ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଦ୍ଵାରା ନିଆଯାଇଥିବା ନିଷ୍ପତ୍ତି ଅନୁସାରେ ଜାନୁୟାରୀ ୮ ତାରିଖରୁ ରାଜ୍ୟରେ ଖୋଲିବାକୁ ଯାଉଛି ସ୍କୁଲ । କେବଳ ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ପାଇଁ ସ୍କୁଲ ଖୋଲିବ । ଜାନୁୟାରୀ ୮ ତାରିଖଋ ଖୋଲି ଅପ୍ରେଲ ୨୬ ତାରିଖ ପର୍ଯ୍ୟନ୍ତ ପାଠ ପଢ଼ା ଚାଲିବ ।

ସୂଚନା ଅନୁସାରେ ଶନିବାର ଏବଂ ରବିବାର ମଧ୍ୟ ସ୍କୁଲରେ ପାଠ ପଢ଼ା ହେବ । ତେବେ ୧୦୦ ଦିନ ପାଇଁ ପାଠପଢା ହେବ । ପାଠପଢା ପାଇଁ ମାର୍ଗଦର୍ଶିକା ଜାରି କରାଯିବା ସହିତ ମଇ ୩ ରୁ ଆରମ୍ଭ ହୋଇ ମଇ ୧୫ ତାରିଖ ପର୍ଯ୍ୟନ୍ତ ଦଶମ ଶ୍ରେଣୀ ପରୀକ୍ଷା ଚାଲିବ । ସେହିପରି ମଇ ୧୫ ତାରିଖରୁ ଯୁକ୍ତ ୨ ପରୀକ୍ଷା ଆରମ୍ଭ ହେବ ବୋଲି ଜଣାପଡ଼ିଛି ।