି ଜମା ଉପରେ ଏସବିଆଇ ୧୦-୫୦ ବେସିକ ପଏଣ୍ଟ ମଧ୍ୟ ହ୍ରାସ କରିଛନ୍ତି । ସମ୍ପତ୍ତି ହିସାବରେ ଦେଶର ସର୍ବଶ୍ରେଷ୍ଠ ବ୍ୟାଙ୍କ ଏସ.ବି.ଆଇ. କହିଛନ୍ତି ଯେ, ବର୍ଷେ ବା ତତୋଧିକ ସମୟ ପରେ ପରିପକ୍ୱ ହେଉଥିଵା ଖୁଚୁରା ଜମା ଉପରେ ଲାଗୁ ହେଉଥିବା ସୁଧ ହାରରେ ୧୦ ବେସିକ ପଏଣ୍ଟ ଓ ୪୫ ଦିନିଆ ମିଆଦି ଜମା ଉପରେ ୫୦ ବେସିକ ପଏଣ୍ଟ ହ୍ରାସ କରାଯାଇଛି ।

Leave a Reply

Your email address will not be published. Required fields are marked *