ନବମ ଶ୍ରେଣୀ ଛାତ୍ରୀଙ୍କୁ ପ୍ରେମ ନିବେଦନ କରି ଥାନାରେ ପ୍ରଧାନ ଶିକ୍ଷକ…

ସଂସ୍କାର: ପ୍ରେମ ନିବେଦନ କରି ଥାନାରେ ସ୍କୁଲର ପ୍ରଧାନ ଶିକ୍ଷକ। ଜଣେ ନବମ ଶ୍ରେଣୀର ଛାତ୍ରୀଙ୍କୁ ପ୍ରେମ ନିବେଦନ କରି ଫସିଲେ ପ୍ରଧାନ ଶିକ୍ଷକ। ଗୁରୁ ଶିଷ୍ୟର ପବିତ୍ର ସମ୍ପର୍କକୁ କଳଙ୍କିତ କଲେ ପ୍ରଧାନ ଶିକ୍ଷକ। ଜନୈକ ନବମ ଶ୍ରେଣୀ ଛାତ୍ରୀକୁ ପ୍ରପୋଜ କରି ଥାନାରେ ଅଟକ ରହିଛନ୍ତି ଶିକ୍ଷକ।

ଏମିତି ଏକ ଲଜ୍ଜାଜନକ ଘଟଣା ଘଟିଛି ଭବାନୀ ପାଟଣା ଅଞ୍ଚଳରେ । ଭବାନୀପାଟଣା ଆଦର୍ଶ ସ୍କୁଲର ପ୍ରଧାନ ଶିକ୍ଷକ ଛାତ୍ରୀଙ୍କୁ ପ୍ରେମ ନିବେଦନ କରିବା ନେଇ ଅଭିଯୋଗ ହେବା ପରେ ତାଙ୍କୁ ପୋଲିସ ଅଟକ ରଖିଛି। ପ୍ରାରମ୍ଭିକ ସୂଚନା ଅନୁଯାୟୀ, ଟାଉନ ଥାନାରେ ପ୍ରଧାନ ଶିକ୍ଷକଙ୍କୁ ଅଟକ ରଖାଯାଇଛି।

ଗଣମାଧ୍ୟମର ସୁତ୍ର ଅନୁଯାୟୀ, ପ୍ରଧାନ ଶିକ୍ଷକ ଜଣଙ୍କ ନବମ ଶ୍ରେଣୀ ଛାତ୍ରୀଙ୍କୁ ପ୍ରେମ ନିବେଦନ କରିବା ପରେ , ଛାତ୍ରୀ ଜଣଙ୍କ ସଂଗେ ସଂଗେ ଏହି କଥା ଯାଇ ତାଙ୍କ ପିତାମାତାଙ୍କୁ ଜଣାଇଥିଲେ। ଆଉ ତାପରେ ଛାତ୍ରୀଙ୍କର ପିତାମାତା ପୋଲିସ ଥାନାକୁ ଯାଇ ସ୍କୁଲର ପ୍ରଧାନ ଶିକ୍ଷକଙ୍କ ନାମରେ ଏତଲା ଦେଇଥିଲେ। ଆଉ ବର୍ତ୍ତମାନ ପ୍ରଧାନ ଶିକ୍ଷକଙ୍କୁ ପୋଲିସ ଅଟକ ରଖିଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *